ଓଡିଆ ସିରିଏଲ ‘Jhilli’ ର ଆକ୍ଟର Siddharth (Amar Chinchhani) ଙ୍କ ରିଅଲ ଲାଇଫ Family ଓ Biography

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ସାର୍ଥକ ଟିଭି ରେ ପ୍ରସାରିତ ଧାରାବାହିକ ଝିଲ୍ଲୀ ତ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଧାରାବାହିକ ଖୁବ କମ ସମୟ ମଧ୍ୟରେ ବେଶ ଲୋକପ୍ରିୟତା ହାସଲ କରି ସାରିଛି । ଏହି ଧାରାବାହିକ ର ଅଭିନେତା ହେଲେ ସିଦ୍ଧାର୍ଥ ଓରଫ ଅମର ଚିଞ୍ଚନୀ । ଆପଣ ମାନେ ଅମର ଙ୍କୁ ପୂର୍ବରୁ ଜୀବନସାଥୀ ଧାରାବାହିକ ରେ ମଧ୍ୟ ଦେଖିଥିବେ । ଅମର ଙ୍କ ଅଭିନୟ ଅନେକ ଦର୍ଶକ ପସନ୍ଦ କରନ୍ତି ।

ସେ ନିଜର ଅଭିନୟ ଜରିଆରେ ବେଶ ଲୋକପ୍ରିୟତା ହାସଲ କରି ପାରିଛନ୍ତି । ତେବେ ଆପଣ ମାନେ କଣ ଅମର ଙ୍କ ରିଅଲ ଲାଇଫ ପରିବାର ସମ୍ବନ୍ଧରେ ଜାଣିଛନ୍ତି କି? ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଟେଲିଭିଜନ ଜଗତ ର ପ୍ରସିଦ୍ଧ ଅଭିନେତା ସିଦ୍ଧାର୍ଥ ଙ୍କ ପ୍ରକୃତ ନାମ ହେଉଛି ଅମର ଚିଞ୍ଚନୀ । ତାଙ୍କର ପ୍ରକୃତ ଘର କଟକ ରେ ଅବସ୍ଥିତ ।

ଛୋଟବେଳୁ ହିଁ ଅମର ଙ୍କ ପାଠପଢ଼ା ସହିତ ଅଭିନୟ ପ୍ରତି ମଧ୍ୟ ରୁଚି ଥିଲା ଏବଂ ଅମର ତାଙ୍କର ଅଭିନୟ ଜୀବନର ଆରମ୍ଭ ୨୦୧୬ ମସିହାରେ କୁମକୁମ ଧାରାବାହିକ ରୁ କରିଥିଲେ । ଏହାପର ଠାରୁ ଅନେକ ଧାରାବାହିକ ରେ ଅଭିନୟ କରି ସାରିଛନ୍ତି ଅମର । ତାଙ୍କର ଚମତ୍କାର ଅଭିନୟ ପାଇଁ ଅନେକ ଆୱାର୍ଡ ମଧ୍ୟ ମିଳିଛି ଅମର ଙ୍କୁ । ତାଙ୍କ ଦ୍ୱାରା ଅଭିନୀତ ଅନ୍ୟ ଏକ ଧାରାବାହିକ ହେଉଛି ଜୀବନସାଥୀ ।

ଯାହା ବିଗତ ସମୟରେ ବହୁତ ଲୋକପ୍ରିୟତା ହାସଲ କରିଥିଲା । ବର୍ତ୍ତମାନ ସମୟରେ ସେ ଝିଲା ଧାରାବାହିକ ରେ ଅଭିନୟ କରୁଛନ୍ତି । ଏହି ଧାରାବାହିକ ରେ ସେ ନାୟକ ଭୂମିକା ରେ ଅଭିନୟ କରୁଛନ୍ତି । ତାଙ୍କର ଅଭିନୟ ଦର୍ଶକ ମାନଙ୍କୁ ଖୁବ ମାତ୍ରାରେ ପସନ୍ଦ ମଧ୍ୟ ଆସୁଛି । ତେବେ ଆପଣ ମାନେ ଅମର ଙ୍କୁ ରିଲ ଲାଇଫ ରେ ଦେଖିଥିବେ । ଯଦି ଆମେ ତାଙ୍କ ରିଅଲ ଲାଇଫ ପରିବାର ସମ୍ବନ୍ଧରେ କହିବା ତେବେ ଅମର ଙ୍କ ମାଆ ଙ୍କ ହେଉଛି କାଞ୍ଚନ ଚିଞ୍ଚନୀ ।

ଅମର ଙ୍କ ପିତା ଙ୍କ ନାମ ହେଉଛି ପ୍ରତାପ ଚିଞ୍ଚନୀ । ଆପଣ ମାନେ ଅମର ଙ୍କ ମାତାପିତା ଉଭୟ ଙ୍କୁ ଏହି ଫଟୋ ମାଧ୍ୟମରେ ଦେଖି ପାରୁଥିବେ । ଅମର ଙ୍କ ଜଣେ ଭାଇ ଓ ଜଣେ ଭଉଣୀ ମଧ୍ୟ ଅଛନ୍ତି । ତାଙ୍କ ଭାଇ ଙ୍କ ନାମ ଆକାଶ ଓ ଭଉଣୀ ଙ୍କ ନାମ ପ୍ରଜ୍ଞା ଅଟେ । ଆପଣ ମାନେ ତ ଜାଣିଥିବେ ଯେ, ଅମର ନିଜର କୋ-ଆକ୍ଟର ଜେସି ସାମଲ ଙ୍କୁ ଡେଟ କରୁଛନ୍ତି ଏବଂ ଉଭୟ ଖୁବ୍ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ତେବେ ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *