ଆସିଲା ବଡ ଖବର ! ଖୋଲିବ School, ହଟିବ ମାସ୍କ, ଦେଖନ୍ତୁ କେଉଁଠି ଓ କେବେ ଠାରୁ ?

ବନ୍ଧୁଗଣ ବର୍ତ୍ତମାନ ସାରା ଦେଶରେ କରୋନା ଭାଇରସର ତୃତୀୟ ଭାରିଏଣ୍ଟ ଓମିକ୍ରନର ସଂକ୍ରମଣ ବଢିବାରେ ଲାଗିଛି । ସାରା ଦେଶ ପାଇଁ ଓମିକ୍ରନ ଚିନ୍ତାର ବିଷୟ ପାଲଟିଛି । ତେବେ ଦୀର୍ଘ ଦୁଇ ବର୍ଷ ଧରି ଏହି ଭାଇରସ ଦେଶରେ ବ୍ୟାପୀ ରହିଥିବା ବେଳେ ଏହି ତୃତୀୟ ଭାରିଏଣ୍ଟକୁ କରୋନା ଭାଇରସର ଅନ୍ତ ବୋଲି କହିଛନ୍ତି ବିଶେଷଜ୍ଞ । କରୋନା ଭାଇରସ ନିଜର ଅଲଗା ଅଲଗା ଭରିଏଣ୍ଟ ଦ୍ଵାରା ଲୋକ ମାନଙ୍କୁ ଆକ୍ରାନ୍ତ କରୁଛି ନୂଆ ନୂଆ ଭାରିଏଣ୍ଟ ଆସିବାରୁ ଲୋକମଙ୍କ ସମସ୍ୟା ମଧ୍ୟ ବଢିବାରେ ଲାଗୁଛି ।

କରୋନା ଭାଇରସ ପାଇଁ ଦୀର୍ଘ ଦୁଇ ବର୍ଷ ହେବ ଦେଶରେ ଲକଡାଉନ କରଯାଇଥିଲା । ଲକଡାଉନ ପାଇଁ ଲୋକଙ୍କ ଜୀବନ ଓ ଜୀବିକା ଉପରେ ବହୁତ ପ୍ରଭାବ ପଡିଥିଲା । ଏହା ସହିତ ଶିକ୍ଷା କ୍ଷେତ୍ର ଓ ଆର୍ଥିକ ଅବସ୍ଥା ମଧ୍ୟ ବିଶେଷ ପ୍ରଭାବ ଦେଖିବାକୁ ମିଳିଥିଲା । ବନ୍ଧୁଗଣ ଶିକ୍ଷାନୁଷ୍ଠାନ କଥା କହିବାକୁ ଗଲେ ଦୀର୍ଘ ଦୁଇ ବର୍ଷ ହେବ ସମସ୍ତ ସ୍କୁଲ ଓ କଲେଜକୁ କରୋନା ପାଇଁ ବନ୍ଦ କରାଯାଇଥିଲା ।

ହେଲେ ଦ୍ଵିତୀୟ ଲହର ଶେଷ ହେବା ପରେ ସବୁ କିଛି ପୁଣି ଖୋଲିବାରେ ଲାଗିଥିଲା କିନ୍ତୁ ଓମିକ୍ରନ ପାଇଁ ସରକାର ପୁଣି ସ୍କୁଲ କଲେଜ ବନ୍ଦ କରିଦେଇଥିଲେ । ହେଲେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଖୁସି ହୋଇଯିବେ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ଭାରତରେ ଶିଖର ମୁହାଁ କରୋନାର ତୃତୀୟ ଲହର ହେଲେ ଦ୍ଵିତୀୟ ଲହର ତୁଳନାରେ ତୃତୀୟ ଲହର ଅଧିକ ମାରାତ୍ମକ ନୁହେଁ । କାରଣ ଦ୍ଵିତୀୟ ଲହର ତୁଳନାରେ ତୃତୀୟ ଲହରରେ ମୃତ୍ୟୁ ସଂଖ୍ୟା କମ ଅଛି । ଗତ ବର୍ଷ ଏପ୍ରିଲ ୩୦ରେ ପଜେଟିଭ ହୋଇଥିଲେ ୩ ଲକ୍ଷ ୮୬ ହଜାର ଓ ମୃତ୍ୟୁ ସଂଖ୍ୟା ଥିଲା ୩ ହଜାର । ଆଜି ସଂକ୍ରମଣ ୩ ଲକ୍ଷ ଉପରେ ହେଲେ ମୃତ୍ୟୁ ସଂଖ୍ୟା ୩୮୦ ।

୨୪ ତାରିଖରୁ ମାହାରାଷ୍ଟ୍ରରୁ ଖୋଲିବ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ଓ ଏହା ସହ ପ୍ରିପ୍ରାଇମେରୀ ବି ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ବ୍ରିଟେନ ଦେଶରେ ମାସ୍କ ପିନ୍ଧିବା ଜରୁରୀ ନୁହେଁ ବୋଲି ବ୍ରିଟେନ ସରକାର କହିଛନ୍ତି । ଦୈନିକ ସଂକ୍ରମଣ ଦେଶରେ ୩ ଲକ୍ଷ ପହଞ୍ଚିଥିବା ବେଳେ ଓଡିଶାରେ କରୋନା କେସ ସ୍ତିର ରହିଛି ।

ରକ୍ଷା କବଜ ପାଲଟିଛି ଟୀକା ସଂପୂର୍ଣ୍ଣ ଟୀକା ନେଇଥିବା ଲୋକଙ୍କ ପାଖରେ କରୋନାର ସୀମିତ ଲକ୍ଷଣ ଦେଖିବାକୁ ମିଳିଛି । ଓଡିଶାରେ ଦୈନିକ କେସ ୧୦୦୦୦ ଉପରେ ରହୁଛି ହେଲେ ହସ୍ପିଟାଲରେ ରୋଗୀ ନାହାନ୍ତି । ତେବେ ଓଡିଶାରେ ଜାନୁୟାରୀ ୭ ରୁ ଫେବୃୟାରି ୧ ଯାଏଁ ସକାଳ ୫ଟା ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ତେବେ ଫେବୃୟାରିରେ ସ୍କୁଲ କଲେଜ ଖୋଳିପାରେ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *