Akshay Kumar ଙ୍କ ଗର୍ଲଫ୍ରେଣ୍ଡ ରହି ସାରିଛନ୍ତି Bollywood ର ଏହି ୭ ଜଣ ଅଭିନେତ୍ରୀ, ୩ ନମ୍ବର ଙ୍କ ସହିତ ତ ନିର୍ବନ୍ଧ ବି କରି ସାରିଥିଲେ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ବଲିଉଡ ରେ ଅକ୍ଷୟ କୁମାର ଜଣେ ସୁପ୍ରସିଦ୍ଧ ଏବଂ ଲୋକ ପ୍ରିୟ ଅଭିନେତା ଏବଂ ତା ସହ ସେ ଜଣେ ଦାମୀ ଅଭିନେତା ମଧ୍ୟ । ତାଙ୍କର ଅଭିନୟ ତାଙ୍କର ନୃତ୍ୟ ତାଙ୍କର ଷ୍ଟଣ୍ଟ ଏବଂ ତାଙ୍କର ଅନ୍ଦାଜ ଲୋକ ମାନଙ୍କୁ ଖୁବ ଭଲ ଲାଗେ । ଏବଂ ସେ ବଲିଉଡ କୁ ଅନେକ ସଫଳ ସିନେମା ମଧ୍ୟ ପ୍ରଦାନ କରିଛନ୍ତି । ଏବଂ ତାଙ୍କୁ ବଲିଉଡରେ ଖିଲାଡି ମଧ୍ୟ କୁହାଯାଏ । ସେ ଆକ୍ସନ ସିମେମା ସହ କମେଡି ସିନେମା ରେ ମଧ୍ୟ ବହୁତ ସୁନ୍ଦର ଅଭିନୟ କରିଛନ୍ତି ।

ନିଜର ଅଭିନୟ ରେ ସେ ଲୋକ ମାନଙ୍କ ହୃଦୟ ଜିଣିବା ରେ ସଫଳ ହୋଇଛନ୍ତି । ସେ ହାଉସ ଫୁଲ,ଖିଲାଡି ୭୮୬, ଲକ୍ଷ୍ମୀ, ତୁ ଖିଲାଡି ମେ ଅନାଡି, ଆଦି ଆହୁରି ଅନେକ ସୁପର ହିଟ ସିନେମାରେ ସେ ଅଭିନୟ କରିଛନ୍ତି । ତାଙ୍କ ର ଜନ୍ମ ୯ ସେପ୍ଟେମ୍ବର ୧୯୬୭ ମସିହାରେ ଅମୃତସର ରେ ହୋଇଥିଲା । ଏବଂ ବର୍ତ୍ତମାନ ସେ ଏକାଵନ ବୟସ ର ହୋଇ ଗଲେଣି । ଏବଂ ଅକ୍ଷୟ କୁମାର ଙ୍କ ପ୍ରକୃତ ନାମ ହେଉଛି ରାଜୀବ ହରିଓମ ଭାଟିଆ ।

ସେ ନିଜ ଜୀବନରେ ଅନେକ ସଫଳ ସିନେମାରେ ଅଭିନୟ କରିଛନ୍ତି ଏବଂ ଅନେକ ଅଭିନେତ୍ରୀ ମାନଙ୍କ ସହ ମଧ୍ୟ ଅଭିନୟ କରିଛନ୍ତି ସେ କ୍ୟାଟ୍ରିନା କେଫ୍ ହେଉ କିମ୍ବା ଦୀପିକା ପାଦୁକନ ସେ ପ୍ରାୟତଃ ସମସ୍ତ ଅଭିନେତ୍ରୀ ମାନଙ୍କ ସହ କାମ କରିଛନ୍ତି । ଏବଂ କିଛି ଅଭିନେତ୍ରୀ ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ର ଖବର ମଧ୍ୟ ଶୁଣିବାକୁ ମିଳିଛି । ତେବେ ଚାଲନ୍ତୁ ଜାଣିନେବା ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ଯିଏ ଅକ୍ଷୟ ଙ୍କ ପ୍ରେମିକା ଥିଲେ ।


୧- ପ୍ରଥମ ଅଭିନେତ୍ରୀ ହେଲେ ପୂଜା ବତ୍ରା । ଯେବେ ଅକ୍ଷୟ ବଲିଉଡ ଜଗତ କୁ ନୂଆ ନୂଆ ଆସିଥିଲେ ଏବଂ ପୂଜା ମଧ୍ୟ ମଡେଲିଙ୍ଗ କରୁ ଥିଲେ । ସେତେବେଳେ ଏହି ଦୁଇ ଜଣଙ୍କ ର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏବଂ ପୂଜା ଙ୍କ ଦ୍ଵାରା ଅକ୍ଷୟ ନିଜର କ୍ୟାରିଅର ଆରମ୍ଭ କରିଥିଲେ କିନ୍ତୁ ଫିଲ୍ମ ମିଳିବା ପରେ ସେ ପୂଜା ଙ୍କ ଠାରୁ ଅଲଗା ହୋଇ ଯାଇଥିଲେ ।


୨- ଦ୍ଵିତୀୟ ଅଭିନେତ୍ରୀ ହେଉଛନ୍ତି ଅଏଶା ଜୁଲକା । ଅଏଶା ନବେ ଦଶକ ର ଜଣେ ସଫଳ ଏବଂ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ । ଫିଲ୍ମ ଖିଲାଡି ରେ ସେମାନେ ଦୁଇ ଜଣ ଏକାଠି ହୋଇଥିଲେ । ଏବଂ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କିନ୍ତୁ ନିଜ କ୍ୟାରିୟର କୁ ଗୁରୁତ୍ୱ ଦେଇ ସେ ଅଏଶା ଙ୍କ ଠାରୁ ଅଲଗା ହୋଇ ଗଲେ ।


୩- ତୃତୀୟ ଅଭିନେତ୍ରୀ ହେଉଛନ୍ତି ରବିନା ଟଂଦନ । ରବିନା ନିଜ ସମୟରେ ଜଣେ ସଫଳ ଏବଂ ଲୋକ ପ୍ରିୟ ଅଭିନେତ୍ରୀ ଥିଲେ । ସେ ମଧ୍ୟ ଅନେକ ସଫଳ ସିନେମାରେ ଅଭିନୟ କରିଛନ୍ତି । ଏବଂ ଅକ୍ଷୟ କୁମାର ଏବଂ ରବିନା ଙ୍କର ପ୍ରେମ ର ଚର୍ଚ୍ଚା ମଧ୍ୟ ଖୁବ ହେଉଥିଲା । କିନ୍ତୁ ପରେ ଏମାନେ ଅଲଗା ମଧ୍ୟ ହୋଇ ଯାଇଥିଲେ ।


୪- ଚତୁର୍ଥ ଅଭିନେତ୍ରୀ ହେଉଛନ୍ତି ଶିଳ୍ପା ସେଠୀ । ଶିଳ୍ପା ବଲିଉଡ ର ଜଣେ ସଫଳ ଏବଂ ଲୋକ ପ୍ରିୟ ଅଭିନେତ୍ରୀ । ତାଙ୍କ ନୃତ୍ୟ ସମସ୍ତଙ୍କୁ ପସନ୍ଦ । ଏବଂ ଅକ୍ଷୟ ଏବଂ ଶିଳ୍ପା ଙ୍କ ଯୋଡି କୁ ମଧ୍ୟ ଖୁବ ପସନ୍ଦ କରା ଯାଉଥିଲା । କିନ୍ତୁ କିଛି ମତାନ୍ତର ଯୋଗୁଁ ଦୁହେଁ ଅଲଗା ହୋଇଗଲେ ।


୫- ପଞ୍ଚମ ଅଭିନେତ୍ରୀ ହେଉଛନ୍ତି ରେଖା । ରେଖା ଏବଂ ଅକ୍ଷୟ ସିନେମା ଖିଲାଡି କା ଖିଲାଡି । ରେ ଏକାଠି କାମ କରିଥିଲେ । ଏବଂ ଏହା ପରେ ଦୁହେଁ ଏକାଠି ହୋଇଗଲେ । କିନ୍ତୁ ଏହା ପରେ ଦୁହେଁ ଅଲଗା ମଧ୍ୟ ହୋଇଗଲେ ।

୬- ଷଷ୍ଠ ଅଭିନେତ୍ରୀ ହେଉଛନ୍ତି ଟୁଇଁକଲ ଖାନ୍ନା । ସିନେମା ଇଣ୍ଟର ନେସନାଲ ଖିଲାଡି ରେ ଦୁହେଁ ଏକାଠି ହୋଇଥିଲେ ଏବଂ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଏବଂ ପରେ ଦୁହେଁ ବିବାହ ମଧ୍ୟ କରି ଦେଇଥିଲେ ।

୭- ସପ୍ତମ ଅଭିନେତ୍ରୀ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା । ଖବର ଅନୁସାରେ ଅନ୍ଦାଜ ସିନେମା ରେ ଏମାନେ ଦୁହେଁ ଏକାଠି ହୋଇଥିଲେ । ଏବଂ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କିନ୍ତୁ ପରେ ସେମାନେ ଅଲଗା ମଧ୍ୟ ହୋଇ ଯାଇଥିଲେ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *