ଆକ୍ସନ ମୁଡ୍ ରେ ଗଣଶିକ୍ଷା ମନ୍ତ୍ରୀ Sameer Ranjan Das, ଶିକ୍ଷୟତ୍ରୀଙ୍କୁ ବାଟରେ ଦେଖିଲେ କାଟିଲେ ଦରମା, Video ହେଉଛି ଭାଇରାଲ

ବନ୍ଧୁଗଣ ଏବେ ଆକ୍ସନ ମୁଡ୍ ରେ ଅଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କର୍ତ୍ତବ୍ୟର ଅବହେଳା ପାଇଁ 8 ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ସହ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ମନ୍ତ୍ରୀ ସମୀର ଦାସ ନିମାପଡା ଯାଉଥିବା ବେଳେ ପିପିଲି ଟୁଲ ଗେଟ ପାଖରେ ଦିନ 10ଟାରେ ଦୁଇ ଶିକ୍ଷୟତ୍ରୀଙ୍କୁ ସ୍କୁଟିରେ ଯାଉଥିବାର ଦେଖିଥିଲେ । ସେମାନଙ୍କୁ ଅଟକାଇ ବିଳମ୍ବରେ କାହିଁକି ସ୍କୁଲ ଯାଉଛନ୍ତି ବୋଲି ପଚାରି ଥିଲେ ।

ହେଲେ ଶିକ୍ଷୟତ୍ରୀ ଦୁହେଁ ସମୀରଙ୍କ ପ୍ରଶ୍ନର ଉତ୍ତର ଦେଇପାରି ନଥିଲେ । ପରେ ପିପିଲି ନିମାପଡା ମୁଖ୍ୟ ରାସ୍ତାର ଜଗନ୍ନାଥ ପୁର ୟୁପି ସ୍କୁଲକୁ ଅଚାନକ ପରିଦର୍ଶନ କରିଥିଲେ ସମୀର । ସମୀର ସ୍କୁଲ ପରିଦର୍ଶନ କରିବା ସମୟରେ ପିଲା ମାନଙ୍କୁ ଏଣେତେଣେ ବୁଲୁ ଥିବାର ଦେଖିଥିଲେ । ଶିକ୍ଷକ ମାନେ ଏକାଠି ବସି ଅଫିସ ଭିତରେ କଥା ହେଉଥିବା ଏବଂ ପ୍ରଧାନ ଶିକ୍ଷକ ଗାଡି ନେଇ ବାହାରକୁ ଯିବାର ଦେଖି ସେ ବିରକ୍ତ ହୋଇଥିଲେ ।

ଏହା ସହ ସ୍କୁଲର କାଗଜ ପତ୍ରରେ ବି କିଛି ଅନିଯମତା ଦେଖିବାକୁ ପାଇଥିଲେ । ଡିଇଓ ଓ ବିଇଓଙ୍କୁ କଲ୍ କରି ସ୍କୁଲର 8 ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଦରମା ବନ୍ଦ କରିବାକୁ ନୋଟିସ ଦେଇଛନ୍ତି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିବା ବେଳେ ମୁଁ ଦେଖିଲି କିଛି ଶିକ୍ଷକ ଓ ଶିକ୍ଷୟତ୍ରୀ ରାସ୍ତା ପାର କରୁଛନ୍ତି ସେତେବେଳେ 10ଟା 20 ହେଲାଣି ।

ଏହା ପରେ ମୁଁ ଅପେକ୍ଷା କରିଲି ଆଉ ଜଗନ୍ନାଥ ପୁର ସ୍କୁଲକୁ ଗଲି ଆଉ ସେଇଠି ମୁଁ ଦେଖିଲି 10ଟା 35 ହେଲାଣି ହେଲେ ସ୍କୁଲରେ ପାଠ ପଢା ଆରମ୍ଭ ହୋଇନି । ଅଫିସ ରୁମ ଭିତରକୁ ଗଲା ବେଲଉ ହେଡ ମାଷ୍ଟର ଆଉ 4 ଜଣ ଶିକ୍ଷକ ଚୌକିରେ ବସି ଗପ ମାରୁଛନ୍ତି ।

ତେଣୁ ଏହା ଦେଖିବା ପରେ ମୁଁ ସ୍ପଟ ଉପରେ ବିଇଓଙ୍କୁ ଡାକି ଦେଲି । ମୁଁ ସମସ୍ତ ଘଟଣା ବିଷୟରେ କହିଥିଲି । ଆଉ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି ଆଉ ଏହା ସହ ସେମାନଙ୍କ ଦରମା ବନ୍ଦ କରିଦିଆ ଯାଇଛି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସମୀର ଏବେ ବହୁତ ଭଲ କାମ କରୁଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜାନବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *