ମା’ ଅଙ୍ଗନବାଡି କର୍ମୀ ପୁଅକୁ 2 କୋଟିର ଚାକିରି ଅଫର୍, ଯାହାଙ୍କ ଦୁଃଖ କାହାଣୀ ଶୁଣିଲେ ଆପଣ ବି ଦେବେ ସାବାସି !

ମା ଅଙ୍ଗନବାଡି କର୍ମୀ ପୁଅକୁ ମିଳିଲା 2 କୋଟିର ଚାକିରି । କଠିନ ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନେ ସବୁ ପ୍ରତିକୂଳ ପରିସ୍ଥିତି । ବଦଳିଯାଏ ଭାଗ୍ୟ ରେଖା ଛୁଇଁ ଯାଏ ସଫଳତା । ଏହାକୁ ପ୍ରମାଣିତ କରିଛନ୍ତି କଲିକତା ଯାଦବ ପୁରର ଯୁବକ ବିଶାଖା ମଣ୍ଡଲ । ଏବେ ତାଙ୍କ ପାଖରେ ଗୋଟିଏ ପରେ ଗୋଟିଏ ଚାକିରି ଅଫର । ତାହା ପୁଣି ଲକ୍ଷ କି ଦୁଇ ଲକ୍ଷ ନୁହେଁ କୋଟି କୋଟି ଟଙ୍କାର ଚାକିରି ଅଫର ।

ଆମେ କହୁଛୁ ପଶ୍ଚିମ ବଙ୍ଗ ଯାଦବ ପୁରର ରାମପୁର ହାଟ ନିବାସୀ ବିଶାଖା ମଣ୍ଡଲଙ୍କ କଥା । ନିଜ ଜୀବନରେ ଅନେକ କଷ୍ଟର ସାମ୍ନା କରିଛନ୍ତି ବିଶାଖା । ମାତ୍ର 3 ବର୍ଷ ବୟସରେ ନିଜ ବାପାଙ୍କୁ ହରେଈ ଥିଲେ । ମା ଏକା ଏକା ତାଙ୍କୁ ପାଠ ପଢାଇ ମଣିଷ କରିଛନ୍ତି । ସ୍କୁଲ ଏବଂ କଲେଜ ପାଠ ପଢା ଶେଷ କରି ଯାଦବ ପୁର ବିଶ୍ଵ ବିଦ୍ୟାଳୟରେ ପାଠ ପଢୁଥିବା ସମୟରେ ଉଭୟ ଗୁଗଲ ଓ ଫେସବୁକରୁ ବଡ ବଡ ଅଫର ତାଙ୍କୁ ମିଳିଥିଲା ।

ଗୁଗଲ ତାଙ୍କୁ ବାର୍ଷିକ 1 କୋଟି 40 ଲକ୍ଷ ଟଙ୍କାର ଚାକିରି ଅଫର ଦେଇଥିବା ବେଳେ ଏବେ ଫେସବୁକ ତାଙ୍କୁ 1 କୋଟି 83 ଲକ୍ଷ ଟଙ୍କାର ଚାକିରି ଅଫର ଦେଇଛି । ତେଣୁ ଫେସବୁକର ଅଫରକୁ ଗ୍ରହଣ କରି ଲଣ୍ଡନରେ କାର୍ଯ୍ୟରେ ଯୋଗ ଦେବେ ବିଶାଖା । ତାଙ୍କୁ ମିଳିଥିବା ସଫଳତାର ସବୁ ଶ୍ରେୟ ବିଶାଖା ନିଜ ମାଙ୍କୁ ଦେଇଛନ୍ତି ।

ଯଦି ତାଙ୍କ ମା କଷ୍ଟ କରି ନଥାନ୍ତେ ତା ହେଲେ ଆଜି ସେ ଏତେ ବାଟ ଯାଇପାରି ନଥାନ୍ତେ ବୋଲି କହିଛନ୍ତି ବିଶାଖା । ଜିତେନ୍ଦ୍ର ରାଜ ବିଦ୍ୟାଳୟରୁ ସେ ଦଶମ ପାସ କରି ସାରା ରାଜ୍ୟରେ ସେ 12ତମ ସ୍ଥାନ ଅଧିକାର କରିଥିଲେ । ଏହା ପରେ ସେ ଯାଦବ ପୁର ବିଶ୍ଵ ବିଦ୍ୟାଳୟରେ କମ୍ପୁଟର ସାଇନ୍ସ ପାଠ ପାଢୀଥିଲେ । ପୁଅର ପାଠ ପଢା ପାଇଁ ଅଙ୍ଗନବାଡିରେ ଚାକିରି କରିଥିଲେ ମା ଶିବାନୀ ଦେବୀ ।

ସ୍ୱଳ୍ପ ଦରମାରେ ବି ପୁଅର ପାଠ ପଢା ପାଇଁ ସେ ଯଥେଷ୍ଟ ସାହାର୍ଯ୍ୟ କରିଛନ୍ତି । ମାଙ୍କ କଷ୍ଟକୁ ସଫଳ ବି କରିପାରିଛନ୍ତି ପୁଅ ବିଶାଖା । ତେଣୁ ସେ ନିଜ ସଫଳତାର ସମସ୍ତ ଶ୍ରେୟ ନିଜ ମାଙ୍କୁ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *