ଦେଖନ୍ତୁ ଲୋକପ୍ରିୟ କମେଡିଆନ Pragyan Khatua ଙ୍କ ବାହାଘର, ଦେଖନ୍ତୁ Live ଭିଡିଓ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଡ଼ିଆ ହାସ୍ୟ ଅଭିନେତା ପ୍ରଜ୍ଞା ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ତାଙ୍କର କମେଡି ଦର୍ଶକ ମାନଙ୍କୁ ଖୁବ ପସନ୍ଦ ହୋଇଥାଏ । ସେ ଅନେକ ରିଆଲିଟି ସୋ ରେ ନିଜ କମେଡି ପ୍ରଦର୍ଶନ କରିଛନ୍ତି ଏବଂ କିଛି ରିଆଲିଟି ସୋ ରେ ଜଜ୍ ମଧ୍ୟ ହୋଇଛନ୍ତି । ତାଙ୍କ ଦ୍ୱାରା ଅଭିନୀତ ପ୍ରତ୍ୟେକ କମେଡି ସିନ୍ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରନ୍ତି ଏବଂ ତାଙ୍କର ପ୍ରଶଂସା ମଧ୍ୟ କରନ୍ତି ।

ତେବେ ଆପଣ ମାନେ ତ ଏହା ଜାଣିଥିବେ ଯେ, ଗତ କିଛି ଦିନ ତଳେ ତାଙ୍କର ନିର୍ବନ୍ଧ ସେରେମନୀ ହୋଇଥିଲା । ତେବେ ଓଡ଼ିଆ ଲୋକପ୍ରିୟ ହାସ୍ୟ ଅଭିନେତା ପ୍ରଜ୍ଞା ଘରେ ଘରେ ଅତି ପରିଚିତ । ହାସ୍ୟ ଅଭିନେତା ଭାବରେ ସେ ଜଣେ ସୁପରିଚିତ ଚେହେରା । ତେବେ ନିର୍ବନ୍ଧ ପରେ ଆଜି ପ୍ରଜ୍ଞା ଙ୍କ ବାହାଘର ସରିଛି । ତେବେ ତାଙ୍କ ବିବାହ କିପରି ସମ୍ପନ୍ନ ହେଲା ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ତାଙ୍କ ନିର୍ବନ୍ଧ ସେରେମନୀ ରେ ତାଙ୍କର ପରିବାର ସଦସ୍ୟ ସାମିଲ ହୋଇଥିଲେ ଏବଂ ତାଙ୍କର କ୍ଲୋଜ ସାଙ୍ଗ ମାନେ ନଜର ଆସିଥିଲେ । କୋରନା କଟକଣା କାରଣରୁ ପ୍ରଜ୍ଞା ଙ୍କ ନିର୍ବନ୍ଧ ରେ ଅଳ୍ପ ଲୋକ ସାମିଲ ହୋଇ ପାରିଥିଲେ । କମ ଲୋକଙ୍କୁ ନେଇ ତାଙ୍କର ନିର୍ବନ୍ଧ ସେରେମନି ଅନୁଷ୍ଠିତ ହୋଇଥିଲା । ଆଜି କିନ୍ତୁ ତାଙ୍କ ବିବାହ ଖୁବ ଧୁମଧାମରେ ହୋଇଛି ।

ଆପଣ ମାନେ ଏହି ଭିଡିଓ ମାଧ୍ୟମରେ ଦେଖି ପାରୁଥିବେ କିପରି ଭାବରେ ପ୍ରଜ୍ଞା ଙ୍କ ବରଯାତ୍ରୀ ରେ ତାଙ୍କର ପରିବାର ସଦସ୍ୟ ଏବଂ ତାଙ୍କ ବନ୍ଧୁ ମାନେ ଖୁବ ଉତ୍ସାହ ରେ ଡାନ୍ସ ଏବଂ ମଉଜ କରୁଛନ୍ତି । ଏହା ସହିତ ହାସ୍ୟ ଅଭିନେତା ପ୍ରଜ୍ଞା ମଧ୍ୟ ନିଜ ବରଯାତ୍ରୀ ରେ ଡାନ୍ସ କରୁଛନ୍ତି । ପ୍ରଜ୍ଞା ଙ୍କ ଅତି ଘନିଷ୍ଠ ବନ୍ଧୁ ତଥା କମେଡିଆନ ଶଙ୍କର ମଧ୍ୟ ତାଙ୍କ ବରଯାତ୍ରୀ ରେ ନଜର ଆସିଛନ୍ତି ଏବଂ ଖୁବ ନାଚିଛନ୍ତି । ବରଯାତ୍ରୀ ଡାନ୍ସ ପରେ ଦେଖିବାକୁ ମିଳିଛି ପ୍ରଜ୍ଞା ଙ୍କ ବିବାହ ।

ସେ ଅଭିନେତ୍ରୀ ସୁନନ୍ଦା ଙ୍କ ସହିତ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ଏହି ଭିଡିଓ ରେ ପ୍ରଜ୍ଞା ବହୁତ ଖୁସି ଥିବାର ମଧ୍ୟ ଜଣା ପଡୁଛନ୍ତି । ତେବେ ଆଜି ଖୁବ ଧୁମଧାମରେ ହାସ୍ୟ ଅଭିନେତା ପ୍ରଜ୍ଞା ଙ୍କ ବିବାହ ସୁନନ୍ଦା ଙ୍କ ସହିତ ସମ୍ପନ୍ନ ହୋଇଛି । ସମସ୍ତ କଳାକାର ପ୍ରଜ୍ଞା ଓ ସୁନନ୍ଦା ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ମଧ୍ୟ ଜଣାଇଛନ୍ତି । ତେବେ ଉକ୍ତ ନବ ଦମ୍ପତ୍ତି ଙ୍କ ସୁଖୀ ବୈବାହିକ ଜୀବନ ପାଇଁ ଆମ ତରଫ ରୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଆପଣ ମାନଙ୍କୁ ପ୍ରଜ୍ଞା ଓ ସୁନନ୍ଦା ଙ୍କ ଯୋଡ଼ି କିପରି ଲାଗେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *