ଓଡିଶାର ଫେମସ କମେଡିଆନ Jogesh (Jojo) ଙ୍କ Family & Biography

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଆମ ଓଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଯେଉଁ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଆମ ପଶ୍ଚିମ ଓଡିଶାର ଜଣେ ଫେମସ କମେଡିଆନ ଯୋଗେଶ ଜୋଜୋ ।


ଆପଣ ମାନ ସମସ୍ତେ ଜୋଜୋଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ସେ ଜଣେ ମଲ୍ଟି ଟ୍ୟାଲେନ୍ଟେଡ କଳାକାର ଅଟନ୍ତି । ଯୋଗେଶ ଏକା ଧାରାରେ ଜଣେ କମେଡିଆନ ହେବା ସହିତ ସେ ଜଣେ ଡ୍ୟାନ୍ସର, ଫିଲ୍ମ ମେକର ଓ କୋରିଓଗ୍ରାଫର ମଧ୍ୟ ଅଟନ୍ତି । ଆଜିଆମେ ଆପଣ ମାନଙ୍କୁ ଯୋଗେଶ ଜୋଜୋଙ୍କର ଜୀବନୀ ଓ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଯୋଗେଶ ଜୋଜୋଙ୍କ ସଂପୂର୍ଣ୍ଣ ନାମ ହେଉଛି ଯୋଗେଶ ଓବୋର । ତାଙ୍କ ପିତାଙ୍କ ନାମ ହେଉଛି ଧନୁ ଓବୋର ଓ ତାଙ୍କ ମା’ଙ୍କ ନାମ ହେଉଛି ଜୟନ୍ତୀ ଓବୋର । ତେବେ ଯୋଗେଶ ୧୯୯୩ ମସିହାରେ ଜାନୁୟାରୀ ମାସରେ ରସିଆପଲ୍ଲିର ଏକ ମାଧ୍ୟମ ବର୍ଗ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଏବଂ ତାଙ୍କ ଜନ୍ମ ଆଧାରରେ ତାଙ୍କର ବର୍ତ୍ତମାନ ବୟସ ହେଉଛି ମାତ୍ର ୨୮ ବର୍ଷ ।

ଯୋଗେଶ ରସିଆପଲ୍ଲି ସ୍କୁଲରେ ନିଜର ପାଠ ପଢାକୁ ପୂରଣ କରିଛନ୍ତି ଓ ଡିପିଏ କଲେଜରେ ନିଜର କଲେଜ ଟାଇମ ଅତିବାହିତ କରିଛନ୍ତି । ନିଜର ପାଠ ପଢାକୁ ଶେଷ କରିବା ପରେ ଯୋଗେଶ କେବଳ ୩୦୦୦ ଟଙ୍କାରେ ଏକ ପେଟ୍ରୋଲ ପମ୍ପରେ କାମ ମଧ୍ୟ କରିଛନ୍ତି । ଯୋଗେଶ ଏହି ପେଟ୍ରୋଲ ପମ୍ପରେ କାମ କରୁଥିବା ସମୟରେ ତାଙ୍କ ସ୍ତ୍ରୀ ଶିବାନୀଙ୍କୁ ପ୍ରେମ କରିଥିଲେ । ଯାହାଫଳରେ ୨୦୧୯ ମାର୍ଚ ମାସ ୧୩ ତାରିଖରେ ତାଙ୍କର ବିବାହ ମଧ୍ୟ ସାରିଛି ଶିବାନୀଙ୍କ ସହିତ ।

ତେବେ କିଛି ମାସ ପେଟ୍ରୋଲ ପମ୍ପରେ କାମ କରିବା ପରେ ସେ ତାଙ୍କ ଅଞ୍ଚଳର ଏକ ଆକଟିଙ୍ଗ ଆକାଡେମିରେ ଅଭିନୟ ଶିଖିଥିଲେ । କିଛି ସମୟ ଅଭିନୟ କରିବା ପରେ ସେ କେତେକ ବଡ ବଡ ଫିଲ୍ମରେ ଅଭିନୟ କରିଥିଲେ । ଏହା ବ୍ଯତୀତ ଜୋଜୋଙ୍କର ନିଜର ଏକ ୟୁଟ୍ଯୂବ ଚ୍ଯାନେଲ ଅଛି ।

ଯେଉଁଥିରେ ୪ ଲକ୍ଷରୁ ଅଧିକ ଲୋକ ଫଲୋ କରୁଛନ୍ତି । ଜୋଜୋ ଗୋଟେ ମାସରେ ୨ ରୁ ୩ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । ଏହା ସହିତ ଗୋଟିଏ ସ୍ଟେଜ ସୋ ପାଇଁ ସେ ୫୦ ହଜାର ଟଙ୍କାର ଡିମାଣ୍ଡ କରନ୍ତି । ବନ୍ଧୁଗଣ ଏହି ସମସ୍ତ ତଥ୍ୟକୁ ଧ୍ୟାନରେ ରଖିଲେ ତାଙ୍କର ମୋଟ ସମ୍ପତ୍ତି ରହିଛି ୭୦ ରୁ ୮୦ ଲକ୍ଷ ଟଙ୍କା । ତେବେ ଆପଣ ଙ୍କୁ ଏହି ଲେଖା କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *