‘ଏ ମନ୍ତ୍ରୀ ମଣ୍ଡଳ ରେ କେହି ମନ୍ତ୍ରୀ ନାହାନ୍ତି ଏସବୁ ଖାଲି…’ CM Naveen Patnaik ଙ୍କ ନୂଆ ମନ୍ତ୍ରୀ ମଣ୍ଡଳକୁ ନେଇ କିଛି ଏମିତି କହିଲେ Sura Routray, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି କାଲି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ କ୍ୟାବିନେଟର ମନ୍ତ୍ରୀମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୨ ଜଣ ନୂଆ ବିଧାୟକଙ୍କୁ ମନ୍ତ୍ରୀପଦ ମିଳିଥିବା ବେଳେ ୯ ଜଣ ପୁରୁଣା ବିଧାୟକଙ୍କୁ ମଧ୍ୟ ଏହି ଦାୟିତ୍ୱ ଦିଆଯାଇଛି । ନବୀନଙ୍କ ନୂଆ ଟିମରେ ୧୩ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତେବେ ଇତିମଧ୍ୟରେ ଆଜି ଦାୟିତ୍ୱ ଗ୍ରହଣ କରିଥିବା ନୂଆ ମନ୍ତ୍ରୀମାନେ ନବୀନ ନିବାସରେ ପହଞ୍ଚିଛନ୍ତି ।

ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ମଧ୍ୟ ଅର୍ପଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବଗଠିତ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ । ଆଗକୁ ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନ ଆସୁଥିବା ବେଳେ ନବୀନ ନବଗଠିତ ଟିମର ସଦସ୍ୟମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ନୂଆ ଟିମଙ୍କୁ ନବୀନ ଦେଇଥିଲେ ୬ଟି ମନ୍ତ୍ର । ଏହା ଫଳରେ ପୂର୍ବର ୫ଟି ସହିତ ଏବେ ଯୋଡ଼ି ହୋଇଛି ଆଉ ଏକ ଟି-ଟୁର ।

ସୂଚନାଯୋଗ୍ୟ ଯେ, ଦୀର୍ଘ ୨୫ ବର୍ଷ ଧରି ରାଜନୀତିରେ ସକ୍ରିୟ ରହିଆସିଥିବା ନବୀନ ସମଗ୍ର ଭାରତବର୍ଷରେ ଏକ ସ୍ୱତନ୍ତ୍ର ରେକର୍ଡ ସ୍ଥାପନ କରିଛନ୍ତି । ନବୀନ ସର୍ବଦା ନିଜସ୍ୱ ଷ୍ଟାଇଲରେ କିଛି ନୂଆ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକମା ଦେଇଥାନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ତାଙ୍କର ପୁରୁଣା ମନ୍ତ୍ରୀମାନଙ୍କୁ ଇସ୍ତଫା ଦେବା ପାଇଁ କହିଥିଲେ ।

ପରେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାକୁ ଯାଉଥିବା ବିଧାୟକଙ୍କ ନିକଟକୁ ଯାଇଥିଲା ମୁଖ୍ୟମନ୍ତ୍ରୀଙ୍କ ଫୋନ୍ କଲ୍ । କିଛିଦିନ ଧରି ଶାନ୍ତ ରହିଥିବା ରାଜଧାନୀର ରାଜନୀତି ହଠାତ୍ ଚଳଚଞ୍ଚଳ ହୋଇଉଠିଥିଲା । ତେବେ ଏହା ଉପରେ ବର୍ତ୍ତମାନ କଂଗ୍ରେସ ବିଧାୟକ ସୁର ରାଉତରାୟ ନିଜର ମତ ରଖିଛନ୍ତି । ତେବେ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁଅ ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇଙ୍କ ଲୋକପ୍ରିୟତା ଆମ ଓଡିଶାରେ ବହୁତ ଅଧିକ ଅଛି ।

ତାଙ୍କ କଡା ବୟାନ ଓ ସମାଜ ସେବା ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ସୁର ଭାଇ ଓଡିଶାରେ ଚାଲିଥିବା ସମସ୍ତ ପ୍ରସଙ୍ଗ ଉପରେ ନିଜର ମକ୍ତବ୍ୟ ରଖନ୍ତି । ତେବେ ସେ ଜଣେ ସଚୋଟ ନେତା ଭାବରେ ମଧ୍ୟ ବେଶ ପରିଚିତ । ତେବେ ସେ କହିଛନ୍ତି ଏମାନେ କି ନେତା? ଯେଉଁ ନେତା ଗଲେ,ଯେଉଁ ନେତା ଅଛନ୍ତି ଏବଂ ଯେଉଁ ନୂଆ ନେତା ଆସିଛନ୍ତି ସେସବୁ ଏକାଭଳି ତା ଭିତରୁ ଅଧା ନେତା କଂଗ୍ରେସ ରେ କାମ କରି ଯାଇଛନ୍ତି ।


ତେବେ ଆନ୍ଧ୍ରପ୍ରଦେଶ ର ମୁଖ୍ୟମନ୍ତ୍ରୀ ଯେମିତି ସବୁ ନେତାରୁ ଇସ୍ତଫା ନେଇ ନିଜ ଇଚ୍ଛା ଅନୁସାରେ ନେତା ରଖିଲେ ତେବେ ସେହି ପରି ନବୀନ ତାଙ୍କୁ ଦେଖି କପି କରିଦେଲେ । ତେବେ ନବୀନ ଙ୍କ ଦଳରେ ଏସବୁ ନେତା ନାମକୁ ମାତ୍ର କେବଳ ପାଣ୍ଡିଆନ ଆଉ ବବି ଏବଂ ନବୀନ ଙ୍କ ଶାସନ ହିଁ ଚାଲେ ଏମାନେ ସବୁ ନାମକୁ ମାତ୍ର ମନ୍ତ୍ରୀ । ତେବେ କିଛି ନେତା ଙ୍କ ପାଇଁ ସବୁ ନେତା ଙ୍କୁ କାଢ଼ିବା ଉଚିତ ନୁହେଁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *