ଆସୁଛି ଆଉ ଏକ ବାତ୍ୟା ! ସିଭିୟାର ସାଇକ୍ଳୋନିକ ଷ୍ଟର୍ମର ରୂପ ନେବ ଏହି ବାତ୍ୟା, ପ୍ରବଳ ବର୍ଷା ସାଙ୍ଗକୁ ବହିବ ପବନ, ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି !

ବନ୍ଧୁଗଣ ପାଣିପାଗ ବିଭାଗ ତରଫରୁ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । ଏହି ବଡ ଖବରଟି ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଓ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ବଡ ଖବର ବିଷୟରେ । ପାଣିପାଗ ବିଭାଗର ସୂଚନା ମୁତାବକ ଆସୁଥିବା ଡିସେମ୍ବର ୪ ତାରିଖରେ ହେବାକୁ ଯାଉଛି ବାତ୍ୟା । ୪ ତାରିଖରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ପାଣିପାଗ ବିଶେଷଜ୍ଞ ମାନଙ୍କ ମତରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଏହି ବାତ୍ୟା । ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ମତରେ-ଏହି ବାତ୍ୟାଟି ବର୍ତ୍ତମାନ ଦକ୍ଷିଣ ଚୀନ ସାଗରରେ ରହିଛି ହେଲେ ଆଉ କିଛି ସମୟ ମଧ୍ୟରେ ଏହା ବଙ୍ଗପ ସାଗରରେ ଆସିପାରେ । ବଙ୍ଗପ ସାଗରରେ ଆସିବା ପରେ ଏହା ଘନୀଭୂତ ହେବାର ସମ୍ଭାବନା ରହିଛି ।

ଆସନ୍ତା ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏହା ଧୀରେ ଧୀରେ ଘନୀଭୂତ ହେବ ହେଲେ ୩ ରୁ ୪ ତାରିଖ ମଧ୍ୟରେ ଅତି ଦ୍ରୁତ ଗତିରେ ଏହା ଘନୀଭୂତ ହେବାର ସମ୍ଭାବନା ରହିଛି । ଆସନ୍ତା ୩ ତାରିଖ ସନ୍ଧ୍ୟା କିମ୍ବା ରାତିରେ ଏହା ଆନ୍ଧ୍ର ଉପକୂଳ ଆସିପାରେ ହେଲେ ଓଡିଶା ଆନ୍ଧ୍ର ଉପକୂଳକୁ ଆସିବାକୁ ହେଲେ ଏହି ବାତ୍ୟାକୁ ୪ ତାରିଖରେ ଆସିବାକୁ ହେବ । ୩ ତାରିଖ ରାତିରୁ ବର୍ଷାର ପ୍ରଭାବ ଧୀରେ ଧୀରେ ବଢିବ ।

ଏହି ବର୍ଷା ୪ ତାରିଖ ଓ ୫ ତାରିଖ ପର୍ଯ୍ୟନ୍ତ ରହିବ । ଅଧିକାଂଶ ବର୍ଷା ସାଧାରଣତଃ ବାଲେଶ୍ଵର, ଭଦ୍ରକ ଯାଜପୁର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ହେବ । ୩ ତାରିଖ ରାତିରେ ଦକ୍ଷିଣ ଓଡିଶାର କିଛି ଜିଲ୍ଲା ତଥା ଗଞ୍ଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ ଜଗତ ସିଂହ ପୁର ଓ କଟକ ଆଦିରେ ଅଧିକ ବର୍ଷା ହେବ । ୫ ତାରିଖରୁ ବର୍ଷା ଉତ୍ତର ଆଡକୁ ଯିବ ।

ଆସନ୍ତା କାଲି ତାର ଘନୀଭୂତ ଗତି ଉପରେ ଲକ୍ଷ କରାଯିବ ତା ପରେ ଏହି ବାତ୍ୟାରେ ପବନର ବେଗ କେତେ ରହିବ ତାହା ଜଣାପଡିବ । ତେବେ ଏହା ଥିଲା ପାଣିପାଗ ବିଭାଗ ବିଶେଷଜ୍ଞ ଶରତ ସାହୁଙ୍କ ଆକଳନ । ତା ହେଲେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ବାତ୍ୟା ପାଇଁ ସଚେତନ ରୁହନ୍ତୁ ଓ ଅନ୍ୟ ମାନଙ୍କୁ ବାତ୍ୟାର ସୂଚନା ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *