ଆଗରେ ବାଜୁଛି ଡିଜେ ପଛରେ ଯାଉଛି Rahul, ଦେଖନ୍ତୁ ସୁସ୍ଥ ହୋଇ ଫେରିବା ପରେ ଗ୍ରାମବାସୀ କିପରି ରାହୁଲକୁ କଲେ ଭବ୍ୟ ସ୍ଵାଗତ, ଦେଖନ୍ତୁ Video

ଛତିଶଗଡରେ ବୋରୱେଲ ଗାତକୁ ଖସି ପଡିଥିବା ଦିବ୍ୟାଙ୍ଗ ବାଳକ ରାହୁଲ ସାହୁକୁ ଉଦ୍ଧାର କରାଯିବା ପରେ ବିଲାସପୁର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ସହାୟତାରେ ୧୦ ଦିନ ଧରି ତା’ର ଚିକିତ୍ସା ହେବା ପରେ ଆଜି ଘରକୁ ଫେରିଛି ରାହୁଲ । ସେ ସଂପୂର୍ଣ୍ଣ ସୁସ୍ଥ ହୋଇଯାଇଛି ଓ ହସ୍ପିଟାଲ ଆଜି ତାଙ୍କୁ ଡିସଚାର୍ଜ ଦେଇଛି । ଫେରିବା ବେଳେ ସମସ୍ତଙ୍କୁ ବାଏ କହିଥିଲା ରାହୁଲ । ତେବେ ରାହୁଲଙ୍କ ଗ୍ରାମବାସୀ ରାହୁଲ ସୁସ୍ଥ ହୋଇ ଫେରିବା ଖୁସିରେ ବଡ ଆୟୋଜନ କରିଛନ୍ତି ।

ରାହୁଲକୁ ସ୍ଵାଗତ ଜଣାଇବା ପାଇଁ ଗାଁ ଲୋକେ ପ୍ରୋଶେସନର ବନ୍ଦୋବସ୍ତ କରିଥିବା ଦେଖିବାକୁ ମିଳିଛି । ହସ୍ପିଟାଲରୁ ରାହୁଲ କାର୍ ଯୋଗେ ଘରକୁ ଫେରିଥିଲା । ଗ୍ରାମରେ ପହଞ୍ଚିବା ପୂର୍ବରୁ ଗାଁ ମୁଣ୍ଡରେ ତ’ ପାଇଁ ସୁସଜ୍ଜିତ ରଥର ଆୟୋଜନ କରିଥିଲେ ଗ୍ରାମବାସୀ । ଯେଉଁଥିରେ ରାହୁଲ ଓ ତା’ ପରିବାର ଲୋକଙ୍କୁ ବସେଇ ନିଆଯାଇଛି । କେବଳ ସେତିକି ନୁହେଁ ବରଂ ରାହୁଲକୁ ନିଆ ଯାଉଥିବା ରଥ ଆଗରେ ଡିଜେ ବାଜୁଛି ଓ ପଛେ ପଛେ ଯାଉଛି ରାହୁଲ ।

ରାହୁଲ ଫେରିବା ଖୁସିର ନାମ ସଙ୍କୀର୍ତ୍ତନ ମଧ୍ୟ ଚାଲିଛି । ରଥରେ ଘୋଡାରେ ବସି ରାହୁଲ ହଲି ହଲି ଖୁସି ହୋଇ ଘରକୁ ଫେରୁଛି । ଗାଡିରେ ବସିଥିବ ବେଳେ ରାହୁଲ ହାତ ଯୋଡିଥିବା ମଧ୍ୟ ଦେଖିବାକୁ ମିଳିଛି । ରାହୁଲ ବୋରୱେଲ ଗାତକୁ ଖସି ପଡିବା ସହ ସେଠାରେ ୫ ଦିନ ପର୍ଯ୍ୟନ୍ତ ସେମିତି ରହିଥିଲା । ତା’ର ଉଦ୍ଧାର କାର୍ଯ୍ୟ ସମାପ୍ତ ହେବା ପାଇଁ ପୁରା ୧୦୫ ଘଣ୍ଟା ସମୟ ଲାଗି ଯାଇଥିଲା ।

୫ ଦିନ ଧରି ନଖାଇ ନପିଇ ବୋରୱେଲ ଗାକୁ ଖସି ପଡିଥିବା ରାହୁଲ ସତରେ ନୂଆ ଜୀବନ ପାଇଛି । କାରଣ ତାକୁ ଉଦ୍ଧାର କରିବା ଏତେ ସହଜ ନଥିଲା । ପ୍ରତି ମୂହୁର୍ତ୍ତରେ ଉଦ୍ଧାରକାରୀ ଟିମ୍ କୁ ନୂଆ ନୂଆ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡୁଥିଲା । ଏପରିକି ରାହୁଲ ସହ ଗାତ ଭିତରେ ଗୋଟିଏ ବିଷଧର ସାପ ଏବଂ ବେଙ୍ଗ ମଧ୍ୟ ଥିଲେ । ତଥାପି ରାହୁଲର ମନୋବଳ ଓ ସାହସକୁ ସମସ୍ତେ ସଲାମ କରୁଛନ୍ତି । ତାକୁ ଉଦ୍ଧାର କରାଗଲା ସତ କିନ୍ତୁ ଯଦି ସେ ନିଜେ ମନରୁ ହାରି ଯାଇଥାନ୍ତା ତେବେ ହୁଏତ ଏହା ସମ୍ଭବ ହୋଇ ନଥାନ୍ତା ।

ଦିବ୍ୟାଙ୍ଗ ବାଳକ ରାହୁଲ ଆଜି ସାରା ଦୁନିଆକୁ ଧୈର୍ଯ୍ୟ, ସାହସ ଓ ମନୋବଳ ଶିକ୍ଷା ଦେଇଛି । ପରିବାର, ଗ୍ରାମବାସୀ ଓ ସାରା ଦେଶବାସୀଙ୍କ ପ୍ରାର୍ଥନା ଶୁଣିଲେ ଭଗବାନ । ରାହୁଲର ଫେରିବା ଖୁସିକୁ ଏହିପରି ନିଆରା ଢଙ୍ଗରେ ପାଳିଲେ ଗ୍ରାମବାସୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *