ହସ୍ପିଟାଲରୁ ଫେରିଲା Rahul, ଯିବାବେଳେ ଏହିଭଳି ସମସ୍ତଙ୍କୁ ବାଏ କହିଲା ରାହୁଲ, ଦେଖନ୍ତୁ video

ହସ୍ପିଟାଲରୁ ସୁସ୍ଥ ହୋଇ ଆଜି ଘରକୁ ଫେରିଛି ରାହୁଲ । ଫେରିଲା ବେଳେ ସମସ୍ତଙ୍କୁ ବାଏ ମଧ୍ୟ କହିଛି । ରାହୁଲକୁ ଏକଦମ ସୁସ୍ଥ ସବଳ ଥିବା ଦେଖି ତା’ ପରିବାର ଲୋକଙ୍କ ସମେତ ସାରା ଦେଶବାସୀ ଖୁସି ହେଉଛନ୍ତି ଓ ଭଗବାନଙ୍କୁ କୋଟି କୋଟି ଧନ୍ୟବାଦ ଜଣାଉଛନ୍ତି । କାରଣ ରାହୁଲ ଯେଉଁ ପରିସ୍ଥିତିରୁ ନୂଆ ଜୀବନ ପାଇଛି ତାହା କାହାକୁ ମଧ୍ୟ ଅଛପା ନାହିଁ । କୋଟି କୋଟି ଜନତା ତା’ ପାଇଁ ଭଗବାନଙ୍କୁ ହାତ ଟେକିଥିଲେ ।

ଯାହାଫଳରେ ୫ ଦିନ ଧରି ୮୦ ଫୁଟ୍ ଗଭୀର ଗାତରେ ପଡି ରହିଥିଲେ ମଧ୍ୟ ରାହୁଲ ଜୀବିତ ରହିଛି । ଛତିଶଗଡ ଜାଞ୍ଜଗିରି ଚମ୍ପାର ଏକ ଗାଁର ବାସିନ୍ଦା ଅଟେ ରାହୁଲ । ସେ ଜନ୍ମରୁ ତା’ର ମାନସିକ ବିକାଶ ଏକଦମ ଧୀର ଗତିରେ ହେଉଛି । ଯାହା ଫଳରେ ସେ ଠିକ ଭାବେ କଥା କହି ପାରେନାହିଁ ଓ ଶୁଣିବାରେ ମଧ୍ୟ ତା’ର କିଛି ସମସ୍ଯା ରହିଛି ବୋଲି ତା’ ପରିବାର ଲୋକେ ଜଣାଇଥିଲେ । କିଛିଦିନ ତଳେ ରାହୁଲ ବାରି ପଛପଟେ ଖେଳୁଥିବା ବେଳେ ପାଣି ପାଇଁ ବାପା ଖୋଳେଇଥିବା ବୋରୱେଲ ଗାତ ମଧ୍ୟକୁ ସେ ଖସି ପଡିଥିଲା ।

ଘରଲୋକ ଜାଣିବା ପରେ ଗ୍ରାମବାସୀଙ୍କ ସହାୟତାରେ ତାକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ । ଗୁଜୁରାଟରୁ ଆସିଥିବା ରୋବିଟିକ୍ସ ଟିମ୍ ମଧ୍ୟ ରାହୁଲକୁ ଉଦ୍ଧାର କରିପାରି ନଥିଲେ । ଶେଷରେ ଏନଡ଼ିଆରଏଫ, ଏସଡ଼ିଆରଏଫ ଓ ସେନାର କିଛି ଯବାନଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । ସମାନ୍ତରାଳ ଭାବେ ଖୋଳାଯାଇ ରାହୁଲକୁ ଉଦ୍ଧାର କରାଯିବ ବୋଲି ସ୍ଥିର ହେଲା ।

କିନ୍ତୁ ଉଦ୍ଧାର ପ୍ରକ୍ରିୟାର ପ୍ରତିଟି ସୋପାନରେ ନୂଆ ନୂଆ ସମସ୍ୟାର ସାମ୍ନା କରିବାକୁ ପଡୁଥିଲା । ମାଟି ଯେପରି ଧସେଇ ନଖସେ ସେଥିପ୍ରତି ବିଶେଷ ଧ୍ୟାନ ଦିଆ ଯାଉଥିଲା । ସେପଟେ ରାହୁଲ ପାଖକୁ ଓଆରଏସ ଏବଂ କଦଳୀ ଆଦି ପଠା ଯାଉଥିଲା ଓ ବାରମ୍ବାର ତା’ ନାମ ଧରି ଡାକି ତାକୁ ଜାଗ୍ରତ ରଖିବାକୁ ଚେଷ୍ଟା କରୁଥିଲେ ଯବାନ । ଏହିପରି ୧୦୫ ଘଣ୍ଟାର ରେସ୍କ୍ଯୁ ଅପରେସନ ପରେ ରାହୁଲକୁ ଉଦ୍ଧାର କରା ଯାଇଥିଲା ।

ସେବେଠାରୁ ଆଜିକୁ ପ୍ରାୟ ୧୦ ଦିନ ହେବ ରାହୁଲ ବିଳାସପୁର ଆପୋଲୋ ହସ୍ପିଟାଲରେ ଏକ ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ର ସହାୟତାରେ ଚିକିତ୍ସିତ ହେଉଥିଲା । ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଆଜି ରାହୁଲକୁ ଡିସଚାର୍ଜ କରାଯାଇଛି । ଘରକୁ ଫେରିବା ବେଳେ ରାହୁଲ ସମସ୍ତଙ୍କୁ ବାଏ କହୁଥିବା ବେଳର ଭିଡିଓ ସାମ୍ନାକୁ ଆସିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *