ବନ୍ଧୁଗଣ ଏହି ଦୁନିଆର ଅଧିକାଂଶ ଲୋକଙ୍କୁ ୟୁରିକ ଏସିଡ ସମସ୍ୟା ହୋଇଥାଏ । ଯେତେବେଳେ ଆମ ଶରୀରରେ ୟୁରିକ ଏସିଡର ମାତ୍ରା ବଢିଯାଏ ସେତେବେଳେ ଏହି ସମସ୍ୟା ଦେଖା ଦେଇଥାଏ । ଏହା ସାଧାରଣତଃ ଯୁବପିଢି ମାନଙ୍କୁ କମ ହୋଇଥାଏ ଓ ଅଧିକ ବର୍ଷର ଲୋକଙ୍କ ମଧ୍ୟରେ ଦେଖା ଦେଇଥାଏ । ଅନେକ ଲୋକ ଏହି ସମସ୍ୟାକୁ ନେଇ ଭ୍ରମ ରଖିଥାନ୍ତି ଯେ, ଅଧିକ ବା କମ ପାଣି ପିଇବା ଦ୍ଵାରା ଏହି ସମସ୍ଯା ହୋଇଥାଏ ।
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ୟୁରିକ ଏସିଡ ସମସ୍ୟାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ୟୁରିକ ଏସିଡ ଏକ ଏନ୍ଟିଆକ୍ସାଇଡ ଅଟେ ଏହା ଥଣ୍ଡା, ଜ୍ଵର, କାସ ଓ କ୍ୟାନ୍ସର ଆଦି ରୋଗ ହେବାକୁ ଦେଇ ନଥାଏ । ହେଲେ ଶରୀରରେ ଏହାର ମାତ୍ରା ୫ ପ୍ରତିଶତ ରହିବା ନିହାତି ଆବଶ୍ୟକ ।
ଯଦି ୫ ପ୍ରତିଶତରୁ ଏହା ବଢିବ ତା ହେଲେ ଏହା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ବନ୍ଧୁଗଣ ସାଧାରଣତଃ ଏହି ସମସ୍ୟା ଅଧିକ ପ୍ରୋଟିନ ଖାଦ୍ୟ ଖାଇବାରୁ, ଶରୀରରେ ଇନଫେକ୍ସନ ହେବାରୁ, ଫ୍ୟାଟି ଲିବାର ହେବାରୁ, ଅଧିକ ମେଡ଼ିସିନ ସେବନ ହେତୁ, ମଦ୍ୟପାନ ହେତୁ, ଏସିଡିଟି ପାଇଁ, ଏଲାର୍ଜି ହେବା କାରଣରୁ ଓ ଅଧିକ ମିଠା ଖାଇବାରୁ ହୋଇଥାଏ ।
ବନ୍ଧୁଗଣ ଯଦି ଏହି ସମସ୍ୟା ଆପଣଙ୍କୁ ହୁଏ ତା ହେଲେ ଆପଣଙ୍କୁ ଥକାପଣ, ଆଣ୍ଠୁ ଗଣ୍ଠି ତଥା ଅଣ୍ଟା ବିନ୍ଧା ଆଦି ଲକୟାନ ଦେଖା ଦେଇଥାଏ । ବନ୍ଧୁଗଣ ଏହି ସବୁ ଲକ୍ଷଣ ଦେଖା ଦେଲେ ସାଧାରଣତଃ ଲୋକମାନେ ସିଧା ସଳଖ ୟୁରିକ ଏସିଡ ନିୟନ୍ତ୍ରଣ କରିବାର ମେଡ଼ିସିନ ଖାଇ ଥାନ୍ତି ହେଲେ ଏହା ଭୁଲ ଅଟେ । ପ୍ରଥମେ ଆପଣ ଦେଖନ୍ତୁ ୟୁରିକ ଏସିଡ ହେବାର କାରଣ କଣ ଅଛି ।
ଅର୍ଥାତ ଖାଦ୍ୟ ପେୟ ଭୁଲ ହେତୁ ଆପଣଙ୍କ ୟୁରିକ ଏସିଡ ବଢିଛି ନା ଆପଣଙ୍କ ଶରୀରରେ ଇନଫେକ୍ସନ ହୋଇଥିବାରୁ ୟୁରିକ ଏସିଡ ବଢିଛି । ଏଥିପାଇଁ ଅପନନ ମାନଙ୍କୁ କେତେକ ଟେଷ୍ଟ କରେଇବାକୁ ପଡିବ । ଆପଣ ମାନେ E.S.R, C.R.P, C.B.C ଓ ଏଲାର୍ଜି ଟେଷ୍ଟ ନିଶ୍ଚୟ କରାନ୍ତି । ଟେଷ୍ଟ କରେଇବା ପୂର୍ବରୁ ୟୁରିକ ଏସିଡ କମ କରାଇବା ପାଇଁ ଆପଣ ମାନେ ଏକ ଘରୋଇ ଉପଚାର କରିପାରିବେ ।
ଆପଣ ମାନେ ଏକ ରସୁଣ ପାଖୁଡା ନେଇ ତାକୁ ପେଶୀ ଦିଅନ୍ତୁ । ଏହା ପରେ ଆପଣ ତାକୁ ତିନି ଦିନ ପର୍ଯ୍ଯନ୍ତ ଫ୍ରିଜରେ ରଖିଦିଅନ୍ତୁ । ପ୍ରତ୍ୟକ ଦିନ ସକାଳେ ଏକ ଗ୍ଳାସ ଉଷୁମ ପଣିରେ 10 ml ରସୁଣ ପେଷ୍ଟ ମିଶାଇ ସେବନ କରନ୍ତୁ । ଏହି ଉପଚାର କରିବା ଦ୍ଵାରା ଆପଣଙ୍କ ଶରୀରରେ ୟରିକ ଏସିଡ ଧୀରେ ଧୀରେ କମ ହୋଇଯିବ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ