ବାବା ଆଖଣ୍ଡଳମଣି ଆରଡିର ଆଶ୍ଚର୍ଯ୍ୟ ଜନକ ରହସ୍ୟ ! ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…

ନମସ୍କାର ବନ୍ଧୁଗଣ ତେବେ ଏହି ପୃଥିବୀରେ ଅନେକ ମନ୍ଦିର ରହିଛି । ସବୁ ମନ୍ଦିରରେ କେହିନା କେହି ଦେବା ଦେବୀ ପୂଜା ପାଆନ୍ତି ଓ କିଛି ମନ୍ଦିର ତା ଭିତରେ ଅନେକ ଗୁଡାଏ ରହସ୍ୟ ସାଇତି ରଖିଥାଏ ତ ଆଉ କିଛି ମନ୍ଦିର ଚମତ୍କାର ଜିନିଷ ଗୁଡାଏ ସଜାଇ ରଖିଛି । ଆଖଣ୍ଡଳମଣି ମନ୍ଦିର ଓଡ଼ିଶାରେ ଭଦ୍ରକ ଜିଲ୍ଲାର ଏକ ଆରୋଡି ଠାରେ ଅବସ୍ଥିତ ଏହି ଶୈବ ପୀଠ ।ଏହି ମନ୍ଦିର ହେଉଛି ବୈତରଣୀ ନଦୀ କୂଳରେ ଏକ ଆରୋଡ଼ି ଠାରେ ଓ ଭଦ୍ରକ ସହର ଠାରୁ ୪୦ କିମି ଦୂରରେ ଅବସ୍ଥିତ।


ବୈତରଣୀ ଓ ଶାଳନ୍ଦୀ ନଦୀ ଦ୍ୱୟର ସଙ୍ଗମ ସ୍ଥଳରେ ଆଖଣ୍ଡଳମଣି ବା ବାବାମଣିଙ୍କ ମନ୍ଦିର ଅବସ୍ଥିତ । କେମିତି ବାବା ଆଖଣ୍ଡଳମଣି ସ୍ଥାପିତ ହେଲେ ଆସନ୍ତୁ ଜାଣିବା। ପ୍ରାୟ ୩୫୦ ବର୍ଷ ତଳେ ଏକ ଜମିଦାର ନିରାଦ୍ରୀ ସାମନ୍ତସିଂ ନିଜ ଜମିରେ ହଳ କରିବା ନିମନ୍ତେ ଅନନ୍ତ ନାମକ ଜଣେ ହଳୁଆକୁ ନିର୍ଦେଶ ଦେଇଥିଲେ । ତେବେ ଅନନ୍ତ ହଳ ବୁଲାଉ ଥିବା ସମୟରେ ହଠାତ ଲଙ୍ଗଳ ମାଟି ତଳେ ଥିବା ଏକ ଜିନିଷରେ ବାଜି ଭାଙ୍ଗି ଯାଇଥିଲା।

ଏହା ପରେ ତତକ୍ଷଣାତ ଆକାଶରେ କଳା ବାଦଲ ଛାଇଗଲା ଓ ପ୍ରଚଣ୍ଡ ବିଜୁଳି ସହ ଜୋର ଜୋରରେ ଘଡଘଡି ହେବାକୁ ଲାଗିଲା । ଲୁହାରେ ନିର୍ମିତ ଢାଲଟି ଭାଙ୍ଗିଯିବା ସହିତ ପ୍ରକୃତିର ପରିବର୍ତ୍ତନ ଦେଖି ଅନନ୍ତ ଆଶ୍ଚର୍ଯ୍ୟ ହୋଇଗଲା ଓ ତା ଲଙ୍ଗଳ ଯେଉଁଠି ଭାଙ୍ଗି ଯାଇଥିଲା ତା ଚାରି ଆଡ଼େ ସେ ମାଟି ଖୋଳିବାକୁ ଲାଗିଲା । ସେ ଦେଖିଲା ଏକ କଳା ମୁଗୁନି ପଥରରୁ ରକ୍ତ ବାହାରି ବୈତରଣୀ ନଦୀ ଆଡକୁ ବୋହି ଯାଉଛି ।

ଏହାପରେ ସେ ଜମିଦାର ପାଖକୁ ଯାଇ ସମସ୍ତ ଘଟଣା ଜଣାଇଲା ତାପରେ ପରେ ଜମିଦାର କିଛି ଲୋକଙ୍କୁ ନେଇ ଘଟଣା ସ୍ଥଳକୁ ପହଁଚିଲେ । ସେହି ସମୟରେ ଆଃ ଶବ୍ଦ ଉଚ୍ଚାରଣ କରି ବାବା ଆଖଣ୍ଡଳମଣି ଶିବ ଲିଙ୍ଗ ରୂପରେ ବିଦ୍ୟମାନ ହେଲେ ।ତେବେ ଆଃ ଶବ୍ଦ ଉଚ୍ଚାରଣ କରିଥିବାରୁ ଜଗାଟିର ନାମ ଆରଡ଼ି ହୋଇଛି । ଶିବ ଲିଙ୍ଗରୁ ରକ୍ତ ଧାର ଧାର ହୋଇ ବୋହିବା ସହିତ ଲିଙ୍ଗ ଉପରୁ ଗୋରସ ବାହାରୁଥିଲା ଓ ଏକ ନାଗ ସାପ ସେ ଗୋରସରେ ଖେଳୁ ଥିବାର ଲୋକମାନେ ଦେଖିବାକୁ ପାଇଲେ ।

ସେଦିନ ରାତିରେ ବାବା ଜଣେ ଜମିଦାରଙ୍କ ସପ୍ନରେ ଆସି ତାଙ୍କ ସମାଧି ବିଷୟରେ କହିଲେ,ସେ କେମିତି ସେଠାକୁ ଆସିଲେ ତାଙ୍କ ନାଁ କଣ ସେ କିଏ ସବୁ କଥା କହିଲେ । ଜମିଦାର ହଠାତ ସ୍ବପ୍ନରୁ ଉଠି କିଛି ସମୟ ସ୍ଥିର ହୋଇଗଲେ ଓ ସେ ଜୋରରେ ବାବା ଆଖଣ୍ଡଳମଣି କହି ତାଙ୍କ ପାଇଁ ପୂଜା କରିବା ନିମନ୍ତେ ମନ୍ଦିରଟିଏ ନିର୍ମାଣ କରାଇଦେଲେ ।ପୂଜା କରିବା ପାଇଁ ଯାଜପୁରର ନାହାରା ଗ୍ରାମରୁ ପାଞ୍ଚ ଜଣ ପୂଜାରୀଙ୍କୁ ଅଣାଗଲା ।

ଧିରେ ଧିରେ ବାବା ଆଖଣ୍ଡଳମଣିଙ୍କ ଚମତ୍କାର ସବୁଆଡେ ବ୍ୟାପିଗଲା ଲୋକେ ଦୂରରୁ ତାଙ୍କ ଦର୍ଶନ ପାଇଁ ଆସିଲେ ମନ୍ଦିରରେ ଭିଡ ଜମିବାରେ ଲାଗିଲା ଲୋକେ କୁହନ୍ତି ବାବାଙ୍କୁ ସଫା ମନରେ ଯାହାବି ମାଗିବ ତାହା ସେ ନିଶ୍ଚୟ ଦେଇଥାନ୍ତି ।ତେବେ ଏହି ଆଖଣ୍ଡଳମଣି ମନ୍ଦିର ଓଡ଼ିଶାର ଭଦ୍ରକ ଜିଲ୍ଲାର ଆରଡ଼ିଠାରେ ଅବସ୍ଥିତ ଏକ ପ୍ରଧାନ ଶୈବ ପିଠ । ଏହା ବୈତରଣୀ ନଦୀ କୂଳରେ ଆରଡ଼ିଠାରେ ଓ ଭଦ୍ରକ ସହରଠାରୁ ୪୦ କି.ମି. ଦୂରରେ ଅବସ୍ଥିତ ।

ବୈତରଣୀ ଓ ସାଳନ୍ଦୀ ନଦୀଦ୍ୱୟର ସଙ୍ଗମସ୍ଥଳରେ ଆଖଣ୍ଡଳେଶ୍ୱର ବା ଆଖଣ୍ଡଳମଣି ବା ବାବାମଣିଙ୍କ ମନ୍ଦିର ଅବସ୍ଥିତ।ତେବେଏଠାକୁ ଚାନ୍ଦବାଲିଠାରୁ ବୈତରଣୀ ନଦୀରେ ଡଙ୍ଗା ଯୋଗେ ଯିବାଆସିବ ସମ୍ଭବ । ଚାନ୍ଦବାଲିଠାରୁ ଆରଡ଼ିକୁ ଡଙ୍ଗାରେ ୨ ଘଣ୍ଟା ଲାଗେ ।ଭୁବନେଶ୍ୱରଠାରୁ ବସ୍ରେ ମଧ୍ୟ ଯାଈ ପାରିବେ।ତେବେ ଏହି ମନ୍ଦିର ଏକ ଅଦ୍ଭୁତ ସ୍ଥାନ ଯିଏ ଏଠକୁ ଆସେ ତାର ଆତ୍ମା ଶାନ୍ତି ପାଇ ଯାଇଥାଏ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *