ବନ୍ଧୁଗଣ ଏହି ଦୁନିଆର ସବୁଠାରୁ ବଡ ସତ୍ୟ ହେଉଛି ମୃତ୍ୟୁ ଯାହାକୁ କେହି ବି ଟାଳି ପାରିବେ ନାହିଁ । ଏହି ଦୁନିଆର ରଙ୍ଗମଞ୍ଚରେ ପ୍ରତ୍ୟକ ମଣିଷ ନିଜ ନିଜ ଭୂମିକା ପଦର୍ଶନ କରିବା ପରେ ମୃତ୍ୟୁ ବରଣ କରିଥାନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଜାଣିବା ମଣିଷର ମୃତ୍ୟୁ ହେବା ପରେ ସେ କେଉଁଠି ଯାଏ ତଥା ସେ କେଉଁ ଶରୀରରେ ପ୍ରବେଶ କରେ । ବନ୍ଧୁଗଣ ଦିନେ ଏକ କାଠୁରିଆ ଏକ ସନ୍ଥ ସହ ଦେଖା ହେଲା ସନ୍ଥ ଜଣକ କହିଲେ ଆଗକୁ ଯାଅ ଆଗରେ ଚନ୍ଦନ କାଠ ଅଛି ।
ଚନ୍ଦନ କାଠକୁ ନେଇ କାଠୁରିଆ ନିଜ ପରିବାରର ପୋଷଣ କରିଲା ଏହା ପରେ ଆଉ ଦିନେ କାଠୁରିଆକୁ ସେହି ସନ୍ଥ ଦେଖା କରିଲେ ଆଉ କହିଲେ ତମେ କଣ ଆଗକୁ ଯାଇନ ସେହି ଚନ୍ଦନ କାଠ ବିକି ପୋଷଣ କରୁଛ । ଆଗକୁ ଯାଅ ଆଗରେ ସୁନା ଖଣି ଅଛି । ଏହା ପରେ କାଠୁରିଆ ସୁନା ବିକି ଧନୀ ହୋଇଗଲା ଓ ପୁଣି ଦିନେ ସନ୍ଥଙ୍କ ସହ ଦେଖା ହେଲା । ସନ୍ଥ କହିଲେ ତମେ କଣ ଏବେବି ସେହି ସୁନା ବିକି ପୋଷଣ କରୁଛ ଆଗକୁ ଯାଅ ଆଗରେ ହୀରା ଖଣି ଅଛି ।
ଏହା ଶୁଣିବା ପରେ କାଠୁରିଆ କହିଲା ଯଦି ଆପଣ ଏତେ ସବୁ କଥା ଜାଣି ଛନ୍ତି ତା ହେଲେ ଆପଣ କାହିଁକି ଏ ସବୁ ବିକି ଧନୀ ହୋଇ ନାହାନ୍ତି । ସନ୍ଥ କହିଲେ, ମଣିଷ ମହୁମାଛି ଭଳିଆ ଟଙ୍କା ସଂଗ୍ରହ କରେ ଶେଷରେ ଯେମିତି ମହୁମାଛିର ମହୁଫେଣାକୁ ମଣିଷ ନେଇଯାଏ ଠିକ ସେହିଭଳି ମଣିଷ ରୋଗାକ୍ରାନ୍ତ ହେବା ପରେ ଡାକ୍ତରକୁ ଟଙ୍କା ଦେଇଦିଏ ତେଣୁ ଏତେ ଲୋଭ କରି ଲାଭ କଣ ଅଛି ।
ନର୍କରେ ପଡିବା ପାଇଁ ତିନୋଟି ଦ୍ଵାର ଅଛି ତାହା ହେଉଛି ଲୋଭ, କାମ ଓ କ୍ରୋଧ । ଏହା ପରେ କାଠୁଆର ଜଣକ ପଚାରୁ ଛନ୍ତି ଯେଉଁ ମାନେ ମଦ୍ୟପାନ କରୁଛନ୍ତି, ପରନାରୀ ସହ ନୀଳା କରୁଛନ୍ତି, ପର ଚର୍ଚ୍ଚା କରୁଛନ୍ତି ଓ ସମାଜକୁ ନଷ୍ଟ କରୁଛନ୍ତି ସେମାନେ କେଉଁଠି ଯିବେ । ସନ୍ଥ କହିଲେ ଭଗବତ ଗୀତାରେ ଲେଖା ଅଛି ଏହି ଲୋକ ମାନେ ବାରମ୍ବାର ସାପ, ବିଲୁଆ, କୁକୁର ଓ ବେଙ୍ଗ ଆଦି ନୀଚ ଜନ୍ମ ପ୍ରାପ୍ତ କରନ୍ତି । ସେମାନେ ଜନ୍ମ ଜନ୍ମ ପର୍ଯ୍ୟନ୍ତ ବୁଝି ପାରିବେ ନାହିଁ ଏହି ଦୁର୍ଲଭ ମଣିଷ କାହିଁକି ସୃଷ୍ଟି ହୋଇଛି ।
୮୪ ଲକ୍ଷ ଯୋନିରେ ମଣିଷ ବୁଲି ସାରିବା ପରେ ମଣିଷକୁ ଏ ଦୁର୍ଲଭ ମଣିଷ ଜନ୍ମ ପ୍ରାପ୍ତ ହୋଇଛି । କିନ୍ତୁ ଏ ଏଭିବାକୀ ମଣିଷ ମଣିଷ ଜନ୍ମ ପାଇ ମଧ୍ୟ ପଶୁ ଭଳି ଆଚରଣ କରୁଛି । ମଣିଷ ମାରିବା ପରେ ଆତ୍ମା ଅନ୍ୟ ଏକ ଶରୀରକୁ ପ୍ରବେଶ କରିଥାଏ । ମଣିଷ ନିଜ କର୍ମୀ ଅନୁଯାଇ ଶରୀରରେ ପ୍ରବେଶ କରିଥାଏ । ଯଦି କର୍ମ ଖରାପ ହୋଇଥିବ ତା ହେଲେ ସେ ନୀଚ ଜନ୍ମ ନେବ ଓ ଯଦି କର୍ମ ଭଲ ହୋଇଥିବ ତା ହେଲେ ସେ ରୂପେ ଜନ୍ମ ନେବ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ