ଶେଷ ନିଃଶ୍ୱାସ ବେଳେ ମା’କୁ ଖୋଜୁଥିଲା ଝିଅ… ଟ୍ୟୁସନରୁ ଫେରୁଥିବା ବେଳେ ଝିଅ ସହ ହୋଇଗଲା କିଛି ଏମିତି ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଜକେଇ ଆସିବ…ଦେଖନ୍ତୁ Video

ବନ୍ଧୁଗଣ, ପୁଅ ନାହିଁ ବୋଲି ବଡ ଆଲିଅଳ ରେ ଗେହ୍ଲା ଝିଅ କୁ ବଢାଉଥିଲେ ବାପା ମା’ । ବୟସ ଥିଲା ମାତ୍ର ୧୪ ବର୍ଷ କିନ୍ତୁ ଘରର ଝିଅ ନୁହେଁ ବଡ ପୁଅ ଥିଲା ଯେମିତି । ପାଠରେ ହେଉ ଅଥବା ଗୁଣରେ ସବୁଥିରେ ଚମତ୍କାର ଥିଲା ଏହି କୁନି ଝିଅ ଲକ୍ଷ୍ମୀପ୍ରିୟା ର । ମାତ୍ର ସେ ଜାଣିନଥିଲା ଯେ ଏହି ଦୁନିଆରେ ସେ ଖୁବ କମ ଦିନର ଅତିଥି ବୋଲି । ବାପା, ମା’ ସାହି ପଡିଶା, ବନ୍ଧୁ ବାନ୍ଧବ କାହାରି ଆଖିରୁ ଲୁହ ସୁଖୁନାହିଁ । ସମସ୍ତେ ଆଶ୍ଚର୍ଯ୍ୟ ପ୍ରାୟ ।

ଝିଅ କହିକି ଯାଇଥିଲା ବୋଊ ମୁଁ ଟିଉସନ ଯାଉଅଛି । ବାସ ଏହାପରେ ଝିଅ ଯାଇଛି ଯେ ଯାଇଛି ଏ ଯାଏଁ ଫେରି ନାହିଁ କି ଆଉ କେବେ ମଧ୍ୟ ଫେରିବ ନାହିଁ । ସାଇକେଲ ବହି ବସ୍ତାନି ସେମିତି ପଡି ରହିଛି କିନ୍ତୁ ଝିଅ ଆଉ ନାହିଁ । ରାସ୍ତା ଉପରେ ଚିର ଦିନ ପାଇଁ ସୋଇଯାଇଛି ଝିଅ ଏବଂ ଏହାକୁ ଗ୍ରହଣ କରି ପାରୁନାହାଁନ୍ତି ସ୍ଥାନୀୟ ଲୋକେ । ଲକ୍ଷ୍ମୀପ୍ରିୟା ର ମା’ ବର୍ତ୍ତମାନ କ୍ଷଣ କ୍ଷଣକେ ମୂର୍ଚ୍ଛିତ ହୋଇ ଯାଉଛନ୍ତି କାରଣ ଆଉ କେବେ ଦୁନିଆକୁ ଫେରିବ ନାହିଁ ଲକ୍ଷ୍ମୀପ୍ରିୟା ।

ସୂଚନା ଅନୁଯାୟୀ ସକାଳୁ ସକାଳୁ ଟିଉସନ ନିମନ୍ତେ ବାହାରିଥିବା ବେଳେ ବାଲି ବୋଝେଇ ଟ୍ରକ ଟି ଝିଅ ଲକ୍ଷ୍ମୀପ୍ରିୟା ଆଡକୁ ମାଡି ଯାଇଥିଲା ଏବଂ ସେହି ଘଟଣା ସ୍ଥଳରେ ହିଁ ଛଟପଟ ହୋଇ ଚାଲି ଯାଇଥିଲା ଲକ୍ଷ୍ମୀପ୍ରିୟା ର ଜୀବନ । ଏହି ଘଟଣା ଟି ହେଉଛି କେନ୍ଦ୍ରାପଡା ଦାନପୁର ରାସ୍ତା ର ଝିଙ୍କିରୀ ହାଟ ବାଣପୁର ଛକରେ ଘଟିଥିଲା ଏହି ମର୍ମନ୍ଧୁତ ସଡକ ଦୁର୍ଘଟଣା ।

ଏହି ଖବର ଟି ପବନ ବେଗରେ ମାଡିଯାଇଥିଲା ଏବଂ ଏହାପରେ ରାସ୍ତା କୁ ଓହ୍ଲାଇ ଆସିଥିଲେ ଗାଁ ଲୋକେ । ପରିବାର କୁ ନ୍ୟାୟ ଦେବାପାଇଁ ରାସ୍ତା ଉପରେ ବସି ରହିଥିଲେ ସ୍ଥାନୀୟ ଲୋକେ ଏବଂ ସମ୍ପର୍କୀୟ । ତେବେ ଦୁର୍ଘଟଣା ଘଟାଇ ଥିବା ଗାଡି ର କାଗଜପତ୍ର ନଥିବା ବେଳେ ଗାଁ ରାସ୍ତାରେ ବେଆଇନ ଭାବରେ ବାଲି ଚାଲାଣ କରାଯାଉଛି ।

ଏବଂ ଅଭିଯୋଗ କରିଲେ ଟ୍ରକ ଡ୍ରାଇଭର ମାନେ ନାଲିଆଖି ଦେଖାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହା ଫଳରେ ଏହିଭଳି ଅମୂଲ୍ୟ ଜୀବନ ଅକାରଣରେ ଚାଲି ଯାଉଅଛି । ତେବେ ପ୍ରଶାସନ ଆସି ସମାଧାନ ନ କରିଲେ ଗାଁ ଲୋକେ ଏହିଭଳି ରାସ୍ତା ଉପରେ ଅଡି ବସିଥିବା ବେଳେ ପୋଲିସ ଆସି ଉତ୍ୟକ୍ତ ଲୋକ ଙ୍କୁ ବୁଝାସୁଝା କରିଅଛି । ତେବେ ଡ୍ରାଇଭର କୁ ଅଟକ ରଖିବା ସହିତ ପୋଲିସ ଘଟଣା ର ତଦନ୍ତ କରୁଛି ।

ମାତ୍ର ଯେଉଁ କଅଁଳ ଜୀବନ ଟି ଆକାରଣରେ ଚାଲିଗଲା ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଅଛି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *