‘ମୋ ଦେହ ଆଉ ମନ ନୁହେଁ ଟୁଙ୍ଗୁରୁ ଭୋଳ..ସେ କହୁଛି ମୋ ଟଙ୍କା ଦରକାର…’ Tunguru Bhola ର ଅସଲ ମୁଖା ଖୋଲିଲେ ବର୍ଷା କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ ବର୍ଷା ଆଉ ଟୁଙ୍ଗୁରୁଙ୍କ ପ୍ରେମ ମାମଲାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଟୁଙ୍ଗୁରୁଙ୍କ ବିରୋଧରେ ବର୍ଷା ସାଂଘାତିକ ଅଭିଯୋଗ ଆଣିଛନ୍ତି । ପ୍ରେମ ପାଇଁ ନିଜ ସ୍ଵାମୀ ଓ ଦୁଇ ଛୁଆଙ୍କୁ ଛାଡି ଦେଇଥିବା ବର୍ଷା ଏବେ ପୋଲିସ ଷ୍ଟେସନର ଦ୍ଵାରସ୍ଥ ହୋଇଛନ୍ତି । ମହିଳାଙ୍କ ଅଭିଯୋଗ ମୁତାବକ ଟୁଙ୍ଗୁରୁ ତାଙ୍କୁ ପ୍ରେମ ଜାଲରେ ଫସେଇ ତାଙ୍କ ସହ ସମ୍ପର୍କରେ ଥିଲେ ।

ଟୁଙ୍ଗୁରୁଙ୍କ ପ୍ରେମରେ ମହିଳା ଏତେ ପାଗଳ ହେଇଗଲେ ଯେ ନିଜ ସ୍ଵାମୀ ଓ ଦୁଇ ଛୁଆଙ୍କୁ ଛାଡି ଦେଲେ । ଟୁଙ୍ଗୁରୁ ତାଙ୍କ ସହ ମନ୍ଦିରରେ ବିବାହ କରିଥିଲେ । ହେଲେ ଏବେ ଟୁଙ୍ଗୁରୁ ଅନ୍ୟ ଏକ ମହିଳାଙ୍କ ସହ କୋର୍ଟ ମ୍ୟାରେଜ କରିଛନ୍ତି । ସେଥିପାଇଁ ମହିଳା ଜଣକ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ଆଉ ଟୁଙ୍ଗୁରୁ ମଧ୍ୟ ଗଣମାଧ୍ୟମ ସାମ୍ନାକୁ ଆସି ସମସ୍ତ ଦୋଷ ବର୍ଷାଙ୍କୁ ଦେଇଛନ୍ତି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏହି ମାମଲାରେ ଏକ ବଡ ଟୁଇଷ୍ଟ ଦେଖିବାକୁ ମିଳିଛି ।

ଏବେ ବର୍ଷା ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି । ବର୍ଷାଙ୍କ କହିବା ମୁତାବକ-‘ସେ ୫ ଲକ୍ଷ ଟଙ୍କା ମୋତେ ଡିମାଣ୍ଡ କରିଥିଲେ । ସେ କହିଥିଲେ ମୋତେ ଗୋଟେ ଆଇଫୋନ ଦେବ ଗୋଟେ ସୁନା ଚେନ ଦେବ ଗୋଟେ ଗାଡି ଦେବ ଆଉ ଗୋଟେ ମୁଦି ଦେବ । ଏ ସବୁ ସେ ମୋତେ ଡିମାଣ୍ଡ କରିଥିଲେ ତ ମୋ ପାଖରେ ସେତିକି ଅକ୍ଷମ ନଥିଲା ମୋ ପାଖରେ ସେତିକି ଅର୍ଥ ନଥିଲା ।

ମୁଁ କହିଲି ଭଲ ପାଉଥିଲ ଯଦି ଏତେ ସବୁ ଡିମାଣ୍ଡ କାହିଁକି କରୁଛ । ଯିଏ ଭଲ ପାଏ ସେ ଏତେ ସବୁ ଡିମାଣ୍ଡ କରେ ନି ନା । ସେ ପୁଅ ଯଦି ମୋତେ ଏତେ ଡିମାଣ୍ଡ କରୁଥିଲା ତା ହେଲେ ଯଦି ସେ ଗୋଟେ ଝିଅ ଘରକୁ ଆଣିବ ସେ କେତେ ଡିମାଣ୍ଡ ନ କରିବ । ଆଉ ଟଙ୍କା ପଇସା ସାରିଲା ପରେ ସେ ଝିଅକୁ କେତେ ନିର୍ଯାତନା ନ ଦେବ । ଏହା ସହ ଆଉ ଅନ୍ୟ ଝିଅ ମାନଙ୍କ ସହ ସମ୍ପର୍କ ନ ରଖିବ ବୋଲି କଣ ଗ୍ୟାରେଣ୍ଟି ଅଛି ।

ଆଉ ରହିଲା ଭାଇ ଭଉଣୀ କଥା ସେ କଥା ଥାନାରେ କିଛି ଡିସାଇଡ ହେଇନି । କେବଳ ତାଙ୍କ ମୋ ଭିତରେ କଥା ହେଇଛି । ଆମେ ଭାଇ ଭଉଣୀ ନୁହେଁ କି ସ୍ଵାମୀ ସ୍ତ୍ରୀ ନୁହେଁ । ଆଉ ଗୋଟେ କଥା କୌଣସି ଝିଅ ଦୟାକରି ସେ ଟୁଙ୍ଗୁରୁ ଭୋଳକୁ ମ୍ୟାରେଜ କରନ୍ତୁ ନାହିଁ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *