ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଲୋକପ୍ରିୟ କମେଡିଆନ ମିଷ୍ଟାର ଗୁଲୁଆଙ୍କୁ ବେସ ଭଲ ଭାବରେ ଜାଣିଥିବେ । ମିଷ୍ଟାର ଗୁଲୁଆ ନିଜ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ଦର୍ଶକ ମାନଙ୍କୁ ବେସ ହସାଇ ଛନ୍ତି । ସେ ନିଜ ଜୀବନରେ ଅନେକ କଷ୍ଟ ଓ ସଂଘର୍ଷ କରି ଏକ ବଡ ସଫଳତା ପାଇଛନ୍ତି । ସୋସିଆଲ ମିଡିଆରେ ତାଙ୍କ ଲୋକପ୍ରିୟତା ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଗତ କିଛି ଦିନ ତଳେ ମିଷ୍ଟାର ଗୁଲୁଆଙ୍କ ଏକ ସାକ୍ଷାତ୍କାର ଭିଡିଓ ସାମ୍ନାକୁ ଆସିଥିଲା ।
ସେହି ଭିଡିଓରେ ମିଷ୍ଟାର ଗୁଲୁଆଙ୍କୁ ପଚରା ଯାଇଥିଲା ମଦ ଉପରେ ଆପଣ କଣ କହିବେ । ଏହାର ଉତ୍ତର ଦେଇ ମିଷ୍ଟର ଗୁଳୁଆ କହିଥିଲେ ମୋର ତ ଲିଭର ସମସ୍ୟା ମୁଁ ଆଉ ଅଳ୍ପଦିନ ବଞ୍ଚିବି । ମୁଁ ତିନି ମାସ ହେବ ଚିକିତ୍ସା ନେଉଛି । ତେଣୁ କେହି ବି ମଦ୍ୟପାନ କରନ୍ତୁ ନାହିଁ । ଏହି ସାକ୍ଷାତ୍କାର ଭିଡିଓକୁ ନେଇ କିଛି ଗଣମାଧ୍ୟମ ଅଲଗା ଅଲଗା ଟାଇଟେଲ ପକାଇ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ।
ଆଉ ଏହାକୁ ଦେଖି ଏବେ ମିଷ୍ଟର ଗୁଲୁଆ ନିଜର ଏକ ଭିଡିଓ ଅପଲୋଡ କରିଛନ୍ତି । ସେହି ଭିଡିଓରେ ସେ କହିଛନ୍ତି-‘ଗୋଟେ ଜିନିଷ ମୋତେ ବହୁତ ଦୁଃଖ ଦେଉଛି ସୋସିଆଲ ମିଡିଆରେ ମୁଁ ଦେଖୁଛି ଗୁଲୁଆଙ୍କ ଦେହ ଖରାପ । ଗୁଲୁଆ ଆଉ ବଞ୍ଚିବେ ତିନି ମାସ ଗୁଲୁଆଙ୍କର ଲିଭର ସମସ୍ୟା ।
ମୁଁ ଆଜ୍ଞା ତାର ସତ୍ୟତା କହିଦେଉଛି ଅବଶ୍ୟ ମୋର ଲିଭର ସମସ୍ୟା ସେଥିପାଇଁ ମୁଁ ଚିକିତ୍ସା ନେଉଛି । କିନ୍ତୁ ଏମିତି ନାହିଁ କି ମୁ ତିନି ମାସ ବଞ୍ଚିବି ସେଇଟା ଭଗବାନଙ୍କ ଉପରେ ନିର୍ଭର । ମୁଁ ଗୋଟେ ଇଭେଣ୍ଟରେ ଯାଇଥିଲି କିଛି ମିଡିଆ ଭାଇ ମାନେ ମୋତେ ମଦ ଉପରେ କିଛି କହିବା ପାଇଁ କହିଥିଲେ । ମୁଁ କେବଳ ଏତିକି କହିଲି ମୁଁ ମଦ ଉପରେ କଣ କହିବି ମୋର ନିଜର ଲିଭର ସମସ୍ୟା ମୁଁ ତିନି ମାସ ହେବ ଚିକତ୍ସା ନେଉଛି ।
ଏଇ କଥାକୁ ସେମାନେ କାଟି ତା ଉପରେ ସେମାନେ ଚୂନ ପାନ ମାରି ତାକୁ ଏମିତି କରିଛନ୍ତି । କିଛି ଭାଇ ମାନେ ଅପପ୍ରଚାର କରି ମୋ ମନକୁ ଦୁଃଖ କରିଦେଉଛନ୍ତି । ମୋର ଅନୁରୋଧ ଭାଇ ଏମିତି କରନ୍ତୁନି ଭ୍ୟୁ ଯଦି ଯାଉଛି ତା ହେଲେ ଭଲ କଥା । ହେଲେ ମୋତେ ମାରି ଦେଇକି ଭ୍ୟୁସ କରନ୍ତୁ ନାହିଁ’ । ତା ହେଲେ ବନ୍ଧୁଗଣ ଗୁଲୁଆଙ୍କ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।