ତିନି କୂଳକୁ ଭସାଇ ଦେଲେ ଅଭିନେତା Rai Mohan…କିନ୍ତୁ କିପରି ? ଦେଖନ୍ତୁ ଏହି Video

ଜଣେ ଚାଲିଗଲେ ହେଲେ ଭାସିଗଲା ତିନି କୂଳ । ଅନ୍ଧାର ହେଇଗଲା ମଞ୍ଚ ଓ ଯାତ୍ରା ଦୁନିଆ । ଦୋହଲି ଗଲା ଓଡିଆ ଇଣ୍ଡଷ୍ଟ୍ରିର ଏକ ବଡ ସ୍ତମ୍ବ । ମୁରବି ଶୂନ୍ୟ ହୋଇଗଲା ଗୋଟିଏ ହସଖୁସିର ପରିବାର । ଅଭିନେତା ରାଇମୋହନ ପରିଡାଙ୍କ ଦେହାନ୍ତ କେବଳ ଗୋଟେ ପରିବାରର ଖୁସି ଉଜାଡି ଦେଇନି ବରଂ ତିନି କୂଳକୁ ଭସେଇ ଦେଇ ଗଲେ ଏହି କିମ୍ବଦନ୍ତୀ ଅଭିନେତା । ବାପା ଟିଏ ଥିଲେ ପରିବାରରେ କେତେ ଖୁସି ଥିଲା ।

ହେଲେ ରାଇମୋହନ ଚାଲିଯିବା ପରେ ଗୋଟିଏ ପରିବାରର ହସଖୁସି ସବୁଦିନ ପାଇଁ ଉଜୁଡି ଯାଇଛି ।ରାଇମୋହନଙ୍କ ଅବର୍ତ୍ତମାନରେ ତାଙ୍କ ପତ୍ନୀ ଓ ଦୁଇ ଝିଅଙ୍କ ମୁଣ୍ଡରୁ ଆଶୀର୍ବାଦର ହାତ ଉଠି ଯାଇଛି । ରାଇମୋହନଙ୍କ ଗୋଟେ ଝିଅ ବାହା ହୋଇଯାଇଥିବା ବେଳେ ଆଉ ଜଣେ ଝିଅ ଏବେ ବି ବାହା ହୋଇ ନାହାନ୍ତି ।

ଭୁବନେଶ୍ବରର ପ୍ରାଚୀ ବିହାରରେ ଥିବା ତାଙ୍କ ବାସ ଭବନରେ ରାଇମୋହନ ନିଜ ପତ୍ନୀ ଓ ନିଜ ସାନ ଝିଅ ସହ ରହୁଥିଲେ । ହେଲେ ଏବେ ସେହି ଘର ଖାଲି ଖାଲି ଲାଗିବ । ନା ବାପା ବାପା ଡାକ ଶୁଭିବ ନା ଝିଅ ଟିକେ ଶୁଣିଲୁରୁ ଡାକ ଶୁଭିବ । କେବଳ ଗୋଟିଏ ପରିବାର କାହିଁକି ଫିଲ୍ମ ଦୁନିଆ ସହ ଜଡିତ ଥିବା ହଜାର ହଜାର ପରିବାର ଏବେ ରାଇମୋହନଙ୍କ ବିୟୋଗରେ ମର୍ମାହତ ।

ରାଇମୋହନ 90 ରୁ ଅଧିକ ଓଡିଆ ଚଳଚିତ୍ର ଓ 15 ରୁ ଅଧିକ ବଙ୍ଗାଳୀ ଫିଲ୍ମରେ ଅଭିନୟ କରିଥିଲେ । ବନ୍ଧୁଗଣ ବର୍ତ୍ତମାନ ଓଡିଆ ଇଣ୍ଡଷ୍ଟ୍ରିକୁ ମଧ୍ୟ କିଛି ଅଂଶରେ ଭସେଇ ଦେଇ ଚାଲିଗଲେ ରାଇମୋହନ ପରିଡା । ଯୁବ ଅବସ୍ଥାରୁ ନାଟକ ପ୍ରତି ରୁଚି ରଖିଥିବା ରାଇମୋହନ 40 ରୁ ଅଧିକ ନାଟକରେ ଅଭିନୟ କରିଥିବା ବେଳେ ଏକାଧିକ ଯାତ୍ରାରେ ଅଭିନୟ କରିଥିଲେ ।

ଏବେ ରାଇମୋହନ ଚାଲିଯିବା ପରେ ମଞ୍ଚ ଓ ଯାତ୍ରା ଦୁନିଆରେ ବି ଅନ୍ଧାରର କଳା ବାଦଲ ଛାଇ ଯାଇଛି । ରାଇମୋହନ ତୁମେ ଚାଲି ଗଲନି ଯେ ନିଜ ପରିବାର, ଯାତ୍ରା ତଥା ମଞ୍ଚ ପରିବାର ଏବଂ ସିନେମା ପରିବାରକୁ ଭସେଇ ଦେଇ ଚାଲିଗଲ  । ବନ୍ଧୁଗଣ ରାଇମୋହନ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏତେ ବଡ ସଫଳତା ପାଇଥିଲେ । ହେଲେ ଆଜି ସେ ଆମ ମାନଙ୍କ ଗହଳରେ ନାହାନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *