ନମସ୍କାର ବନ୍ଧୁଗଣ, ନବଦାସଙ୍କ ପରଲୋକ ପରେ ବର୍ତ୍ତମାନ ସମୟରେ ଖାଲି ପଡିଛି ଝାରସୁଗୁଡାର ପଦବୀ । ଏହି ଖାଲି ପଦବୀ ନିମନ୍ତେ ଉପନିର୍ବାଚନ ହେବାର ନୋଟିସ ଜାହିର କରାଯାଇଛି । ଆସନ୍ତା ସପ୍ତାହରେ ପ୍ରକାଶ ପାଇପାରେ ବିଜ୍ଞପ୍ତି । ଠିକ ଏହି ସମୟରେ ନବଦାସଙ୍କ ଝିଅ ରାଜନୀତିରେ ବହୁତ ଆକ୍ଟିଭ ଥିବାର ଦେଖିବାକୁ ମିଳୁଛି । ଆଉ ଲାଗୁଛି ତାଙ୍କ ଖେଳ ବିଗାଡି ଦେବେ ଟଙ୍କଧର ।
ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏହି ଟଙ୍କଧର କିଏ ? ତେଣୁ ଏହା ସମ୍ପର୍କରେ ଅଧିକ ଜାଣିବା ପାଇଁ ଆମର ଏହି ପୋଷ୍ଟଟିକୁ ନିଶ୍ଚୟ ପଢନ୍ତୁ ଦର୍ଶକ ବନ୍ଧୁ । ନବ ଦାସଙ୍କ ଅଧୁରା ସ୍ଵପ୍ନକୁ ପୁରା କରିବା ପାଇଁ ଅଣ୍ଟା ଭିଡିଛନ୍ତି ଦୀପାଳି ଦାସ । ବାପା ଥିବା ସମୟରୁ ହିଁ ରାଜନୀତିରେ ଅଭିଜ୍ଞାତ ରହିଛି ଦୀପାଳି ଦାସଙ୍କର । ନବାଗତ ହୀଲେ ମଧ୍ୟ ବାପାଙ୍କ ଠାରୁ ରାଜନୀତିର ବହୁତ କିଛି ଜ୍ଞାନ ଆହରଣ କରିଛନ୍ତି ଦୀପାଳି ।
ତେବେ ଦୀପାଳି ଉପନିର୍ବାଚନରେ ନିକଜର ରାଜନୈତିକ ଖେଳ ଖେଳି ବିଜେଡି ତରଫରୁ ଟିକେଟ ହାସଲ କରିବା ପ୍ରଚେଷ୍ଟାରେ ଥିବା କଥା ଚର୍ଚ୍ଚା ଧରିଛି । ହେଲେ ଏବେ ଯାଏ ମଧ୍ୟ ସ୍ପଷ୍ଟ ହୋଇନାହିଁ କି ବିଜେଡି କାହାକୁ ଟିକେଟ ଦେବ । ଝାରସୁଗୁଡା ଉପନିର୍ବାଚନରେ ଏକ ଟ୍ଵିଷ୍ଟ ଦେଖା ଦେଇଛି । ଝାରସୁଗୁଡାର ବିଜେପି ପ୍ରାର୍ଥୀ ପାଇଁ ଚାଲିଛି ଘୋର ଚର୍ଚ୍ଚା ଚାଲିଛି । ଟଙ୍କଧର ତ୍ରିପାଠୀଙ୍କୁ ଉପନିର୍ବାଚନ ପାଇଁ ପ୍ରାଥୀ କରିପାରେ ବିଜେପି । ରାଜ୍ୟ ବିଜେପି ଯୁବ ମାର୍ଚ୍ଚାର ସମ୍ପଦକ ଅଛନ୍ତି ଟଙ୍କଧର ତ୍ରିପାଠୀ ।
ଟଙ୍କଧର ନବାଗତ ହୋଇଥିଲେ ମଧ୍ୟ ଝାରସୁଗୁଡାର ସମସ୍ତ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବା ପାଇଁ ମିଳୁଛି । ରାଜନୀତିରେ ଫିଲ୍ଡରେ ବି ବହୁତ ଆକ୍ଟିଭ ଅଛନ୍ତି ଟଙ୍କଧର । ଲୋକଙ୍କର ନିକଟତର ହେବା ସହ ଲୋକଙ୍କ ସହ ଯୋଡି ହେଉଛନ୍ତି ଟଙ୍କଧର । ରହିଥିବା ଲୋକଙ୍କ ସମସ୍ୟାକୁ ବରିଷ୍ଠ ନେତାଙ୍କ ପାଖରେ ପହଞ୍ଚାଇବାରେ ସାହାର୍ଯ୍ୟ କରୁଛନ୍ତି ଟଙ୍କଧର ।
ତେଣୁ ବହୁତ ଲୋକଙ୍କର ପ୍ରିୟ ମଧ୍ୟ ଅଟନ୍ତି ଟଙ୍କଧର ତ୍ରିପାଠୀ । ତେଣୁ ଟଙ୍କଧର ଯଦି ପ୍ରାଥି ହୁଅନ୍ତି ତେବେ ଏହା ଦୀପାଳିଙ୍କ ପାଇଁ ହୋଇପାରେ ଅଡୁଆ । ଉଭୟ ଦୀପାଳି ଏବଂ ଟଙ୍କଧର ନବାଗତ ହେବା ସହ ଯୁବ ବର୍ଗ ମଧ୍ୟ । ତେଣୁ ଉଭୟଙ୍କ ମଧ୍ୟରେ ଜୋର ଦାର ଟକ୍କର ଚାଲିବ ବୋଲି ବର୍ତ୍ତମାନ ସମୟରେ ଚର୍ଚ୍ଚା ଚାଲିଛି । ତେବେ ଏନେଇ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ ।