ନମସ୍କାର ବନ୍ଧୁଗଣ, ଯାତ୍ରା କଳାକାର ମାନଙ୍କ ନାଟକ ଦେଖିବା ପାଇଁ ଖୁବ ଭଲ ଲାଗିଥାଏ ଲୋକମାନଙ୍କୁ । କାରଣ ସେମାନେ ସାମ୍ନାରେ ସିଧାସଳଖ ଭାବରେ ସିଧା ସଳଖ ଭାବରେ ଦର୍ଶକ ମାନନଙ୍କୁ ନିଜର ଅଭିନୟର ଜାଦୁରେ ବାନ୍ଧି ରଖିଥାନ୍ତି । ସେଥିପାଇଁ ସେମାନେ ଦର୍ଶକଙ୍କର ପ୍ରିୟ ଏବଂ ନିକଟତର ହୋଇପାରନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣେ ପ୍ରମୁଖ ନାୟିକାଙ୍କ ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ ଯାହାଙ୍କ ରୂପକୁ ଦେଖି ଏବଂ ଆକର୍ଷିତ ହୋଇ ଦୈତାରୀପଣ୍ଡା ତାଙ୍କୁ ଯାତ୍ରା ଜଗତକୁ ଆଣିଥିଲେ ।
ତେବେ ଆସନ୍ତୁ ଜାଣିବା ସେହି ନାୟିକାଏନକେ ସମ୍ପର୍କରେ । ଯାତ୍ରା ଅଭିନେତ୍ରୀ ଅଞ୍ଜନା ନାୟକଙ୍କ କଥା ଆମେ ଆଜି ଆପଣ ମାନଙ୍କୁ କହୁଛୁ । ଆଜ୍ଞା ହଁ ସେ ଜଣେ ପୁରୁଣା ଏବଂ ପ୍ରମୁଖ ହିରୋଇନ ଅଟନ୍ତି । ବହୁ ଚର୍ଚ୍ଚିତ ହିରୋଇନ ମଧ୍ୟ ସେ । ବର୍ତ୍ତମାନ ତାଙ୍କ ବୟସ ହୋଇଯିବା ପରେ ସେ ମାଆ ର ଅଭିନୟ କରୁଛନ୍ତି । ତାଙ୍କର ପ୍ରଥମ ଯାତ୍ରାରେ ନାଟକ ଥିଲା ଆଖି ନାହିଁ ମୋ ସାକ୍ଷୀ ନାହିଁ ଯାହା ସବୁଠାରୁ ସୁପରହିଟ ଥିଲା ।
ସେ ଯାତ୍ରାରେ ସୁରେଶ ପଣ୍ଡା ହିରୋ ଥିଲେ ଏବଂ ଅଞ୍ଜନା ହିରୋଇନ ଥିଲେ । ଅଞ୍ଜନା ବହୁତ ସୁପରହିଟ ଯାତ୍ରା ମାନ କରିଛନ୍ତି ଏବଂ ଆୱାର୍ଡ ମଧ୍ୟ ପାଇଛନ୍ତି । ପିଲାଦିନେ ଅଞ୍ଜନା ସ୍କୁଲରେ ଗୀତ ନାଚ କରନ୍ତି । ତାଙ୍କ ଫିଗର ସୁନ୍ଦର ଅଛି ବୋଲି ସମସ୍ତେ ତାଙ୍କୁ ପସନ୍ଦ କରନ୍ତି ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମରେ ତାଙ୍କୁ ଆଗରେ ରଖନ୍ତି ।
ଅଞ୍ଜନାଙ୍କୁ ଏକ ମେଳାରେ ଦେଖିବା ପରେ ଦୈତାରୀପଣ୍ଡା ତାଙ୍କୁ ଯାତ୍ରାରେ ଅଭିନୟ କରିବା ପାଇଁ ଆଣିବା ପାଇଁ ତାଙ୍କ ଘର ଲୋକଙ୍କ ପାଖକୁ ଯାଇଥିଲେ । କିନ୍ତୁ ଅଞ୍ଜନାଙ୍କ ଘର ଲୋକ ରାଜି ହୋଇନଥିଲେ । ଅଞ୍ଜନାଙ୍କର ଯାତ୍ରାରେ ଅଭିନୟ କରିବା ପାଇଁ ଇଚ୍ଛା ଥିବାରୁ ସେ ଘରୁ ଲୁଚିକି ଚାଲି ଯାଇଥିଲେ । ଜାରକା ପାର୍ଟିର ଦିଗବିଜୟ ଅପେରାକୁ ସେ ଚାଲିଯାଇଥିଲେ ଏବଂ ସେଠାରେ ରହି ଦୁଇ ବର୍ଷ ଅଭିନୟ କଲେ ।
ଅଞ୍ଜନା ସୁନ୍ଦର ଥିବାରୁ ତାଙ୍କୁ ସମସ୍ତେ ନେବା ପାଇଁ ମଧ୍ୟ ରାଜି ହେଉଥିଲେ । ଏହାପରେ ସେ ବଡ ପାର୍ଟିରେ ସବୁ ଅଭିନୟ କଲେ । ସେଠାରୁ ବର୍ତ୍ତମାନ ସମୟରେ ମଧ୍ୟ ସେ ଭଲ ପୋଜିସନରେ ଥିବାର କଥା କହିଛନ୍ତି । ଶେଷରେ ଦର୍ଶକ ମାନଙ୍କୁ କହିଛନ୍ତି ଆପଣ ମାନଙ୍କ ଭଲ ପାଇବା ଆମ ମାନଙ୍କ ପାଇଁ ସର୍ବଦା ଥାଉ ।