ଦେଖନ୍ତୁ କେମିତି କଂଗ୍ରେସ ନେତା Sura Routray ଖରାରେ ବାଣ୍ଟିଲେ ତରଭୁଜ…

ନମସ୍କାର ବନ୍ଧୁଗଣ, ଆମ ସମସ୍ତଙ୍କ ପସନ୍ଦର ବିଧାୟକ ଅଟନ୍ତି ସୁର ଭାଇ ଏହା କହିବା ଭୁଲ ହେବ ନାହିଁ । ତାଙ୍କ ମନ ଖୋଲା ତାଙ୍କ କାର୍ଯ୍ୟ ସଫା କେଳେଙ୍କାରିର କୌଣସି ସମ୍ପର୍କ ନାହିଁ ତାଙ୍କ ସହ ଏସବୁରୁ ବହୁତ ଦୂରରେ ଅଛନ୍ତି ସୁର ଭାଇ । ନ୍ୱେଚ୍ଛାବର ମନଭାବ ନେଇ ସର୍ବଦା ଲୋକଙ୍କ ପାଖରେ ସାହାର୍ଯ୍ୟ ପାଇଁ ପହଞ୍ଚୁଥିବା ସୁର ଭାଇଙ୍କର ଆଜି ଏକ ନୂତନ ଖବର ଆସି ପହଞ୍ଚିଛି ।

ତେବେ ଖବର ଅନୁଯାୟୀ ଲୋକଙ୍କୁ ଖରାଦିନେ ଲୋକଙ୍କ ପ୍ରିୟ ତରଭୁଜ ବାଣ୍ଟିବାର ନଜର ଆସିଛନ୍ତି ସୁର ରାଉତରାୟ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ସମ୍ପର୍କରେ । ସୁର ରାଉତରାୟଙ୍କ କଥା ନିଆରା କାମ ବି ନିଆରା । ତାଙ୍କ ସହ ହୁଏତ କେହି ନେତା ମନ୍ତ୍ରୀ ସମାନ ହୋଇପାରିବେ ନାହିଁ । ସୂଚନା ଆନୁଯାୟି ସୁର ରାଉତରାୟ ରାସ୍ତା ଉପରେ ଠିଆ ହୋଇଥିବା ଜଣେ ତରଭୁଜ ବିକାଳିଙ୍କ ଠାରୁ ଗୋଟିଏ ଗୋଟିଏ ତରଭୁଜ ଖଣ୍ଡ ନେଇ ଲୋକଙ୍କୁ ବାଣ୍ଟୁଥିବାର ନଜର ଆସିଛନ୍ତି ।

ସେଠାରେ ଯେତେ ବି କ୍ୟାମେରା ମ୍ୟାନ ଥିଲେ ତାଙ୍କୁ ଦେବା ସହ ସାଧାରଣ ଲୋକ ମାନଙ୍କୁ ମହିଳା ମାନଙ୍କୁ ମଧ୍ୟ ବାଣ୍ଟିଲେ । ଦିବ୍ୟାଙ୍ଗ ମାନଙ୍କୁ ମଧ୍ୟ ଭଲ ପାଇବାର ସହ ତରଭୁଜ ଦେଲେ । ଏବଂ ତାଙ୍କୁ କହିଲେ କିଛି ନ ଭାବ ଆଗ ଖାଇଦିଅ । ନିଜର ଲୋକ ଭଳି ସମସ୍ତଙ୍କୁ ବାଧ୍ୟ କରି ତରଭୁଜ ଦେଉଥାନ୍ତି । ଏବଂ କହୁଥାନ୍ତି ନିଅ ମ ଗୋଟେ ଧର ଖାଇଦିଅ ।

ଏଭଳି ମନ୍ତ୍ରୀ କେଉଁଠାରେ ବି ଦେଖିବା ପାଇଁ ମିଳିବେ ନାହିଁ । ନିଜ ପକେଟରୁ ପାଞ୍ଚ ସହ ଟଙ୍କା ବାହାର କରି ଦେଲେ ତରଭୁଜ ବିକାଳିଙ୍କୁ ଆଉ କହିଲେ ଏଠାରେ ଥିବା ସମସ୍ତଙ୍କୁ ଗୋଟିଏ ଲେଖାଏ ତରଭୁଜ ଖଣ୍ଡ କାଟିକି ଦିଅ ଖାଆନ୍ତୁ ସେମାନେ । ଯଦି ତରଭୁଜ ନ ପାଏ ତାହାଲେ କାକୁଡି ମଧ୍ୟ ଲୋକମାନଙ୍କୁ ବାଣ୍ଟ ସେମାନେ ଖାଇବେ । ଆଉ ନିଜେ ବି ବସ୍ତା ଖୋଲି କାକୁଡି ବାଣ୍ଟିଲେ ଲୋକଙ୍କୁ ।

କାକୁଡି ଧରି ଫଟୋ ମଧ୍ୟ ଉଠାଉଥିଲେ ଲୋକଙ୍କ ସହ ସୁର ଭାଇ । କେବେ ମଧ୍ୟ ନିଜକୁ ମନ୍ତ୍ରୀ ଭଳି ଗର୍ବିତ କରି କଥା କହିବାର ତାଙ୍କ ଠାରୁ କେହି ଶୁଣିନାହାନ୍ତି । ତାଙ୍କ ଭଳି ମନ୍ତ୍ରୀ ସମସ୍ତଙ୍କ ପାଇଁ ଏକ ଉଦାହରଣ ଅଟନ୍ତି । ତେବେ ଆପଣମାନେ ଏହା ସମ୍ପର୍କରେ ନିଜର ମତାମତ ଜଣାଇବା ପାଇଁ ନିଶ୍ଚୟ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *