ସ୍ବାମୀଙ୍କୁ ପାନେ ଚଖେଇବା ପାଇଁ Poonam Dhillon ପର ପୁରୁଷଙ୍କ ସହ ବନେଇଥିଲେ ସମ୍ବନ୍ଧ, କିନ୍ତୁ ପ୍ଲାନ ପଡିଗଲା ଓଲଟା

ନମସ୍କାର ବନ୍ଧୁଗଣ ତେବେ ୭୦-୮୦ ଦଶକ ର ଅଭିନେତ୍ରୀ ପୁନମ ଢ଼ିଲୋ ଙ୍କୁ ତ ଆପଣ ମାନେ ନିଶ୍ଚିତ ଜାଣିଥିବେ । ସେ ନିଜ କ୍ୟାରିୟର ରେ ୧୦୦ ରୁ ଅଧିକ ସିନେମା ରେ ଅଭିନୟ କରିଛନ୍ତି । ସେ ବହୁତ କମ ବୟସ ରେ ହିଁ ଏହି ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ଯୋଡି ହୋଇ ଯାଇଥିଲେ । କ୍ୟାରିୟର ର ଆରମ୍ଭ ରେ ସେ କନ୍ନଡ଼,ତାମିଲ, ବଙ୍ଗଳା,ପଞ୍ଜାବୀ ସିନେମାରେ ରେ ଅଭିନୟ କରିଥିଲେ । ତେବେ ସେ ଯେତେବେଳେ ୧୬ ବର୍ଷ ର ଥିଲେ ସେତେବେଳେ ସେ ମିସ ଇଣ୍ଡିଆ ଖିତାଵ ଜିତି ଥିଲେ ।

ତେବେ ପୁନମ ୧୯୭୮ ମସିହାରେ ତ୍ରିଶୁଲ ସିନେମା ରୁ ଡେବ୍ୟୁ କରିଥିଲେ । ଏହି ସିନେମା ରେ ତାଙ୍କ ସହ ଅମିତାଭ ବଚନ,ଶଶୀ କପୂର, ସଞ୍ଜୀବ କପୂର ଏବଂ ହେମା ମାଳିନୀ ମଧ୍ୟ ଥିଲେ । ତେବେ କିନ୍ତୁ ତାଙ୍କୁ ପରିଚୟ ମିଳିଥିଲା ୧୯୭୯ ମସିହାରେ ଆସିଥିବା ସିନେମା ନୁରି ରୁ ପାଇଥିଲେ । ପୁନମ ନିଜ କ୍ୟାରିୟର ରେ ଅମିତାଭ ଙ୍କ ଠାରୁ ଆରମ୍ଭ କରି କମଲ ହାସନ, ସନି ଦେଓଲ ଙ୍କ ସହ ସେ କାମ କରିଛନ୍ତି ।

ପ୍ରାୟତଃ ସବୁ ଅଭିନେତା ଙ୍କ ସହ ତାଙ୍କ ଯୋଡି କୁ ଲୋକମାନେ ଖୁବ ପସନ୍ଦ କରିଥାନ୍ତି । ତେବେ ପୁନମ ନିଜର ବ୍ୟକ୍ତିଗତ ଜୀଵନ କୁ ନେଇ ମଧ୍ୟ ଖୁବ ଚର୍ଚ୍ଚା ରେ ରୁହନ୍ତି । ତେବେ ପୁନମ ଙ୍କ ଜୀଵନ ରେ ଅନେକ ଆସିଛନ୍ତି ଏବଂ ଯାଇଛନ୍ତି । ପୁନମ ଙ୍କ ନାମ ଅନେକ ବଡ଼ ବଡ଼ ଡ଼ାଇରେକ୍ଟର ଙ୍କ ସହ ଯୋଡ଼ା ଯାଇଥିଲା । ତେବେ ସର୍ଵ ପ୍ରଥମେ ନାଁ ଟି ହେଉଛି ରମେଶ ସିପି ।


ତେବେ ଦୁହିଁଙ୍କ ଭିତରେ ବହୁତ ପ୍ରେମ ଥିଲା ଏବଂ ଦୁହେଁ ଚର୍ଚ୍ଚା ରେ ମଧ୍ୟ ରହୁଥିଲେ ଏବଂ ପୁନମ ତାଙ୍କ ପାଇଁ ବହୁତ ସିରିୟସ ମଧ୍ୟ ଥିଲେ କିନ୍ତୁ ରମେଶ ଥିଲେ ଆଗରୁ ବିବାହିତ ତେଣୁ ସେ ନିଜ ସ୍ତ୍ରୀ କୁ ଛାଡି ପୁନମ ଙ୍କୁ ବିବାହ କରିବା କଥା ଭାବି ପାରି ନଥିଲେ ଏବଂ ଦୁହେଁ ଅଲଗା ହୋଇଯାଇ ଥିଲେ । ତେବେ ରମେଶ ଙ୍କ ପରେ ସେ ଯଶ ଚୋପ୍ରା ଙ୍କ ସହ ମଧ୍ୟ ରୋମନ୍ସ କରିଥିଲେ । କିନ୍ତୁ ଏ ଦୁହେଁ ମଧ୍ୟ ଅଲଗା ହୋଇ ଯାଇଥିଲେ ।

ତେବେ ସେ ଅଶୋକ ଥାକେରିଆ ଙ୍କୁ ବିବାହ କରିଥିଲେ କିନ୍ତୁ ଏହି ବିବାହ ରେ ତାଙ୍କ ପରିବାର ଲୋକ ଖୁସି ନଥିଲେ କିନ୍ତୁ ତଥାପି ପୁନମ ଅଶୋକ ଙ୍କୁ ୧୯୮୮ରେ ବିବାହ କରିଥିଲେ ।
ତେବେ ପରେ ଦୁହିଙ୍କ ର ପୁଅ ଅନମୋଲ ଥାକେରିଆ ଏବଂ ଝିଅ ପାଲୋମା ଥାକେରିଆ ହୋଇଥିଲେ । ତେବେ ବିବାହ ର ଦୁଇ ବର୍ଷ ପରେ ଦୁହିଁଙ୍କ ଭିତରେ ସମ୍ପର୍କ ଖରାପ ହେବାକୁ ଲାଗିଲା କାରଣ ପୁନମ ଜାଣିବାକୁ ପାଇଥିଲେ କି ଅଶୋକ ଙ୍କ ର ଅନ୍ୟ ଝିଅ ମାନଙ୍କ ସହ ସମ୍ପର୍କ ରହିଛି ।

ତେବେ ଏହା ପରେ ପୁନମ ଏକ ନୂତନ କାର୍ଯ୍ୟ କରିଥିଲେ ସେ ହଙ୍ଗକଙ୍ଗ ର ଜଣେ ବ୍ୟବସାୟୀ କିକୁ ଙ୍କ ସହ ସେ ନିଜର ସମ୍ପର୍କ ବଢେଇ ଥିଲେ । ତେବେ ଅଶୋକ ଏବଂ ପୁନମ ଙ୍କ ବିବାହ ସମ୍ପର୍କ ଠିକ ଭାବରେ ନ ହେବାରୁ ଦୁହେଁ ୧୯୯୭ ରେ ଛାଡପତ୍ର ଦେଇ ଅଲଗା ହୋଇ ଯାଇଥିଲେ । ତେବେ ପୁଅ ଝିଅ ଙ୍କ କଷ୍ଟଡ଼ି ପୁନମ ଙ୍କୁ ମିଳିଥିଲା । ତେବେ ପୁନମ ବର୍ତ୍ତମାନ ୫୯ ବର୍ଷ ର ହୋଇ ଗଲେଣି ଏବଂ ବର୍ତ୍ତମାନ ସୁଦ୍ଧା ସେ ସିଙ୍ଗଲ ହିଁ ରହିଛନ୍ତି । ତେବେ ଲେଖା ଟି କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *