ଜେଲ ର ହାୱା ଖାଇ ସାରିଛନ୍ତି Bollywood ର ଏହି 4 Actress, 4 ନମ୍ବର Actress ତ ସମସ୍ତଙ୍କ ଫେବ୍ରେଟ

ନମସ୍କାର ବନ୍ଧୁଗଣ ତେବେ ବଲିଉଡରେ କେତେବେଳେ ଯେ କଣ ହୁଏ ତାହା କାହାକୁ ଜଣାନଥାଏ । ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁକିଛି ସମ୍ଭବ ଥାଏ । କେବେ ଅଭିନେତ୍ରୀ ନିଜ ଅଭିନୟ ପାଇଁ ଚର୍ଚ୍ଚାରେ ଥାନ୍ତି ତ କେବେ ନିଜ ସୌନ୍ଦର୍ଯ୍ୟ ପାଇଁ, କେବେ ବ୍ୟକ୍ତିଗତ ଜୀବନ ପାଇଁ ତ କେବେ ଆଫାୟର ପାଇଁ । ସେମାନଙ୍କ ବିଷୟରେ ଜାଣିବା ପାଇଁ ଦର୍ଶକ ଖୁବ ରୁଚି ରଖିଥାନ୍ତି ତେବେ ଆପଣ ମାନେ ଜାଣିଥିବେ କି ଅଭିନେତ୍ରୀ ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି ଗିରଫ କରିଛି ।

ରିୟା ଚକ୍ରବର୍ତ୍ତୀ ନିଜ ବିବୃତ୍ତିରେ ଏନସିବିକୁ କହିଛନ୍ତି ଯେ ସେ ଡ୍ରଗ୍ସ ସିଣ୍ଡିକେଟର ଅଂଶ । ଏହା ନୁହେଁ ଯେ ରିୟା ଚକ୍ରବର୍ତ୍ତୀ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ପ୍ରଥମ ଅଭିନେତ୍ରୀ ଯିଏ ଜେଲକୁ ଯାଇଛନ୍ତି । ରିୟାଙ୍କ ପୂର୍ବରୁ ମଧ୍ୟ ଅନେକ ପ୍ରସିଦ୍ଧ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଜେଲକୁ ଯାଇଛନ୍ତି, ଆଜି ଆମେ ଆପଣଙ୍କୁ ବଲିଉଡ ଇଣ୍ଡଷ୍ଟ୍ରିର କିଛି ଜଣାଶୁଣା ଅଭିନେତ୍ରୀଙ୍କ ବିଷୟରେ ଜଣାଇବାକୁ ଯାଉଛୁ ଯେଉଁମାନେ କୌଣସି ଅପରାଧରେ ଦଣ୍ଡିତ ହୋଇଛନ୍ତି । ତେବେ ଆସନ୍ତୁ ଜାଣିନେବା ସେମାନଙ୍କ ବିଷୟରେ ।

୧- ପ୍ରଥମ ଅଭିନେତ୍ରୀ ହେଉଛନ୍ତି ସୋନାଲି ବେନ୍ଦ୍ର । ତେବେ ଆପଣ ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କୁ ନିଶ୍ଚୟ ଜାଣିଥିବେ, ସେ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଫିଲ୍ମରେ କାମ କରିଛନ୍ତି ଏବଂ ତାଙ୍କର ପ୍ରତ୍ୟେକ ଚରିତ୍ର ଦର୍ଶକଙ୍କ ଦ୍ୱାରା ବହୁତ ପସନ୍ଦ କରାଯାଇଛି । କିନ୍ତୁ ଅଭିନେତ୍ରୀ ସୋନାଲି ମଧ୍ୟ ଜେଲ ଯାଇଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ଏକ ମେଗାଜିନ କଭରରେ ତାଙ୍କର ଫଟୋ ଯୋଗୁଁ ତାଙ୍କୁ ଜେଲ ଯିବାକୁ ପଡିଲା ।

ତାଙ୍କ ଫଟୋ ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ତାଙ୍କ ବିରୋଧରେ ଏକ ମକଦ୍ଦମା ଦାୟର କରାଯାଇଥିଲା, ଯେଉଁଥିପାଇଁ ସୋନାଲିଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡିଥିଲା । ପରେ ସେ ଜାମିନରେ ବାହାରକୁ ଆସିଥିଲେ ।

୨- ଦ୍ଵିତୀୟ ଅଭିନେତ୍ରୀ ହେଉଛନ୍ତି ମମତା କୁଲକର୍ଣ୍ଣି । ତେବେ ଏକ ସମୟ ଥିଲା ଯେତେବେଳେ ମମତା କୁଲକର୍ଣ୍ଣିଙ୍କ ନାମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚାଲୁଥିଲା । ସେ ବଲିଉଡରେ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି । ତାଙ୍କର ସୌନ୍ଦର୍ଯ୍ୟ ସହିତ, ଭଲ ଅଭିନୟ ପାଇଁ ଲୋକେ ତାଙ୍କର ଦିୱାନା ଥିଲେ । ଯେତେବେଳେ ସେ ଏବଂ ତାଙ୍କ ସ୍ୱାମୀ ଡ୍ରଗ୍ସ ରାକେଟରେ ଧରାପଡିଥିଲେ ସେତେବେଳେ ମମତା କୁଲକର୍ଣ୍ଣି ଅଧିକ ଖବରରେ ଆସିଥିଲେ । ମମତା କୁଲକର୍ଣ୍ଣି ବିକି ଗୋସ୍ୱାମୀଙ୍କୁ ବିବାହ କରିଛନ୍ତି ।


୩- ତୃତୀୟ ଅଭିନେତ୍ରୀ ହେଉଛନ୍ତି ଶ୍ବେତା ବାସୁ ପ୍ରସାଦ । ଅଭିନେତ୍ରୀ ଶ୍ବେତାଙ୍କ ଜନ୍ମ ବିହାରର ଜମସେଦପୁରର ହୋଇଥିଲା । ୨୦୦୨ ମସିହା ଫିଲ୍ମ ମକଡିରେ ଅଭିନୟ କରି ସେ ନିଜ କ୍ୟାରିଅରର ଆରମ୍ଭ କରିଥିଲେ । ଏଥିରେ ତାଙ୍କ ଭୂମିକା ସମ୍ପୂର୍ଣ୍ଣ ଅଲଗା ଥିଲା ଯାହା ଦର୍ଶକ ବେଶ ପସନ୍ଦ କରିଥିଲେ । ଏହି ଫିଲ୍ମ ପାଇଁ ୨୦୦୨ ମସିହାରେ ତାଙ୍କୁ ସର୍ବଶ୍ରେଷ୍ଠ ଶିଶୁକଳାକାର ପାଇଁ ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ମିଳିଥିଲା । ହିନ୍ଦି ଫିଲ୍ମ ଇକବାଲରେ ମଧ୍ୟ ଅଭିନୟ କରିଛନ୍ତି । ହାଇଦ୍ରାବାଦରେ ଏକ ସେକ୍ସ ରାକେଟରେ ସାମିଲ ଥିବାରୁ ପୋଲିସ ତାଙ୍କୁ ଗିରଫ କରିଥିଲା ।


୪- ଚତୁର୍ଥ ଅଭିନେତ୍ରୀ ହେଉଛନ୍ତି ମଧୁବାଲା । ବରିଷ୍ଠ ଅଭିନେତ୍ରୀ ମଧୁବାଲା ମୁଗଲ-ଏ-ଆଜମ ଓ ମହଲ ଭଳି ଫିଲ୍ମରେ କାମ କରିଛନ୍ତି । ସୂଚନାଯୋଗ୍ୟ ଯେ, ମଧୁବାଲା ୧୯୫୭ ମସିହାରେ ଗୋଟେ ଫିଲ୍ମ ସାଇନ୍‌ କରିଥିଲେ । ଏଥିପାଇଁ ସେ ଆଡଭାନ୍ସ ଟଙ୍କା ନେଇଥିଲେ । ପରେ ସେ ଫିଲ୍ମ କରିନଥିଲେ ଓ ଟଙ୍କା ମଧ୍ୟ ଫେରାଇନଥିଲେ । ଏଥିପାଇଁ ଫିଲ୍ମ ପ୍ରଯୋଜକ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ସେଥିପାଇଁ କିଛି ଦିନ ଲାଗି ତାଙ୍କୁ ଜେଲ ଯିବାକୁ ପଡିଥିଲା ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *