ଫିଲ୍ମ ପ୍ରଡ୍ୟୁସର Subhash Ratha ଙ୍କ ଚାଞ୍ଚଲ୍ୟକର ବୟାନ, କହିଲେ ‘ଯାତ୍ରା ଇଣ୍ଡଷ୍ଟ୍ରିର କୌଣସି ଶତୃ ହିଁ ରାଇକୁ…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ତ ସମସ୍ତେ ଓଲିଉଡ ଜଗତର ଜଣେ ଜଣାଶୁଣା ଅଭିନେତା ରାଇମୋହନ ପରିଡାଙ୍କୁ ଭଲଭାବରେ ଜାଣିଥିବେ । ସେ ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି । ତାଙ୍କର ଅଭିନୟ ଜୀବନ୍ତ ହୋଇଥାଏ । ଆଉ ସେ ବହୁତ ସୁନ୍ଦର ଅଭିନୟ କରିଥାନ୍ତି । ତାଙ୍କ ଅଭିନୟ ଦେଖିବାକୁ ଦର୍ଶକଙ୍କ ଭିଡ ଜମିଥାଏ । ଆଉ ସେ ଅନେକ ଫିଲ୍ମ୍ କରନ୍ତି । ସେ ସବୁ ଫିଲ୍ମରେ ପ୍ରାୟ ନେଗେଟିଭ ରୋଲ୍ କରନ୍ତି । ସେ ଖଳନାୟକ ଭୂମିକାରେ ଅଭିନୟ କରନ୍ତି ।

ଆଉ ସେ ଯାତ୍ରା ଜଗତରେ ମଧ୍ୟ କାମ କରନ୍ତି । ତେବେ ବର୍ତମାନ ସମୟରେ ସମଗ୍ର ସିନେ ଜଗତ ପାଇଁ ଏବଂ ଓଡ଼ିଶାବାସୀ ମାନଙ୍କ ପାଇଁ ଅଭିନେତା ରାଇମୋହନ ପରିଡାଙ୍କ ଅଚାନକ ଆତ୍ମହତୟଆକୁ ନେଇ ଗଭୀର ଆଘାତ ଲାଗିଛି । ଆଉ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁନି ମଧ୍ୟ ତାଙ୍କ ମୃତ୍ୟୁ ପଛର କାରଣ । ତାଙ୍କ ମୃତ୍ୟୁକୁ ନେଇ ଅନେକ କଳାକାର ନିଜର ପ୍ରତିକ୍ରିୟା ରଖିଛନ୍ତି ।

ତେବେ ବର୍ତ୍ତମାନ ରାଇମୋହନ ଙ୍କର ଜଣେ ମିତ୍ର ମିଡ଼ିଆ ଆଗରେ ନିଜର ମତ ରଖିଛନ୍ତି । ତେବେ ସେ କହିଛନ୍ତି କି ମୁଁ ବିଶ୍ବାସ କରିପାରୁନି, ମୋତେ ବହୁତ କଷ୍ଟ ଲାଗୁଛି ଯେ ଆମ ଗହଣରେ ଆଉ ରାଇମୋହନ ଆଉ ନାହାଁନ୍ତି । ଆଉ ଏହା ଆମ ସିନେ ଇଣ୍ଡଷ୍ଟ୍ରି ପାଇଁ ଏକ ଅପୂରଣୀୟ କ୍ଷତି ଅଟେ ।

ଆମ ସିନେ ଇଣ୍ଡଷ୍ଟ୍ରିର ଲୋକମାନେ ଏମିତି ଗୋଟାଏ ପରେ ଗୋଟେ ଆମକୁ ଛାଡ଼ି ଚାଲି ଯାଉଛନ୍ତି ଯାହା ବହୁତ ବଡ ଦୁଃଖର କଥା । ଆଉ ରାଇମୋହନ ଭାଇ ଜଣେ ବହୁତ ଭଲ ମଣିଷ ଅଟନ୍ତି । ସେ ବହୁତ ଷ୍ଟ୍ରଙ୍ଗ ଆଉ ବହୁତ ହସୁକୁରା ଲୋକ । ସେ ସୁଇସାଇଡ କରିବେ ଏକଥା ମୋର ବିଶ୍ବାସ ହେଉନି । ତେବେ ସେ ଆହୁରି କହିଛନ୍ତି କି ହୁଏତ ତାଙ୍କୁ କେହି ହତୟଆ କରିଛନ୍ତି ତେବେ ସିନେମା ଜଗତରେ ତାଙ୍କର କେହି ଶତ୍ରୁ ନଥିଲେ କିନ୍ତୁ ହୁଏତ ଯାତ୍ରା ଜଗତରେ ତାଙ୍କର ଶତ୍ରୁ ଥାଇ ପାରନ୍ତି ।


ତେବେ ସେ ଆହୁରି କହିଛନ୍ତି କି ଏହା ଏକ ବହୁତ ବଡ଼ ଯୋଜନା କରାଯାଇ ହତୟଆ ହୋଇଛି ଏହାର ଠିକ ଭାବରେ ତଦନ୍ତ କରାଯାଉ । ସମସ୍ତଙ୍କ ଘରେ ଝଗଡା ହୁଏ ତା ବୋଲି ସେ ଆତ୍ମହତୟଆ କରିବ ତାହା ମୁଁ ବିଶ୍ୱାସ କରିବି ନାହିଁ । ତାଙ୍କ ସ୍ତ୍ରୀ ଜଣେ ବହୁତ ଭଲ ମଣିଷ ତାଙ୍କ ଦୁଇ ଝିଅ ମଧ୍ୟ ବହୁତ ଭଲ ଏବଂ ଗୁଣି ମଧ୍ୟ । ତେବେ ପୋଲିସ ଏହାର ଠିକ ଭାବରେ ତଦନ୍ତ କରୁ ବୋଲି ଆମର ଦାବି ରହିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *