ସେଦିନ ରାଣୀ ପ୍ରିୟଦର୍ଶିନୀ ଏତେ ଜୋରରେ କାନ୍ଦୁଥିଲା ମୁଁ ତାକୁ ବୁଝାଉଥିଲି ହେଲେ କିଛି ଲୋକ କହିଲେ କି ମୁଁ ତାକୁ କୁଆଡେ…

ଦର୍ଶକ ବନ୍ଧୁ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଯିବା ପରେ ଏବେ ସାରା ଓଡିଶାରେ ଶୋକାକାଳ ପରିବେଶ ରହିଛି । ତେବେ ଗତ କିଛି ଦିନ ତଳେ ପିଣ୍ଟୁ ଲିଭର ସମସ୍ୟାରେ ପୀଡିତ ଥାଇ ମୃତ୍ୟୁ ବରଣ କରିଛନ୍ତି । ତାଙ୍କୁ ବଞ୍ଚେଇବା ପାଇଁ ସାରା ଓଡିଶାବାସୀ ଏବଂ ଓଲିଉଡ କଳାକାର ମାନେ ବହୁତ ଚେଷ୍ଟା କରିଥିଲେ ହେଲେ ଭାଗ୍ୟରେ ବୋଧେ ଆଉ କିଛି ଲେଖା ଥିଲା । ଦର୍ଶକ ବନ୍ଧୁ ପିଣ୍ଟୁ ଯିବା ପରେ ଗତ କାଲି ଏକ ଭିଡିଓ ଭାଇରାଲ ହୋଇଥିଲା,

ଯେଉଁଥିରେ ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶନୀ କନ୍ଦା କନ୍ଦି କରି ଭାଙ୍ଗି ପଡି ଥିଲେ ସେହି ସମୟରେ ଓଡିଆ ଅଭିନେତା ଶ୍ରୀକୁମାର ତାଙ୍କୁ ଧରି ବୁଝାଇ ଥିଲେ । ତେବେ ଏହି ଭିଡିଓ ଦେଖି ଲୋକ ମାନେ ଅନେକ କଥା କହୁଥିବା ବେଳେ ଏବେ ଶ୍ରୀକୁମାର ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ।

ତା ହେଲେ ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।ଦର୍ଶକ ବନ୍ଧୁ ଶ୍ରୀକୁମାର ଗଣମାଧ୍ୟମ ଆଗରେ କହିଛନ୍ତି-‘ଆମେ ଯାହାକୁ ଭଲ ପାଉଥିଲୁ ପିଣ୍ଟୁ ନନ୍ଦ ସେ ତ ଆଉ ନାହାନ୍ତି । ସେ ଏବେ ସ୍ଵର୍ଗରେ ଅଛନ୍ତି କିନ୍ତୁ ଗୋଟେ କଥା ମୁଁ କହିବି ଯେଉଁ ଦିନ ପିଣ୍ଟୁ ନନ୍ଦ ଚାଲି ଗଲେ ମୁଁ ଏୟାରପୋର୍ଟ ଯାଇଥିଲି ।

ସେଇଠି ତ ମାତ୍ର ହାତ ଗଣତି ଲୋକ ଥିଲେ । ସମସ୍ତେ ତ ଏତେ ବଡ ବଡ କଥା କହୁଥିଲେ ହେଲେ କିମ୍ସ ମେଡିକାଲ ଠାରୁ ଆରମ୍ଭ କରି ତାଙ୍କ ଘରକୁ ଯିବା ପର୍ଯ୍ୟନ୍ତ ହାତ ଗଣତି କିଛି ଲୋକ ଥିଲେ । ମୁଁ ପିଣ୍ଟୁ ଭାଇଙ୍କୁ କାନ୍ଧେଇକି ନେଲି ସେହି ସମୟରେ ଏକ ପୂଜା ହୁଏ । ସେତେବେଳେ ବବି ଭାଇ ଆଉ ବିକାଶ ଏମାନେ ସବୁ କହିଲେ ସେ ରାନୀ ପ୍ରିୟଦର୍ଶନୀ ଏତେ କାନ୍ଦୁଛି କାନ୍ଦିକି କାନ୍ଥ ପାନ୍ଥରେ ବାଡେଇ ହେଇଗଲାଣି ତୁ ଯା ଟିକେ ତାକୁ କଣ୍ଟ୍ରୋଲ କର ।

ମୁଁ ଯାଇ ତାକୁ ବୁଝେଇଲି କହିଲି ଭଉଣୀ ଯାହା ତ ହେଇଛି ହେଇ ଗଲା ପିଣ୍ଟୁ ଭାଇ ତ ଚାଲି ଗଲାଣି ଆଉ ତୁ କଣ ଚାଲି ଯିବୁକି ଆଜି ତୁ ବଞ୍ଚିବୁ । ମୁଁ ତାକୁ ବୁଝେଇକି 10 ହାତ ଏପଟକୁ ନେଇଛି ତା ଭିତରେ କିଛି ମିଡିଆ ସେ ଭିଡିଓକୁ କ୍ୟାପଚର କରି ତାକୁ ଟ୍ରୋଲ କରୁଛନ୍ତି । କଣ କହିବି ଆମ ଓଡିଶା ଲୋକଙ୍କ ବିଷୟରେ ଜଣେ ମରିବା ପରେ ଯେଉଁ ଏସବୁ କଥା ଆଲୋଚନା ହେଉଛି ଏସବୁ ବହୁତ ନିନ୍ଦନୀୟ ଆଉ ଲଜ୍ଜା ଜନକ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *