ବାହାଘର ପରେ ପ୍ରଥମ ଥର ପାଇଁ ଶାଶୂଘରେ ସ୍ଵାମୀଙ୍କ ସହ Holi ଖେଳିଲେ ଅଭିନେତ୍ରୀ Lipsa Mishra

ଦର୍ଶକ ବନ୍ଧୁ ନିକଟରେ ଓଡିଆ ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ତାଙ୍କ ପୁରୁଷ ବନ୍ଧୁ ଆକାଶଙ୍କ ସହ ବିବାହ କରିଛନ୍ତି । ଏହି ବିବାହରେ ଅନେକ ବଡ ବଡ କଳାକାର ମାନେ ଆସିଥିଲେ ଏବଂ ଅତି ଧୁମଧାମର ସହ ଏହି ବିବାହ ହୋଇଥିଲା । ତେବେ ଦର୍ଶକ ବନ୍ଧୁ ଆଜି ହେଉଛି ହୋଲି ପର୍ବ ସାରା ଭାରତ ବର୍ଷରେ ଲୋକ ମାନେ ହୋଲି ପର୍ବ ପାଳନ କରୁଛନ୍ତି ।

ଆଉ ଆଜି ଲିପ୍ସା ମଧ୍ୟ ନିଜ ପରିବାର ବର୍ଗଙ୍କ ସହ ହୋଲି ପର୍ବ ପାଳନ କରୁଛନ୍ତି । ବାହାଘର ପରେ ଏହା ହେଉଛି ଲିପ୍ସାଙ୍କର ପ୍ରଥମ ହୋଲି । ତେବେ ଏନେଇ ଲିପ୍ସା ଗଣମାଧ୍ୟମ ଆଗରେ ନିଜର ଏକ ସାକ୍ଷାତ୍କାର ଦେଇଛନ୍ତି ଯାହାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଦର୍ଶକ ବନ୍ଧୁ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଲିପ୍ସା ଗଣମାଧ୍ୟମ ଆଗରେ କହିଛନ୍ତି-‘ହୋଲି ପାଇଁ କଣ ଓଡିଶାରେ ୧୨ ମାସରେ ଆମ ଉତ୍ସାହିତ ଥାଉ । ଆଉ ବାହାଘର ପରେ ଏଇଟା ମୋର ପ୍ରଥମ ହୋଲି ତେଣୁ ମତେ ଗୁଡାଏ ଘରକୁ ଯିବାର ଅଛି । ବାପଘର, ଶାଶୁଘର ସବୁ ସମ୍ପର୍କୀୟଙ୍କ ଘର । ତା ପରେ ଆଜି ମୁଁ ଆଉ ଗୋଟେ ଘରକୁ ଆସିଛି ଆମେ ଛୁଆ ମାନଙ୍କ ପାଖକୁ ଆସିଲୁ ।

ମୁଁ ଧନ୍ୟବାଦ ଦେବି ସମସ୍ତଙ୍କୁ ମତେ ଏଠି ଆସିବାକୁ ଇନଭାଇଟ କରିଥିବାରୁ । ଏଇଠି ଆଜି ପ୍ରଥମ ହୋଲି ଖେଳି ମୋ ଦିନ ବନି ଗଲା । ଆଉ ମୁଁ ଭାବୁଛି କାଲି ଦିନ ଟା ବି ବହୁତ ଭଲରେ ଯାଉ । ତେଣୁ ସମସ୍ତଙ୍କୁ ମୁଁ ମୋ ତରଫରୁ କହିବି ହାପି ହୋଲି । ସମସ୍ତେ ସୁରକ୍ଷିତ ଭାବରେ ହୋଲି ଖେଳନ୍ତୁ । ପିଲା ଦିନ କଥା ମନେ ପଡୁଛି ସେତେବେଳର ହୋଲି ଖେଳ ଆଉ ଏବେକାର ହୋଲି ଖେଳରେ ଫରକ ରହିଛି ।

ପିଲା ଦିନରେ ରଙ୍ଗ ଗୁଡାକ ମୁଣ୍ଡରେ ଢାଳି ଦେଉଥିଲେ । ରଙ୍ଗ ଛାଡିବାକୁ ଆମକୁ ମାସେ ଲାଗୁ ଥିଲା । କିନ୍ତୁ ଏବେ ଯେହେତୁ ବଡ ହେଲୁଣି ତେଣୁ ଆମେ ସେଭଳି ଆଉ ହୋଲି ଖେଳୁନୁ । ଆମେ ଏବେ ସୁରକ୍ଷିତ ଭାବରେ ହୋଲି ଖେଳୁଛୁ ହେଲେ ପିଲା ଦିନର କଥା ମନେ ପଡୁଛି’ । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *