ମାନିଲେ ସତ ନ ମାନିଲେ ମିଛ ! ମା ବାଟ ମାଙ୍ଗଳା ଏବେ ବି ଜୀବିତ, ରାତି ହେଲେ ମଣିଷ ରୂପରେ ବାହାରୁଛନ୍ତି ମା’, ପୁରା ଘଟଣା ଶୁଣିଲେ ଲୋମ ଟାଙ୍କୁରି ଉଠିବ

ବାଟ ମଙ୍ଗଳା ମା ବାଟରେ ବସି ବିପଦ ପଡିଲେ ଦୂର କରୁଛି । ମନେ ପଡେ ସେଦିନର ସେହି ଛାତି ଥରା କାହାଣୀ ମା ପାଇଁ ବଞ୍ଚି ଗଲା ପାଞ୍ଚ ଜୀବନ । ଶୁଣିଲେ ଚମକି ପଡିବେ ଆଉ ଭକ୍ତିରେ ମୁଣ୍ଡ ନୂଆଇବେ । କାହିଁକି ମାଙ୍କ ନାଁ ହେଲା ବାଟ ମଙ୍ଗଳା, ବାଟରେ କାହିଁକି ବସିଛନ୍ତି ମା । ସୃଷ୍ଟି କର୍ତ୍ତା ବ୍ରହ୍ମାଙ୍କୁ କେମିତି ସାହାର୍ଯ୍ୟ କରିଥିଲେ ମା । ଜାଣନ୍ତୁ ମା ବାଟ ମଙ୍ଗଳାଙ୍କ ଅଲୌକିକ ଲୀଳା ଏବଂ ରହସ୍ୟ । ଏଇ କିଛି ଦିନ ତଳର କଥା ପାଞ୍ଚ ଜଣ ଭୁବନେଶ୍ବରରୁ ପୁରୀ ଯାଇ ଥିଲେ ।

ରାତି ପ୍ରାୟ 2 ଟାରେ ବାହାରି ଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ । ପାଞ୍ଚ ଜଣ ଭୁବନେଶ୍ବରରୁ ଅଫିସ କାରରେ ବାହାରି ଥିଲେ । ହସ ଖୁସିରେ କଥା ବାର୍ତ୍ତା ହୋଇ ବାଟରେ ଯାଉଥିଲେ ଆଉ ପୁରୀ ମାତ୍ର ଅଳ୍ପ କିଛି ବାଟ ଥିବା ବେଳେ ପରିସ୍ଥିତି ଟିକେ ବଦଳି ଗଲା । ଅନ୍ଧାର ଆକାଶର ଛାତି ଚିରି ମାଡି ଆସିଲା ଘନ କୁହୁଡି । ଆକାଶରେ ଖେଳି ଗଲା ବିଜୁଳିର ଚମକ ମଝିରେ ମଝିରେ ଗର୍ଜନ କରୁଥିଲା କଳା ହାଣ୍ଡିଆ ମେଘ ।

ଗୋଟିଏ କାରରେ ଥାଇ ବି ମୁହଁ କୁ ମୁହଁ ଦିଶୁ ନଥିଲା ଆଉ କାହା ପାଟିରୁ ବି କଥା ବାହାରୁ ନଥିଲା । ପରିବେଶକୁ ପୁରା ଗମ୍ଭୀର କରିଦେଲା କୁହୁଡି ଆଗରେ ଗାଡିର ଲାଇଟ ହାର ମାନି ଥିଲା । ଆଗକୁ ଆଉ ଗାଡି ଗଡିବା ସମ୍ଭବ ନଥିଲା । ଯୁଆଡେ ଚାହିଁଲେ କେବଳ କୁହୁଡି ହିଁ କୁହୁଡି । ଆଗକୁ ଯାଇଥିଲେ ଖାଲ ଅଛି ଆଉ ରାସ୍ତା କଡରେ ପଡି ଦୁର୍ଘଟଣା ହେବାର ବି ସମ୍ଭାବନା ଅଛି । ଗାଡିକୁ ସେଇଠି ରଖିଦେଲେ ପଛରୁ ଅନ୍ୟ ଗାଡି ଆସି ଧକ୍କା ଦେବାର ସମ୍ଭାବନା ବି ଅଛି ।

ଗାଡିରେ ବସିଥିବା ପାଞ୍ଚ ଜଣ ଭୟରେ ଥଋ ଗଲେ । ସମସ୍ତେ ଭୟରେ କେବଳ ଜଗନ୍ନାଥଙ୍କ ନାମ ନେଲେ ଭଗବାନଙ୍କୁ ଡାକିଲେ । ଏମିତି କିଛି ସମୟ ବୀତି ଗଲା ହେଲେ କୁହୁଡି କମିଲା ନାହିଁ ଗାଡିଟି ବି ହଠାତ ବନ୍ଦ ହେଇଗଲା ଆଉ ଷ୍ଟାର୍ଟ ହେଲା ନାହିଁ । ଠିକ ଏତିକି ବେଳେ ଶୁଭା ଗଲା ଜଣେ ନାରୀଙ୍କ ପାଉଁଜିର ଶବ୍ଦ ଆଉ ସମସ୍ତେ ଚମକି ପଡିଲେ । ଏତେ ଅନ୍ଧାର ଆଉ କୁହୁଡି ମଧ୍ୟରେ ନାରୀ କେଉଁଠୁ ଆସିଲା ।

ଜଣେ ବୁଢୀ ମା ଆସି ତାଙ୍କ ଗାଡିରେ ହାତ ମାରିଲା ଆଉ ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ । ମା ଜଣକ କହିଲେ ଫୁଲ ତୋଳିବାକୁ ଆସିଛନ୍ତି ଆଉ ଏଠି କିଛି ଭୟ କରିବା ଦରକାର ନାହିଁ । ଏଇ ଆଗ ଛକରେ ମୋର ଘର ମାଙ୍କ ପାଇଁ ଫୁଲ ତୋଳେ ଆଉ ବାଟୋଇ ମାନଙ୍କୁ ବାଟ ଦେଖାଏ । ତମେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଉଛ ହେଲେ ବାଟରେ ବାଟ ମଙ୍ଗଳାଙ୍କ ମନ୍ଦିର ପଡିବ ଆପଣ ବାଟ ମଙ୍ଗଳାଙ୍କୁ ଡାକିନ ।

ଏହା ପରେ ବୁଢୀ ମା କୁଆଡେ ଉଭାନ ହେଇଗଲେ ଆଉ ସମସ୍ତେ ବାଟ ମଙ୍ଗଳାଙ୍କୁ ଡାକିଲେ । କିଛି ସମୟ ମଧ୍ୟରେ କୁହୁଡି ହଟି ଗଲା ଆଉ ମେଘର ଗର୍ଜନ ବି କମି ଗଲା । ଶେଷରେ ସେମାନେ ସୁରକ୍ଷିତ ଭାବେ ପୁରୀ ଯାଇପାରିଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *