ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ବଡ ଖବର, ଗଣଶିକ୍ଷା ବିଭାଗ ଜାରି କଲା ନୂଆ ଗାଇଡଲାଇନ, ଦେଖନ୍ତୁ ଏ ନେଇ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ Sameer Ranjan Das, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ସ୍କୁଲ ଖୋଲିବାକୁ ନେଇ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି । ଏହି ଖବରଟି ଛାତ୍ର ଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ଗୁରୁର୍ବ ପୂର୍ଣ୍ଣ । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଆଉ ଦିନକ ପରେ ସରିବ ଖରା ଛୁଟି । ରାଜ୍ୟରେ ୧୭ରୁ ଆରମ୍ଭ ହେବ ଶ୍ରେଣୀ ପାଠ ପଢା । ରାଜ୍ୟରେ ଗତ ୬ ତାରିଖରୁ ଆରମ୍ଭ ହୋଇଥିଲା ଖରା ଛୁଟି ।

ତେବେ ଏନେଇ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ଯମିକ ବିଦ୍ୟାଳ ବନ୍ଦ ରହିଥିଲା । ଆଉ ଗୋଟେ ଦିନ ପରେ ଏହା ଶେଷ ହେବ । ଆସନ୍ତା ୧୭ ତାରିଖ ପରେ ସ୍କୁଲ ଖୋଲିବ ଆଉ ପୁଣି ପାଠ ପଢା ଆରମ୍ଭ ହେବ । ଗତ ଦୁଇ ବର୍ଷ ହେବ କରୋନା ପାଇଁ ପାଠ ପଢା ପ୍ରଭାବିତ ହୋଇଥିବାରୁ ଚଳିତ ବର୍ଷ ଖରା ଛୁଟି ଅବଧିକୁ କମାଇ ଦିଆ ଯାଇଥିଲା ।

ତେବେ ଗତ ଦୁଇ ବର୍ଷ କରୋନା ମହାମାରୀ ପାଇଁ ଦେଶରେ ଲକଡାଉନ କରଯାଇଥିଲା । ଏହା ଦ୍ଵାରା ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରଯାଇଥିଲା । ବନ୍ଧୁଗଣ ପିଲା ମାନେ ଘରେ ରହି ଅନଲାଇନ କ୍ଳାସ କରୁଥିଲେ । ଅନଲାଇନ କ୍ଳାସରେ ଠିକ ଭାବରେ ପଢି ପାରୁ ନଥିଲେ । ଏମିତିରେ ଅନଲାଇନରେ ପିଲା ମାନେ ଅତି ସହଜରେ ପରୀକ୍ଷା ଦେଇ ଭଲ ମାର୍କରେ ପାସ ହେଉଥିଲେ । ହେଲେ ବନ୍ଧୁଗଣ ଚଳିତ ବର୍ଷ ଯେଉଁ ପିଲା ମାନେ ପାଠ ପଢୁଛନ୍ତି ସେମାନଙ୍କ ପାଇଁ ବହୁତ ଷ୍ଟ୍ରିକ୍ଟ କରାଯାଇଛି।

ତେବେ ପାଠ ପଢାକୁ ଦ୍ରୁଷ୍ଟିରେ ରଖି ଏଥର ୧୧ ଦିନିଆ ସ୍କୁଲ ଛୁଟି କରାଯାଇଛି । ଏହା ପୂର୍ବରୁ ଗ୍ରୀଷ୍ମ ପ୍ରଭାବକୁ ଦ୍ରୁଷ୍ଟିରେ ରଖି ରାଜ୍ୟରେ ସକାଳେ କ୍ଳାସ ଆରମ୍ଭ ହୋଇଥିଲା । ସକାଳ ୬ ଟାରୁ ୯ଟା ପର୍ଯ୍ୟନ୍ତ ପିଲା ମାନେ କ୍ଳାସ କରୁଥିଲେ । ଆସନ୍ତା ୧୭ରୁ ସ୍କୁଲ ଖୋଲିବା ପରେ ରାଜୟ ସରକାର ସ୍କୁଲ ଗୁଡିକୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ସକାଳ ୯ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ଚାଲିବ ବୋଲି ଘୋଷଣା କରିଛନ୍ତି।

ତେବେ ସେହି ପରି ଘରୋଇ ସ୍କୁଲ ଗୁଡିକରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୬ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିବ । ଏହା ପରେ ଅନ୍ୟ ଶ୍ରେଣୀ ଗୁଡିକର ପାଠ ପଢା ହେବ । ତେବେ ନୂଆ ନିୟମରେ ଆରମ୍ଭ ହେବାକୁ ଯାଉଛି ପାଠ ପଢା। ତେବେ ସ୍କୁଲ ଖୋଲିବାର ପ୍ରଥମ ଦିନ ହିଁ ପ୍ରଧାନ ଶିକ୍ଷକ ମାନେ ସମସ୍ତ ଶିକ୍ଷକଙ୍କ ସହ ବୈଠକ କରି ଟାଇମ୍‌ ଟେବୁଲ, ଲେସନ୍‌ ପ୍ଲାନ/ଲେସନ୍‌ ନୋଟ୍‌ ଆଦି ପ୍ରସ୍ତୁତ କରିବେ।

ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ପ୍ରସ୍ତୁତ ଏଫ୍‌ଏଲଏନ୍‌ ଓ ୪ର୍ଥରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଏଲ୍‌ଇପି ବହିକୁ ପାଠ୍ୟ ପୁସ୍ତକ ସହ ଦିଆଯିବ। ପାଠ୍ୟ ପୁସ୍ତକ ସହ ଅନ୍ୟାନ୍ୟ ସାମଗ୍ରୀ ଗୁଡ଼ିକ ଯେପରି ସମସ୍ତଙ୍କ ନିକଟରେ ପହଞ୍ଚିବ, ପ୍ରଧାନ ଶିକ୍ଷକ ମାନେ ତାହାର ଦାୟତ୍ବ ନେବେ। ପ୍ରତି ଶ୍ରେଣୀରେ ବିଷୟ ଅନୁଯାୟୀ, ଟାଇମ୍‌ ଟେବୁଲ୍‌ ଝୁଲା ହେବ। ଏଣ୍ତ ଲାଇନ୍‌ ଟେଷ୍ଟରେ କମ୍‌ ମାର୍କ ରଖିଥିବା ପିଲାଙ୍କ ଉପରେ ସମ୍ପୃକ୍ତ ବିଷୟର ଶିକ୍ଷକ ମାନେ ଅଧିକ ଗୁରୁତ୍ବ ଦେବେ।

ଯେଉଁ ପିଲାମାନେ ଭଲ ପ୍ରଦର୍ଶନ କରିଥିବେ, ସେମାନଙ୍କ ଲାଗି କ୍ରିଏଟିଭ୍‌ ୱାକିଂ, କୁଇଜ୍‌, ବକ୍ତୃତା ପରି କାର୍ଯ୍ୟକ୍ରମ କରାଯାଇ ଜ୍ଞାନ ବୃଦ୍ଧି କରାଯାଇ ପାରିବ। ଗ୍ରୁପ୍‌ ଅନୁଯାୟୀ ଶିକ୍ଷାଦାନକୁ ପ୍ରାଥମିକତା ଦିଆଯିବ। ପ୍ରଧାନ ଶିକ୍ଷକ ମାନେ କ୍ଲାସ ସୁପରଭିଜନ୍‌ କରିବେ ଏବଂ ତାହାକୁ ‌ରେଜିଷ୍ଟର୍‌ରେ ରଖିବା ସହ ଶିକ୍ଷକଙ୍କୁ ଜଣାଇବେ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *