ପ୍ରେମିକାଙ୍କୁ ଧୋକ୍କା ଦେଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ପ୍ରେମିକା ଯାହା କହିଲେ ଶୁଣିଲେ ଆପଣ ଚମକି ପଡିବେ, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ସାରା ଦୁନିଆଁଟା ସ୍ୱାର୍ଥପରତାରେ ପରିପୂର୍ଣ୍ଣ ହୋଇ ଯାଇଅଛି । ସମସ୍ତେ ଏହି ଦୁନିଆଁରେ ନିଜ ନିଜ ବାଟରେ । କେହି ବି କାହା କଥା ଚିନ୍ତା କରିବାକୁ ଆଦୌ ରାଜି ନୁହଁନ୍ତି । ସମସ୍ତେ ଆଜି ଆସୁଛନ୍ତି ଆଉ କାଲି ଧୋକା ଦେଇ ଚାଲି ଯାଉଛନ୍ତି । ତେଣୁ ଏ ଦୁନିଆଁର ଲୋକଙ୍କୁ ସହଜରେ ବିଶ୍ୱାସ କରି ହେଉନାହିଁ । ପ୍ରଥମେ ପ୍ରେମ ଆଉ ତାପରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଆଉ ତାପରେ ଧୋକା ଦେଇ କୁଆଡେ ଚାଲି ଯାଉଛନ୍ତି ଯେ ତାଙ୍କୁ ଆଉ ଖୋଜି ହେଉନାହିଁ ।

ତେବେ ଏହା ଗୋଟିଏ ଦିନର କଥା ନୁହେଁ ନୀତିଦିନିଆ ଏଭଳି ଅନେକ ଖବର ସାମ୍ନାକୁ ଆସୁଅଛି । ତେବେ ବର୍ତ୍ତମାନ ଏକ ଘଟଣା ସାମ୍ନା କୁ ଆସିଛି । ତେବେ ବାହା ହେବାକୁ କହି ଆସିଲେନି ବିଜେଡି ବିଧାୟକ ବିଜୟ ଶଙ୍କର ଦାସ । ତେଣୁ ହୋଇପାରିଲା ନାହିଁ କୋର୍ଟ ମ୍ୟାରେଜ । ବିଜୟ ଶଙ୍କର ନ ଆସିବାରୁ ପ୍ରାୟ ୩ ଘଣ୍ଟା ଅପେକ୍ଷା କରି ଜଗତସିଂହପୁର ସବ୍‌-ରେଜିଷ୍ଟ୍ରୀ କାର୍ଯ୍ୟାଳୟରୁ ଫେରିଗଲେ ତାଙ୍କ ପ୍ରେମିକା ସୋମାଲିକା ଦାଶ ଓ ତାଙ୍କ ପରିବାର ସଦସ୍ୟ ।

ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ଗତ ମେ’ ୧୭ ତାରିଖରେ ବିଜୟ ଶଙ୍କର ଓ ତାଙ୍କ ପ୍ରେମିକା ସୋମାଲିକା ଦାଶ ନିଜ ନିଜ ଓକିଲଙ୍କ ସହିତ ସବ୍‌-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଆବଶ୍ୟକୀୟ କାଗଜପତ୍ର ଧରି ବିବାହ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ । ଉଭୟଙ୍କ ଆବେଦନକୁ ସବ୍‌-ରେଜିଷ୍ଟାର ଗ୍ରହଣ କରି ୩୦ ଦିନ ସମୟ ଦେଇଥିଲେ ।

ତେବେ ଏହା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇ ଜୁନ ୧୭ ଅର୍ଥାତ ଆଜି ବିବାହ ପଞ୍ଜୀକରଣ ଓ ସନ୍ଧ୍ୟାରେ ନିର୍ବନ୍ଧ ପାଇଁ ସ୍ଥିର ହୋଇଥିଲା ବୋଲି ସୋମାଲିକା କହିଛନ୍ତି । ହେଲେ ବିଜୟ ଶଙ୍କର ପ୍ରତିଶ୍ରୁତି ଦେଇ ଆସିନଥିବାରୁ ସେମାନେ ଫେରି ଯାଇଥିଲେ । ବିଜୟ କଥା ରକ୍ଷା କରିନଥିବାରୁ ପୂର୍ବରୁ ତାଙ୍କ ନାଁରେ ପୁଲିସରେ ହୋଇଥିବା ଅଭିଯୋଗର ରି-ଓପନ କରାଯିବ ବୋଲି ସେ ଧମକ ଦେଇଛନ୍ତି । ଏଥିସହ ତାଙ୍କ ବିରୋଧରେ ପୁନର୍ବାର ୪୨୦ ମାମଲା କରାଯିବ ବୋଲି ସୋମାଲିକା କହିଛନ୍ତି ।

ତେବେ ପ୍ରେମିକାଙ୍କ ବିସ୍ଫୋରକ ବୟାନ୍‌ ପରେ ବିଜୟ ଶଙ୍କର କହିଛନ୍ତି, ବିବାହ ପଞ୍ଜୀକରଣ ଆବେଦନ କରିବାର ୯୦ ଦିନ ମଧ୍ୟରେ ବିବାହ ହୋଇପାରିବାର ନିୟମ ରହିଛି । ମାତ୍ର ଆଜିକୁ ୩୦ ଦିନ ହୋଇଛି । ବ୍ୟକ୍ତିଗତ କାମ ଥିବାରୁ ମୁଁ ସବ ରେଜିଷ୍ଟ୍ରୀ କାର୍ଯ୍ୟାଳୟକୁ ଆସି ପାରିନଥିବା ସଫେଇ ଦେଇଛନ୍ତି । ତେବେ ସୂଚନାଯୋଗ୍ୟ ଯେ ତିର୍ତ୍ତୋଲ ବିଧାୟକ ଭାବେ ନିର୍ବାଚିତ ହେବା ପରେ ବିଜୟ ଶଙ୍କର ଓ ତାଙ୍କ ପ୍ରେମିକା ସୋମାଲିକାଙ୍କ ମଧ୍ୟରେ କୌଣସି କାରଣରୁ ତିକ୍ତତା ସୃଷ୍ଟି ହୋଇଥିଲା ।

ଏହାକୁ ନେଇ ସୋମାଲିକା ସୋଶାଲ ମିଡିଆରେ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋ ପୋଷ୍ଟ କରିଥିଲେ ଏବଂ ବିଜୟଙ୍କ ବିରୋଧରେ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ । ପରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇ ସମାଧାନର ବାଟ ବାହାରିଥିଲା । ଗତ ୧୭ ତାରିଖରେ ଉଭୟେ ବିବାହ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *