ନମସ୍କାର ବନ୍ଧୁଗଣ ତେବେ ଗୁରୁବାର ପାରାଦୀପର ବାଲିପ୍ଲଟ୍ ମାଛ ବଜାରରେ ଗୋଟିଏ ମାଛକୁ ୨୩ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି । ଯାହା ଏକ ନୂଆ ରେକର୍ଡ ବୋଲି କୁହାଯାଉଛି । ଏହି ମାଛର ଓଜନ ୩୭ କିଲୋଗ୍ରାମ୍ । ଏହାର ନାଁ ତେଲିଆ ବୋରେଇ । ଏହା ଏକ ବିରଳ ମାଛ । ଏହାର ଅନ୍ତବୁଜୁଳା ବହୁ ଦାମୀ ଔଷଧ ନିର୍ମାଣ କ୍ଷେତ୍ରରେ ବ୍ୟବହାର ହୋଇଥାଏ । ଗୋଟିଏ ତେଲିଆ ବୋରେଇ ମାଛର ଦାମ୍ ୬ ଲକ୍ଷ ୪୪ ହଜାର ଟଙ୍କା ।
ମାଛଟିର ଓଜନ ୨୮ କେଜି ହୋଇଥିବା ବେଳେ ଏହା କିଲୋ ପ୍ରତି ୨୩ ହଜାରରେ ବିକ୍ରି ହୋଇଛି । ଜଗତସିଂହପୁର ଜିଲ୍ଲା ପାରାଦୀପ ଅଠରବାଙ୍କି ବାଲି ପ୍ଲଟ ମାଛ ଗଦିରେ ଗୁରୁବାର ଏପରି ଏକ ମାଛ ନିଲାମ ହୋଇଛି । ମୁମ୍ବାଇର ଜଣେ ବ୍ୟବସାୟୀ ଏହି ମାଛଟିକୁ କିଣି ନେଇଛନ୍ତି । ମତ୍ସ୍ୟଜୀବୀ ମାନେ ସମୁଦାୟ ୪ଟି ତେଲିଆ ବୋରେଇ ମାଛ ଧରିଥିବା ବେଳେ କେବଳ ଗୋଟିଏ ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହେଲା ।
ଅନ୍ୟ ୩ଟି ମାଛ ଦାମ୍ କିଲୋ ପିଛା ୪୨୦୦ ଟଙ୍କା ଦାମ୍ ହିସାବରେ ମୋଟ ୧ ଲକ୍ଷ ୬୩ ହଜାର ୮ ଶହ ଟଙ୍କାରେ ବିକ୍ରି ହୋଇଛି । । ସମୁଦାୟ ୪ଟି ତେଲିଆ ବୋରେଆ ମାଛକୁ ୮ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱରେ ବିକ୍ରି କରା ଯାଇଥିବା ମତ୍ସ୍ୟଜୀବୀ ସଂଘ ପକ୍ଷରୁ କୁହାଯାଇଛି । ତେବେ କାର୍ତ୍ତିକେଶ୍ୱର ମତ୍ସ୍ୟ ବ୍ୟବସାୟୀ ସଂଘର ସହ ସମ୍ପାଦକ ପ୍ରକାଶ ଚନ୍ଦ୍ର ଜେନା କହିଛନ୍ତି ୨ ମାସ ଧରି ମାଛ ଧରା ବନ୍ଦ ଥିଲା । ଗତ ୧୫ ତାରିଖରେ ମାଛ ଧରା ଆରମ୍ଭ ହେଲା ।
ନୋଳିଆ ଡଙ୍ଗା ଯାଇ ୪ଟି ତେଲିଆ ବୋରେଇ ମାଛ ପାଇଥିଲା । ସେଥିରୁ ଗୋଟିଏ ୨୮ କେଜିଆ ମାଛ ଥିଲା । ୨୩ ହଜାର କିଲୋ ହିସାବରେ ତାହା ବିକ୍ରି ହେଲା । । ମୁମ୍ବାଇର ଏକ ପାର୍ଟି ନିଲାମ ଡାକି ଉକ୍ତ ମାଛକୁ ନେଲା । ଉକ୍ତ ମାଛଟି ପୁରୁଷ ହୋଇଥିବା ବେଳେ ଅଧିକ ଓଜନ ଥିବାରୁ ତାହାର ପୁଟି ଦାମ୍ ବି ଅଧିକ ରହୁଛି । ମେଡିସିନ ପ୍ରସ୍ତୁତ ନିମନ୍ତେ ଉକ୍ତ ମାଛକୁ ବାହାରକୁ ରପ୍ତାନୀ କରା ଯାଇଥାଏ । ଫଳରେ ମାଛର ଦାମ ଅଧିକ ରହୁଛି ।
ମାତ୍ର ଅନ୍ୟ ୩ଟି ମାଛ ସାଇଜ୍ରେ ଛୋଟ ହୋଇଥିବାରୁ ସେମାନେ କମ୍ ଦାମ୍ରେ ବିକ୍ରି ହୋଇଥିବା କହିଛନ୍ତି ପ୍ରକାଶ ଚନ୍ଦ୍ର ଜେନା । ତେବେ ଜଣେ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ଗଭୀର ସମୁଦ୍ରରେ ୪ଟି ତେଲିଆ ବୋରେଇ ମାଛ ଜାଲରେ ପଡ଼ିଥିଲେ । ଆଉ ମାଛ ନଧରି ସିଧା ବାଲିପ୍ଲଟ୍କୁ ଫେରିଆସିଥିଲେ ସେ । ମାଛ ଚିହ୍ନିବାରେ କୌଣସି ଭୁଲ କରି ନଥିବା ସେହି ମତ୍ସ୍ୟଜୀବୀ ଜଣକ ଯେତେବେଳେ ୪ଟି ତେଲିଆ ବୋରେଇ ଆଣି ପହଞ୍ଚିଥିଲେ ବର୍ଷକର ରୋଜଗାର ଗୋଟିଏ ଦିନରେ ମିଳିଗଲା ବୋଲି ମାଛ ମାର୍କେଟ୍ରେ ଚର୍ଚ୍ଚା ହୋଇଥିଲା ।
ଏକ ଗୋଦାମରେ ମାଛ ଗୁଡ଼ିକୁ ରଖାଯାଇ ନିଲାମ ଡକାଗଲା । ଅଣ୍ଡିରା ମାଛର ଓଜନ ୩୭ କିଲୋରୁ ଅଧିକ ଥିଲା । ତେଣୁ ଏହାର ଦର ଆକାଶଛୁଆଁ ବୋଲି ମତ୍ସ୍ୟଜୀବୀମାନେ କହିଥିଲେ । ତେବେ କିଲୋ ପ୍ରତି ୨୮ ହଜାର ଟଙ୍କାରେ ନିଲାମ ଆରମ୍ଭ ହୋଇ କିଲୋ ପିଛା ୬୦ ହଜାର ୧୦୦ ଟଙ୍କା ପର୍ଯ୍ୟନ୍ତ ନିଲାମ ଡକା ଯାଇଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।