ଶ୍ଵଶୁର କାହିଁକି ଏତେ କନ କନ ହଉଛ, ବୁଢା ହେଲାଣି ହୋ….’ ଦେଖନ୍ତୁ Tapaswini ଙ୍କ ଶ୍ବଶୁରଙ୍କୁ କନ କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ Video

ବହୁ ଚର୍ଚିତ ତପସ୍ଵିନୀ ଓ ସୁମିତଙ୍କ ମାମଲାରେ ପୁଣି ଥରେ ବିବାଦ ଦେଖିବାକୁ ମିଳୁଛି । କହିବାକୁ ଗଲେ କୋର୍ଟଙ୍କ ଅର୍ଡର ଅନୁସାରେ ତପସ୍ଵିନୀ ଏବେ ଠାରୁ ତାଙ୍କର ଶ୍ଵଶୁର ଘରେ ରହିବେ । କିନ୍ତୁ ଯେତେବେଳେ ଏହି ଖବର ତପସ୍ଵିନୀଙ୍କ ଶ୍ଵଶୁର ପ୍ରମୋଦ ସାହୁଙ୍କୁ ଜଣା ପଡିଲା ତେବେ ସେ ପ୍ରଥମେ ବିଭିନ୍ନ ପ୍ରକାରର କାରଣ ଦର୍ଶାଇ ତପସ୍ଵିନୀଙ୍କୁ ଘରେ ପ୍ରବେଶ ନ କରିବା ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ ଶେଷରେ ଗଣମାଧ୍ୟମ ଓ ପ୍ରଶାସନ ଅଧିକାରୀଙ୍କ କାରଣରୁ ତପସ୍ଵିନୀ ତାଙ୍କର ଶଶୁର ଘରେ ପ୍ରବେଶ କରି ପାରିଲେ ।

କିନ୍ତୁ ଏହା ମଧ୍ୟରେ ତପସ୍ଵିନୀଙ୍କ କହିବାର ଥିଲା କି ସେ ତଳେ ଘରେ ସୁମିତଙ୍କ ଘର ଅର୍ଥାତ ତାଙ୍କର ବେଡରୁମରେ ଯେଉଁଠି ସେ ପୂର୍ବରୁ ରହୁଥିଲେ ସେଠି ରହିବେ । କିନ୍ତୁ ତପସ୍ଵିନୀଙ୍କ ଶ୍ଵଶୁର ତପସ୍ଵିନୀଙ୍କୁ ଉପର ଘର ଦେଇଥିଲେ । ଯାହାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ଗଣମାଧ୍ୟମକୁ ନିଜର ମନ୍ତବ୍ୟ ଦେଇଛନ୍ତି । କହିଦେଉଛୁ କି କଂଗ୍ରେସ ବିଧାୟକ ସୁର ରାଉତରାୟ ପ୍ରାୟତଃ ସବୁଦିନ କୌଣସି ନା କୌଣସି ମାମଲାରେ ନିଜର ଅଜବ ଗଜବ ବୟାନ ଯୋଗୁ ଚର୍ଚାରେ ରହିଥାନ୍ତି ।

ସେ ମୂଳରୁ ହିଁ ତପସ୍ଵିନୀ ଓ ସୁମିତଙ୍କ ମାମଲାରେ କହି ଆସୁଛନ୍ତି । ଏମିତିରେ ବର୍ତ୍ତମାନ କଣ କହୁଛନ୍ତି ଚାଳନ୍ତୁ ଜାଣି ନବା । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଲେ କି କୋର୍ଟ ତପସ୍ଵିନୀର ସପୋର୍ଟରେ ଯେଉଁ ଅର୍ଡର ଦେଇଛନ୍ତି ବହୁତ ସୁନ୍ଦର ଅର୍ଡର । ସୁମିତକୁ ନେଇ କହିଲେ କି ସୁମିତର କଣ ମୁଣ୍ଡ ଖରାପ ହେଇ ଯାଇ ଥିଲା ।

ତା ସହିତ ୩ ବର୍ଷ ପ୍ରେମ କରିଲୁ, ତା ପରେ ଯାଇ କୋର୍ଟରେ ବାହା ହେଲୁ, ତା ପରେ ଶୁଆଶୁଇ କରିଲୁ, ତା ପରେ ସେ ଗର୍ଭବତ୍ତୀ ହେଲା, ତୋ ବାପା ତାକୁ ଅପରେସନ କରାଇଲା, ଏଠି କଣ ତାମସା ଚାଲିଛି । ତୁ ପୁଣି ଆଉ ଗୋଟିଏ ଝିଅ ଧରି ବୁଲୁଛୁ । କିନ୍ତୁ ମୁଁ ସଠିକ ରୂପରେ ଜାଣି ନାହିଁ କି କିଏ ଝିଅ ଧରି ବୁଲୁଛି, କିଏ ପୁଅ ଧରି ବୁଲୁଛି ମୁଁ ଜାଣି ନାହିଁ । କିନ୍ତୁ କୋର୍ଟକୁ ମୋର ଧନ୍ୟବାଦ । ସୁନ୍ଦର ଅର୍ଡର ଦେଇଛନ୍ତି । ଯାହାକୁ ସମସ୍ତେ ମାନିବା ଉଚିତ ।

କଂଗ୍ରେସ ବିଧାୟକ ସୁର ରାଉତରାୟ ଆଗକୁ କହିଲେ କି ମୋର ତାର ଶାଶୁ ଶ୍ଵଶୁରଙ୍କୁ ଅନୁରୋଧକୁ ସେହି ଝିଅକୁ ବୋହୁ ରୂପରେ ଘରେ ରଖ । ଶ୍ଵଶୁରଙ୍କୁ ନେଇ ଯେତେବେଳେ ପ୍ରଶ୍ନ କରାଗଲା ତେବେ ସୁର ଭାଇ କହିଲେ କି ଶ୍ଵଶୁର କଣ ଏହି ବୟସରେ ବେଡରୁମ ଦରକାର । ସେ କାହିଁକି ଏତେ ବେଡରୁମ ଖୋଜୁଛନ୍ତି । ତମେ ବୁଢା ହୋଇଗଲଣି । ଉପରେ ରୁହ । ତଳକୁ ଆସ ନାହିଁ । ଶ୍ଵଶୁର ଉପରେ ରହିବା ଦରକାର ଓ ତପସ୍ଵିନୀଙ୍କୁ ତଳ ବେଡରୁମ ଛାଡି ଦେବା ଦରକାର ।

Leave a Reply

Your email address will not be published. Required fields are marked *