Tapaswini ଙ୍କ ଗୃହ ପ୍ରବେଶ ପରେ ରାତି ଅଧରେ ଘର ଛାଡିଲେ Tapaswini ଙ୍କ ଶ୍ଵଶୁର, Video କରି କହିଲେ ଏମିତି…ଦେଖନ୍ତୁ Video

ବ୍ରହ୍ମପୁର ବ୍ରହ୍ମାନଗର ସୁମିତ ଡିମ୍ପଲ ପାରିବାରିକ ବିବାଦ ଗତକାଲି ରାତିରେ ପୁଣି ଏକ ନୂଆ ମୋଢ ନେଇଛି । ଏକ ମାସରୁ ବି ଅଧିକ ଦିନ ପର୍ଯ୍ୟନ୍ତ ତପସ୍ଵିନୀଙ୍କ ସୁମିତଙ୍କ ଘର ସାମ୍ନାରେ ଧାରଣା ଓ କୋର୍ଟରେ ଲଢେଇ ପରେ ଶେଷରେ ସତ୍ୟର ବିଜୟ ହୋଇଥିଲା ଏବଂ ତପସ୍ଵିନୀ ନିଜର ଶ୍ଵଶୁର ଘରେ ପ୍ରବେଶ କରିଥିଲେ । କିନ୍ତୁ ତପସ୍ଵିନୀ ଗତକାଲି ରାତିରେ ଘରେ ପ୍ରବେଶ କରିବା ପୂର୍ବରୁ ବି ସୁମିତଙ୍କ ଘର ସାମ୍ନାରେ ଏହାକୁ ନେଇ କିଛି ବାଦ ବିବାଦ ଚାଲିଥିଲା ।

ଯେଉଁଠି କି କିଛି ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀ ଓ ଦୁଇ ପକ୍ଷର ଓକିଲ ବି ଆସିଥିଲେ । କିନ୍ତୁ ବାଦ ବିବାଦ ସତ୍ବେ ବି ଶେଷରେ ପୋଲସି ଅଧିକାରୀ ତପସ୍ଵିନୀଙ୍କୁ ତାଙ୍କର ଶ୍ଵଶୁର ଘରେ ଛାଡି ଦେଇ ଆସିଥିଲେ । ଏହାକୁ ଦେଖିବା ପରେ ତପସ୍ଵିନୀଙ୍କୁ ସପୋର୍ଟ କରୁଥିବା ଲୋକମାନେ ବହୁତ ଖୁସି ହୋଇ ଯାଇ ଥିଲେ । କିନ୍ତୁ ଏହା ପରେ ଏହି ମାମଲାରେ ଏକ ନୂଆ ମୋଢ ଆସିଯାଇଛି ।

କହିବାକୁ ଗଲେ ତପସ୍ଵିନୀ ଘରକୁ ପ୍ରବେଶ କରିବା ପରେ ସୁମିତଙ୍କ ବାପା ଓ ତପସ୍ଵିନୀଙ୍କ ଶ୍ଵଶୁର ପ୍ରମୋଦ ସାହୁ ଘର ଛାଡି ଦେଇଛନ୍ତି । ଘର ଛାଡିବା ବିଷୟରେ କହି ସେ ନିଜର ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି । ଯେଉଁଥିରେ ସେ କହୁଛନ୍ତି କି ପ୍ରଶାସନ ଅଧିକାରୀମାନେ ମୋର ଅନିଚ୍ଛା ସତ୍ବେ ମୋ ଘରେ ତପସ୍ଵିନୀଙ୍କୁ ରଖିଦେଲେ ।

କୋର୍ଟଙ୍କ ରାୟରେ କିଛି ଦ୍ଵନ୍ଦ ଥିଲା ଓ ତାକୁ ସଠିକ ରୂପରେ ଜାଣିବା ପାଇଁ ମୁଁ ଚେଷ୍ଟା କରିଥିଲି । ତଥାପି ସେମାନେ ତାକୁ ଗ୍ରହଣ କରିଲେ ନାହିଁ । କିଛି ଚାପର ବସବୃତ୍ତି ହୋଇ ମୋର ସମ୍ପୂର୍ଣ ଅନିଚ୍ଛା ସତ୍ବେ ସେମାନେ ମୋ ବୋହୁକୁ ବ୍ରହ୍ମାନନ୍ଦ ସ୍ଥିତ ମୋ ବାସଭବନରେ ରଖି ଦେଲେ । ଯେଉଁ କାରଣରୁ ମୁଁ ନିଜକୁ ସୁରକ୍ଷିତ ମନେ କରୁ ନାହିଁ । ଏହି ସମ୍ବନ୍ଧରେ ମୁଁ ଆଇଆଇସିଙ୍କୁ ବି ଅବଗତ କରାଇଛି ଓ ତାଙ୍କୁ କହିଲି କି ମୋ ଘରକୁ ଆସି ଦେଖି ମୋତେ ଗୋଟିଏ ସୁରକ୍ଷିତ ସ୍ଥାନରେ ରଖନ୍ତୁ ।

କାରଣ ଅତୀତରେ ମୋର ବୋହୁ ମୋ ନାଁ ରେ ଓ ମୋ ପରିବାର ନାଁ ରେ ମିଛ ଅଭିଯୋଗ କରିଥିଲେ । ଏହା ସହିତ ୪୯୮ କେସ ଦେଇ ଥିଲେ । ଯେଉଁ କାରଣରୁ ବର୍ତ୍ତମାନ ମୁଁ ଅତ୍ୟନ୍ତ ଭୟଭୀତ ହୋଇ ଘରେ ରହିବା ପାଇଁ ସୁରକ୍ଷିତ ମନେ କରିଲି ନାହିଁ ଓ ମୁଁ ରାତିରେ ହିଁ ଘର ଛାଡି ଚାଲି ଆସିଛି । ମୁଁ ଯେ କୌଣସି ବି ଜାଗାରେ ରହିବି । କିନ୍ତୁ ପରବର୍ତ୍ତୀ ସମୟରେ ମୁଁ ଘରକୁ ଯିବି ।

Leave a Reply

Your email address will not be published. Required fields are marked *