ସାମାନ୍ୟ କଥା ପାଇଁ Prakruti ଓ BigBoss ମେକର୍ସଙ୍କ ମଧ୍ୟରେ ଝଗଡ଼ା ! ଶେଷ ମୁହୁର୍ତ୍ତରେ ବଦଳିଗଲା ସବୁକିଛି, କାହିଁକି ଓ କିପରି ହୋଇଥିଲା ଝଗଡା, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ପ୍ରକୃତି ମିଶ୍ର ବେସ ଭଲ ଭାବରେ ଜାଣିଥିବେ । ବନ୍ଧୁଗଣ ପ୍ରକୃତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ କମ ଫିଲ୍ମ କରି ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ସେ ଅନେକ ହିନ୍ଦୀ ରିଆଲିଟି ସୋ ସହ ଏକ ହିନ୍ଦୀ ଫିଲ୍ମ ମଧ୍ୟ କରିଛନ୍ତି । ଏହା ସହ ସେ ଅନେକ ହିନ୍ଦୀ ଆଲବମ ମଧ୍ୟ କରିଛନ୍ତି । ତେବେ ବନ୍ଧୁଗଣ ପ୍ରକୃତି ନିଜ ହଟ୍ ଲୁକ୍ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

ହେଲେ ଗତ କିଛି ଦିନ ହେବ ପ୍ରକୃତି ବିଗବସ ହାଉସ ଯିବା ନେଇ ଚର୍ଚ୍ଚାରେ ଅଛନ୍ତି । ଆଉ ଏହାରି ମଧ୍ୟରେ ପ୍ରକୃତିଙ୍କୁ ନେଇ ଏକ ବଡ ଖବର ଏବେ ସାମନାକୁ ଆସୁଛି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ଶେଷ ମୂହୁର୍ତ୍ତରେ ବିଗବସରୁ ବାଦ ପଡିଲେ ପ୍ରକୃତି । ବିଗବସ ସେଟରୁ ଫେରାଇ ଦେଲେ ମେକର୍ଷ । ଏଣ୍ଟ୍ରିର କିଛି ସମୟ ପୂର୍ବରୁ କାହିଙ୍କ ବାହାର ରାସ୍ତା ଦେଖାଇ ଦେଲେ ବିଗବସ ମେକର୍ଷ । ପ୍ରକୃତି ଆଉଟ ହେଲେ ଆଉ ଅର୍ଚ୍ଚନା ହେଲେ ଇନ । ସବୁଆଡ଼େ ଚର୍ଚ୍ଚା ହେଉଥିଲା ଏଥର ବିଗବସରେ ପ୍ରକୃତିଙ୍କୁ ଦେଖିବାକୁ ମିଳିବ ।  ହେଲେ ବିଗବସ ତ ଆରମ୍ଭ ହେଇଗଲାଣି କିନ୍ତୁ ପ୍ରକୃତି ସୋରେ ନାହାନ୍ତି ।

ସମସ୍ତେ ଭାବୁଥିବେ ପ୍ରକୃତିଙ୍କୁ ନେଇ ଭୁଲ ଖବର ପ୍ରସାରଣ ହେଉଥିଲା । ହେଲେ ଅସଲ କଥା କିନ୍ତୁ ଆଉ କିଛି । ସବୁ କିଛି ଠିକ ଚାଲୁ ଥିବା ବିଗବସ ହାଉସରେ ପ୍ରବେଶ କରିବା ପାଇଁ ପ୍ରକୃତି ପ୍ରସ୍ତୁତ ଥିଲେ । ହେଲେ ଶେଷ ମୁହୁର୍ତ୍ତରେ ସବୁକିଛି ବଦଳିଗଲା । ସାମାନ୍ୟ କଥା ପାଇଁ ପ୍ରକୃତି ଏବଂ ବିଗବସ ମେକର୍ସଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଯାହାଫଳରେ ତାଙ୍କୁ ଷ୍ଟେଜରୁ ଫେରାଇ ଦିଆଯାଇଥିବା ଏକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ମେକର୍ଷଙ୍କ ସହ ଖରାପ ବ୍ୟବହାର କରିବା କାରଣରୁ ପ୍ରକୃତିଙ୍କୁ ସୋରୁ ବାହାର କରିଦେଇଥିବା କଥା ଏବେ ଚର୍ଚ୍ଚା ହେଉଛି । ସେହି ପରି ପ୍ରକୃତିଙ୍କ ସ୍ଥାନରେ ଉତ୍ତର-ପ୍ରଦେଶର ମଡେଲ ଅର୍ଚ୍ଚନା ଗୌତମଙ୍କୁ ସ୍ଥାନ ମିଳିଛି । ତେବେ ଏଥିରେ କେତେ ସତ୍ୟତା ରହିଛି ତାହା ଏ ଯାଏଁ ସ୍ପର୍ଷ୍ଟ ହୋଇନି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *