ଆସିଲା ପୋଷ୍ଟମର୍ଟମ Report, ସାମ୍ନା କୁ ଆସିଲା Raimohan Parida ଙ୍କ ମୃତ୍ୟୁର କାରଣ…

ବନ୍ଧୁଗଣ ଆଜି ରାଇମୋହନ ପରିଡା ଆମ ମାନଙ୍କ ଗହଳରେ ନାହାନ୍ତି ଓ ଏଥିପାଇଁ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ସେ ଓଡିଆ ଫିଲ୍ମ ଜଗତ ଓ ଓଡିଆ ଯାତ୍ରା ଜଗତରେ ଜଣେ ବରିଷ୍ଠ ଅଭିନେତା ଥିଲେ । ସେ ନିଜର ଦମଦାର ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ହେଲେ ବନ୍ଧୁଗଣ ରାଇମୋହନ ଙ୍କ ଆତ୍ମହତୟଆ ପରେ ହଠାତ ସବୁ କିଛି ଯେମିତି ବଦଳି ଯାଇଛି ।

ରାଇମୋହନଙ୍କ ଆତ୍ମହତୟଆକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ । ତାଙ୍କ ପ୍ରଶଂସକ ମାନେ ଏଥିପାଇଁ ବହୁତ ଦୁଃଖ ପ୍ରକାଶ କରିଛନ୍ତି । ଆଉ ଅନ୍ୟ ପଟେ ତାଙ୍କ ଆତ୍ମହତୟଆ କରିବା ପଛର କାରଣ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ଏବେ ମଞ୍ଚେଶ୍ଵର ଥାନା ପୋଲିସ ତିନିଟି ଟିମ କରି ତଦନ୍ତ ଆରମ୍ଭ କରିଛି ଆଉ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ।

ବନ୍ଧୁଗଣ ବର୍ତ୍ତମାନ ଆସିଯାଇଛି ରାଇମୋହନ ପରିଡାଙ୍କ ପୋଷ୍ଟ ମୋଟର୍ମ ରିପୋର୍ଟ । ଏହି ରିପୋର୍ଟ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ରିପୋର୍ଟ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ରିପୋର୍ଟ ବିଷୟରେ । ପୋଷ୍ଟ ମୋଟର୍ମ ରିପୋର୍ଟ ଅନୁସାରେ ଶ୍ଵାସରୁଦ୍ଧ ଯୋଗୁଁ ରାଇମୋହନଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି ।

ଆଉ କମିସନରେଟ ପୋଲିସକୁ ପୋଷ୍ଟ ମୋଟର୍ମ ରିପୋର୍ଟ ହସ୍ତାନ୍ତର କରାଯାଇଥିବା ବେଳେ ଶରୀରରେ ହୋଇଥିବା ସାମାନ୍ୟ କ୍ଷତ ମୃତ୍ୟୁ ପୂର୍ବରୁ ହୋଇଥିବା ସୂଚନା ମିଳିଛି । ପୋଷ୍ଟ ମୋଟର୍ମ ରିପୋର୍ଟ ସମ୍ପର୍କରେ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଅନ୍ୟ ପଟେ ରାଇମୋହନଙ୍କ ଫୋନକୁ ଜବତ କରି ପୋଲିସ କଲ୍ ଡିଟେଲ୍ସ ଯାଞ୍ଚ କରୁଛି । ଆଉ ଏହି କଲ୍ ଡିଟେଲ୍ସରୁ କିଛି ସୁରାଗ ମିଳିପାରେ ବୋଲି ଆଶା ରଖିଛି କମିସନରେଟ ପୋଲିସ ।


ପରିବାର, ପଡୋଶୀ, ଡ୍ରାଇଭର ଏବଂ ପରିଚିତ ଲୋକ ମାନଙ୍କୁ ପଚରା ଉଚରା କରୁଛି ପୋଲିସ । ରାଇମୋହନ କେଉଁଥି ପାଇଁ ଜୀବନ ହାରିଲେ ତାକୁ ନେଇ ତଦନ୍ତ ଜାରି ରହିଛି । ବନ୍ଧୁଗଣ ପୂର୍ବରୁ ଥରେ ରାଇମୋହନ ନିଜ ବ୍ୟକ୍ତିଗତ କାମ ପାଇଁ ମଞ୍ଚେଶ୍ଵର ଥାନା ଆସିଥିଲେ ବୋଲି ସୂଚନା ମିଳିଛି । ମୃତ୍ୟୁ ପୂର୍ବରୁ ମେଣ୍ଟାଲ ଡିପ୍ରେସନରେ ଥିଲେ ରାଇମୋହନ । ଆଉ ପୋଲିସ ଏବେ ତାଙ୍କ ମୃତ୍ୟୁକୁ ନେଇ ତଦନ୍ତ କରୁଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *