Tunguru ର ସବୁ ଖେଳ ଶେଷ ! ଆଖି ବୁଜି ବୁଜି କ୍ଷୀର ପିଉଥିଲା Tunguru, ଧରିଦେଲା ବର୍ଷା…

ବନ୍ଧୁଗଣ ବର୍ଷା ଆଉ ଟୁଙ୍ଗୁରୁଙ୍କ ପ୍ରେମ ମାମଲାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଟୁଙ୍ଗୁରୁଙ୍କ ବିରୋଧରେ ବର୍ଷା ସାଂଘାତିକ ଅଭିଯୋଗ ଆଣିଛନ୍ତି । ପ୍ରେମ ପାଇଁ ନିଜ ସ୍ଵାମୀ ଓ ଦୁଇ ଛୁଆଙ୍କୁ ଛାଡି ଦେଇଥିବା ବର୍ଷା ଏବେ ପୋଲିସ ଷ୍ଟେସନର ଦ୍ଵାରସ୍ଥ ହୋଇଛନ୍ତି । ମହିଳାଙ୍କ ଅଭିଯୋଗ ମୁତାବକ ଟୁଙ୍ଗୁରୁ ତାଙ୍କୁ ପ୍ରେମ ଜାଲରେ ଫସେଇ ତାଙ୍କ ସହ ସମ୍ପର୍କରେ ଥିଲେ । ଟୁଙ୍ଗୁରୁଙ୍କ ପ୍ରେମରେ ମହିଳା ଏତେ ପାଗଳ ହେଇଗଲେ ଯେ ନିଜ ସ୍ଵାମୀ ଓ ଦୁଇ ଛୁଆଙ୍କୁ ଛାଡି ଦେଲେ ।

ଟୁଙ୍ଗୁରୁ ତାଙ୍କ ସହ ମନ୍ଦିରରେ ବିବାହ କରିଥିଲେ । ହେଲେ ଏବେ ଟୁଙ୍ଗୁରୁ ଅନ୍ୟ ଏକ ମହିଳାଙ୍କ ସହ କୋର୍ଟ ମ୍ୟାରେଜ କରିଛନ୍ତି । ସେଥିପାଇଁ ମହିଳା ଜଣକ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ଆଉ ଟୁଙ୍ଗୁରୁ ମଧ୍ୟ ଗଣମାଧ୍ୟମ ସାମ୍ନାକୁ ଆସି ସମସ୍ତ ଦୋଷ ବର୍ଷାଙ୍କୁ ଦେଇଛନ୍ତି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏହି ମାମଲାରେ ଏକ ବଡ ଟୁଇଷ୍ଟ ଦେଖିବାକୁ ମିଳିଛି ।

ଧରା ପଡିଛି ଟୁଙ୍ଗୁରୁର ମିଛ । ଟଙ୍କା ଆଣିବା ପାଇଁ ଜଣେ ମହିଳାଙ୍କ ସମ୍ମାନ ହାନି କରିବାକୁ ପଛାଇ ନାହିଁ ଟୁଙ୍ଗୁରୁ ଭୋଳ । ଟୁଙ୍ଗୁରୁ ଭାବିଲା ମୁଁ ହିରୋ ହୋଇ ବର୍ଷକୁ ଜିରୋ ବନେଇ ଦେବ । ହେଲେ ଗୋପନରେ କରୁଥିଲା ବର୍ଷାଙ୍କ ସହ ପ୍ରେମ । ଟୁଙ୍ଗୁରୁ ସବୁ କରୁଥିଲା ହେଲେ କ୍ୟାମେରା ସାମ୍ନାରେ ବର୍ଷାଙ୍କୁ ଭାଉଜ କହି ସବୁ ସମ୍ପର୍କକୁ ଏଡାଇ ଦେଉଥିଲା । କ୍ୟାମେରା ଆଗରେ ଗୋଟେ କଥା ଆଉ କ୍ୟାମେରା ପଛରେ ଆଉ ଗୋଟେ କଥା କହୁଥିଲା ।

ଏପଟେ କହୁଥିଲା ବର୍ଷା ମୋ ଠାରୁ ବହୁତ ବଡ ତା ପୁଅ ମୋ ବୟସର ମୁଁ ତାକୁ ଭଲ ପାଇବି କେମିତି । ହେଲେ ବର୍ତ୍ତମାନ ସବୁ ସତ ସାମ୍ନାକୁ ଆସିଛି । ଆଉ ଏହି ସତ୍ୟକୁ ଆଣିଛନ୍ତି ନିଜେ ବର୍ଷା । ଗତ କାଲି ସକାଳୁ ଟୁଙ୍ଗୁରୁ ବର୍ଷାଙ୍କୁ ଫୋନ କଲ୍ କରିଥିଲେ ଆଉ ଆଖି ବୁଜି ବୁଜି କ୍ଷୀର ପିଉଥିଲା ଟୁଙ୍ଗୁରୁକୁ ଧରିଦେଲା ବର୍ଷା । ଟୁଙ୍ଗୁରୁ ଗତ କାଲି ବର୍ଷାଙ୍କୁ କଲ୍ କରି ପ୍ରେମିକ ଭଳି କଥା ହେଉଥିଲା ।

ଟୁଙ୍ଗୁରୁ ଫୋନ କରି ବର୍ଷାଙ୍କ ଭଲ ମନ୍ଦ ବୁଝିବା ସହ ଗୋଟେ ସ୍ଵାମୀ ଭଳି ବ୍ୟବହାର କରୁଥିବାର ନଜର ଆସିଛନ୍ତି । ବନ୍ଧୁଗଣ ଟୁଙ୍ଗୁରୁର ଅସଲି ରୂପ ଏବେ ସମସ୍ତଙ୍କର ସାମ୍ନାକୁ ଆସିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *