‘ତାଙ୍କ ପାଦ ତଳେ ଲାଗିଛି ..ତାଙ୍କୁ କିଏ ମା-ରିକି …’ ଅଭିନେତ୍ରୀ Rani Sanu କଲେ ବଡ ଖୁଲାସା ! ଯାହା କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଓଡ଼ିଆ ଚଳଚ୍ଚିତ୍ର୍ର ଓ ଅପେରା ଜଗତର ପ୍ରଖ୍ୟାତ ଖଳନାୟକ ରାଇମୋହନ ପରିଡ଼ା ଆଉ ନାହାନ୍ତି । ପ୍ରାଚୀ ବିହାରସ୍ଥିତ ନିଜ ବାସଭବନରେ ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ପାରିପାଶ୍ୱିର୍କ ଅବସ୍ଥାରୁ ସେ ଆତ୍ମହତୟଆ କରିଥିବା ଜଣାପଡୁଛି । ଜଣେ ବିନ୍ଦାସ୍ ମଣିଷ ଭାବେ ଜଣାଶୁଣା ରାଇମୋହନ ଆତ୍ମହତୟଆ ଭଳି ଚରମ ପଦକ୍ଷେପ ନେଇଥିବା କାହାରି ବିଶ୍ୱାସ ହେଉନି ।

୫୯ ବର୍ଷୀୟ ଏହି ପ୍ରଖ୍ୟାତ କଳାକାରଙ୍କର ଏଭଳି ଦୁଃଖଦ ମୃତ୍ୟୁ ଓଡ଼ିଆ ସିନେ ଜଗତକୁ ସ୍ତବ୍ଧ କରିଦେଇଛି । ସବୁଆଡ଼େ ଶୋକର ଛାୟା ଖେଳିଯାଇଛି । ତେବେ ପଡ଼ୋଶୀ ଓ ବନ୍ଧୁମାନଙ୍କ କହିବାନୁଯାୟୀ, ଗତକାଲି ସଂଧ୍ୟାରେ ଓ ଆଜି ସକାଳେ ଖୁବ୍ ସ୍ୱାଭାବିକ ଥିଲେ ରାଇମୋହନ । ମର୍ଣ୍ଣିଂ ୱାକ୍ କରିଥିଲେ । ୧୦ଟା ବେଳେ ଦୋକାନରୁ ଘର ପାଇଁ ସଉଦା ବି ଆଣିଥିଲେ । ତେବେ ତା’ ପରେ କ’ଣ ହୋଇଛି କେହି ଜାଣିନାହାନ୍ତି ।

ସକାଳୁ ଘରେ ପତ୍ନୀ ଓ ଦୁଇ ଝିଅ ଅନୁପସ୍ଥିତ ଥିବା କୁହାଯାଉଛି । ଦିନ ପ୍ରାୟ ୧୨ ଟାରେ ସେମାନେ ଘରକୁ ଫେରିଲା ପରେ ବେଡ୍ ରୁମ୍ ରେ ରାଇମୋହନଙ୍କୁ ଏକ ଶାଢ଼ୀରେ ମୃତ ଅବସ୍ଥାରେ ଝୁଲୁଥିବା ଦେଖିଲେ । ପରିବାର ଲୋକ ତୁରନ୍ତ ପୁଲିସକୁ ଜଣାଇଥିଲେ । ଘଟଣା ପ୍ରଚାରିତ ହୋଇଗଲା ପରେ ଘର ସାମନାରେ ଶହ ଶହ ଲୋକଙ୍କ ସୁଅ ଛୁଟିଥିଲା । ଟିଭିରେ ଏହି ଖବର ଦେଖୁଥିବା ରାଇମୋହନଙ୍କ ବନ୍ଧୁ, ସହଯୋଗୀ ଓ ଶୁଭେଚ୍ଛୁମାନେ ଜମାରୁ ଏହାକୁ ବିଶ୍ୱାସ କରୁ ନ ଥିଲେ ।

ତେବେ ଅପରାହ୍ନରେ କ୍ୟାପିଟାଲ୍ ହସ୍ପିଟାଲ୍ ରେ ରାଇମୋହନଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଓଲିଉଡ ସହଯୋଗୀ କଳାକାରଙ୍କ ସମେତ ରାଇମୋହନଙ୍କୁ ଭଲ ପାଉଥିବା ଶତାଧିକ ଶୁଭେଚ୍ଛୁଙ୍କର ସେଠାରେ ଗହଳି ହୋଇଥିଲା । ଅପରାହ୍ନ ୫ଟାରେ ଶବ ବ୍ୟବଚ୍ଛେଦ ସରିଲା ପରେ ମରଶରୀରକୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସରକୁ ନିଆଯାଇଥିଲା । ସେଠାରୁ ତାଙ୍କ ବାସଭବନ ନିଆଯାଇଛି ।

ଶେଷଦର୍ଶନ ପରେ ରାତିରେ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ କରାଯିବ ବୋଲି ଜଣାପଡ଼ିଛି । ତେବେ ଯାତ୍ରା ଅଭିନେତ୍ରୀ ରାଣୀ ସାହୁ ବର୍ତ୍ତମାନ ଏକ ଭିଡିଓ ମାଧ୍ୟମରେ କହିଛନ୍ତି କି ସେ ଏହି ଖବର ଶୁଣି ଭାଙ୍ଗି ପଡିଛନ୍ତି ସେ ଏହି ଖବର କୁ ବିଶ୍ୱାସ ମଧ୍ୟ କରୁ ନାହାନ୍ତି ।

ତେବେ ସେ କହିଛନ୍ତି କି ତାଙ୍କର ଏକ ଫୋଟୋ ମୁଁ ଦେଖିଲି ସେଥିରୁ ମୋତେ ଲାଗୁଛି କି ତାଙ୍କୁ କେହି ମାରିକି ଟଂଗେଇ ଦେଇଛି କାରଣ ତାଙ୍କ ପାଦ ତଳେ ଲାଗୁଛି ତେବେ ଏଭଳି ପରିସ୍ଥିତି ରେ କିଏ କିପରି ଆତ୍ମହତୟଆ କରି ପାରିବ । ତେବେ ଏହାର ତଦନ୍ତ କରାଯାଉ ବୋଲି ସେ ନିବେଦନ କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *