‘ମୋ ବଡ଼ ଭାଇଙ୍କୁ ମୁଁ ହରାଇଲି ..ବିଶ୍ୱାସ ହେଉନି ଏତେ ଗୋଟେ…’ Rai Mohan ଙ୍କ ମୃତ୍ୟୁକୁ ନେଇ କାନ୍ଦି କାନ୍ଦି କିଛି ଏମିତି କହିଲେ ଅଭିନେତ୍ରୀ Ushasi Mishra, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରାଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ାଙ୍କ ଆକସ୍ମିକ ବିୟୋଗ ମନୋରଞ୍ଜନ ଜଗତ ପାଇଁ ଏକ ଶକ୍ତ ଧକ୍କା । ଯଦିଓ ଅଭିନୟ ଦୁନିଆରେ ସେ ଖଳନାୟକୀ ଲାଗି ପରିଚୟ ଅର୍ଜନ କରିଥିଲେ, ବାସ୍ତବରେ ଜଣେ ଖଳନାୟକ ନୁହେଁ, ବରଂ ଅଭିନୟରେ ଦର୍ଶକଙ୍କ ମନ ଜିଣିଥିବା ନାୟକ ଥିଲେ ରାଇମୋହନ । ୧୯୬୩ ମସିହା ଜୁଲାଇ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ରାଇମୋହନ ।

ପିଲାଟି ଦିନରୁ ଅଭିନେତା ହେବାର ସ୍ବପ୍ନରେ ବିଭୋର ଥିଲେ ସେ । ଅଭିନୟ ପ୍ରତି ଥିବା ଏହି ଦୁର୍ବଳତା ତାଙ୍କୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇବାକୁ ପ୍ରେରିତ କରିଥିଲା । ସେଠାର ସେ ଅଭିନୟ କଳାରେ ସ୍ନାତକ ଡିଗ୍ରି ହାସଲ କରିବା ପରେ ଚଳଚ୍ଚିତ୍ରରେ ପ୍ରବେଶ ଲାଗି ସଂଘର୍ଷ ଆରମ୍ଭ କରିଥିଲେ । ତାପରେ ୧୯୮୬ ମସିହାରେ ମୁକ୍ତିଲାଭ କରିଥିବା ‘ପକାକମ୍ବଳ ପୋତ ଛତା’ରେ ତାଙ୍କୁ ମିଳିଥିଲା ଏକ ଛୋଟିଆ ଚରିତ୍ରରେ ।

ବସନ୍ତ ନାୟକଙ୍କ ପ୍ରଯୋଜିତ ଏହି ସୁପରହିଟ୍‌ ସିନେମାର ନିର୍ଦ୍ଦେଶକ ଥିଲେ ପ୍ରଶାନ୍ତ ନନ୍ଦ । ଏଥିରେ ତାଙ୍କୁ ମିଳିଥିଲା ଏକ ଗୁଣ୍ଡା ଚରିତ୍ର । ଏଇଠାରୁ ହିଁ ସେ ଖଳନାୟକୀରେ ପାଦ ରଖିଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ । ତେବେ ରାକେଶ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ଦାଦାଗିରି’ ଓ ପ୍ରଖ୍ୟାତ ନିର୍ଦ୍ଦେଶକ ଡି. ବିଜୟ ଭାସ୍କରଙ୍କ ନିର୍ଦ୍ଦେଶିତ ‘କୋଟିଏ ମଣିଷ ଗୋଟି ଜଗା’ରେ ଖଳନାୟକ ଚରିତ୍ରରେ ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ ।

ଏହା ପରେ ରାଇମୋହନ ଆଉ ପଛକୁ ଫେରିଚାହିଁନଥିଲେ । ଏହାପରେ ତାଙ୍କୁ ଖଳନାୟକ ଭୂମିକାରେ ମଧ୍ୟ ଅନେକ ସିନେମାରେ ଦେଖିବାକୁ ମିଳିଛି । ତାଙ୍କ ଅଭିନୀତ ଲୋକପ୍ରିୟ ସିନେମା ମଧ୍ୟରେ ରହିଛି ଦାଦାଗିରି, କୋଟିଏ ମଣିଷ ଗୋଟିଏ ଜଗା, ଲକ୍ଷେ ଶିବ ପୂଜି ପାଇଚି ପୁଅ, ରଖିଲେ ଶିବ ମାରିବ କିଏ, ସୁନା ସଂସାର, ସ୍ତ୍ରୀ, ରଣଭୂମି, ଜନ୍ମଦାତା, ରାଖି ଭିଜିଗଲା ଆଖି ଲୁହରେ, ରାମଲକ୍ଷ୍ମଣ, କୃଷ୍ଣା କାବେରୀ, ରସିକ ନାଗର, ତୁ ଥିଲେ ମୋ’ ଡର କାହାକୁ, ଲକ୍ଷ୍ମୀ ପ୍ରତିମା , ଅର୍ଜୁନ, ମେଣ୍ଟାଲ୍‌, ‘ତୁ ମୋ’ ସୁନା ଚଢେଇ’ ଏବଂ ‘ମିଷ୍ଟର ମଜନୁ’ ଆଦି ସମେତ ୭୦ରୁ ଅଧିକ ଓଡ଼ିଆ ସିନେମା ।

ରାଇମୋହନ ଓଡ଼ିଆ ସିନେଜଗତର ଅଧିକାଂଶ ଆଗଧାଡ଼ିର ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି । ସେ ପ୍ରଶାନ୍ତ ନନ୍ଦ, ଡି ବିଜୟ ଭାସ୍କର, ମହମ୍ମଦ ମହସୀନ, ପ୍ରଣବ ଦାସ, ହର ପଟ୍ଟନାୟକ, ରବି କିନ୍ନାଗୀ, ଅବତାର ସିଂହ, ସଂଗ୍ରାମ ବିଶ୍ବାଳ, ସୁଧାଂଶୁମୋହନ ସାହୁ, ଅଶୋକ ପତି, ସଞ୍ଜୟ ନାୟକ ଓ ଦିଲୀପ ପଣ୍ଡା ପ୍ରମୁଖଙ୍କ ଫିଲ୍ମରେ ନଜର ଆସିଥିଲେ ।

ତେବେ ତାଙ୍କର ଆତ୍ମହତୟଆ କୁ କେହି ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି । ତେବେ ଏହା ଉପରେ ଅଭିନେତ୍ରୀ ଉଷସୀ ମିଶ୍ର କହିଛନ୍ତି କି ରାଇମୋହନ ଜଣେ ହସକୁରା ମଜାଳିଆ ଲୋକ ଥିଲେ ତେବେ ସେ ଏଭଳି କାମ କରିବେ ବୋଲି ମୋର ବିଶ୍ୱାସ ହେଉନି । ସେ କୋଭିଡ ପରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ନେଇ ଟିକେ ବିଚଳିତ ଥିଲେ କିନ୍ତୁ ସେ ଠିକ ଥିଲେ । ତେବେ ମୁଁ ମୋର ଜଣେ ବଡ ଭାଇଙ୍କୁ ହରେଇଲି ।

ତେବେ ରାଇମୋହନ ପରିଡ଼ା ଓ ଅଶ୍ରୁମୋଚନ ଯାତ୍ରାରେ ନିର୍ଦ୍ଦେଶନା କ୍ୟାରିୟର ତାରିଣୀ ଗଣନାଟ୍ୟରୁ ଆରମ୍ଭ କରିଥିଲେ । ଏଠାରେ ସେମାନେ ଏକତ୍ର ‘ଭଙ୍ଗାଆଇନା ନାଟକ’ ନିର୍ଦ୍ଦେଶନା ଦେଇଥିଲେ । ଏହି ନାଟକକୁ ନାଟ୍ୟକାର ଅଧ୍ୟାପକ ଚିନ୍ମୟ ଦାଶ ରଚନା କରିଥିଲେ । ତାରିଣୀ ଗଣନାଟ୍ୟ ଛାଡ଼ିବା ପରେ ସେ ବାଣେଶ୍ବରୀ ଗଣନାଟ୍ୟକୁ ଯାଇଥିଲେ । ସେଠାରେ ସେ ଏକ ବର୍ଷ ପର୍ଯ୍ୟନ୍ତ ରହି ଏକାଧିକ ନାଟକରେ ଅଭିନୟ କରିଥିଲେ ।

ବାଣେଶ୍ବରୀରେ ସେ ସୁପରହିଟ ନାଟକ ‘ଟୋକିଟା ବଡ଼ ବୋକିଟା’ରେ ଚମତ୍କାର ଅଭିନୟ କରି ଦର୍ଶକଙ୍କ ଠାରୁ ଢ଼େର ପ୍ରଶଂସା ସାଉଁଟିଥିଲେ । ତାଙ୍କର ଅଭିନୟରେ ଦର୍ଶକ ଆତ୍ମବିଭୋର ହୋଇଯାଉଥିଲେ । ରା‌ଇମୋହନ ପରିଡ଼ା ଇଷ୍ଟର୍ଣ୍ଣ ଗୃପର ବିଭିନ୍ନ ଯାତ୍ରା ଦଳରେ ଅନେକଗୁଡ଼ିଏ ନାଟକରେ ଅଭିନୟ କରିଥିଲେ । ‘ଇଷ୍ଟର୍ଣ୍ଣ ବ୍ଲୁ’ରେ ଥିବା ସମୟରେ ସେ ନାଟ୍ୟକାର ଅନନ୍ତ ଓଝାଙ୍କ ନାଟକ ‘ମୋ ଭାଇ ମୁଣ୍ଡରେ ସୁନା ମୁକୁଟ’ରେ ଖଳନାୟକ ଚରିତ୍ରରେ ଏଭଳି ଅଭିନୟ କରିଥିଲେ ଯେ, ଦର୍ଶକମାନେ ଚମତ୍କୃତ ହୋଇଯାଇଥିଲେ ।

ଇଷ୍ଟର୍ଣ୍ଣରେ ଗୋଟିଏ ବର୍ଷ ଅଭିନୟ କଲା ପରେ ସେ ପାର୍ବତୀ ଗଣନାଟ୍ୟକୁ ଯାଇଥିଲେ । ଏହା ପରେ ଯାତ୍ରା ବିଶ୍ବଦରବାର, ଓମଶ୍ରୀ ଗଣନାଟ୍ୟ, ଇଷ୍ଟର୍ଣ୍ଣ ଭାଓଲେଟ୍‌ ଭଳି ଯାତ୍ରା ଅନୁଷ୍ଠାନରେ ଯୋଗଦେଇଥିଲେ । ଯାତ୍ରା ଜଗତରେ ରାଇମୋହନ ପରିଡ଼ାଙ୍କ ପାଇଁ ଶେଷ ଅନୁଷ୍ଠାନ ଥିଲା ‘ମଧୁବାସନ୍ତୀ ଗଣନାଟ୍ୟ’ । ଏହି ଯାତ୍ରାଦଳରେ ସେ ‘ନନ୍ଦନକାନନର ବାଘ’ରେ ଚମତ୍କାର ଅଭିନୟ କରିଥିଲେ ।

ସେହିପରି ‘ଉଷସୀ ମିଶ୍ରଙ୍କ ଟାର୍ଗେଟରେ ରାଇମୋହନ’ ନାଟକରେ ରାଇମୋହନଙ୍କ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଥିଲା । କୋଣାର୍କ ଗଣନାଟ୍ୟରେ ରାଇମୋହନ ‘ଅହଂକାର’ର ନିର୍ଦ୍ଦେଶନା ଦେଇଥିଲେ । ୩୦ରୁ ଅଧିକ ନାଟକରେ ଅଭିନୟ କରି ଯାତ୍ରାପ୍ରେମୀଙ୍କ ମନମୁଗ୍ଧ କରିଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *