Exclusive: Rahul ଙ୍କୁ ନିଜ ହାତରେ ଖୁଏଇ ଦେଲେ ଡାକ୍ତର, ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା Video

ନମସ୍କାର ବନ୍ଧୁଗଣ ତେବେ ୮୦ ଫୁଟ୍ ବୋରେଓ୍ୱଲରୁ ରାହୁଲର ସୁରକ୍ଷିତ ଉଦ୍ଧାରକୁ ବିତିଲାଣି ୪ଦିନ । ତଥାପି ତାର ଉଦ୍ଧାର ପାଇଁ ୧୦୪ ଘଣ୍ଟାର ଅପରେସନ ପଛର ସଂଘର୍ଷ କାହାଣୀରେ କିନ୍ତୁ ନିଇତି ଯୋଡ଼ି ହେଉଛି ନୂଆ ନୂଆ ତଥ୍ୟ । ଆଜି କଟକ ମୁଣ୍ଡଳୀ ସ୍ଥିତ ଏନଡିଆରଏଫ୍ କମାଣ୍ଡାଣ୍ଟ ବର୍ଦ୍ଧମାନ ମିଶ୍ରା ଶେଷ ୭୨ଘଣ୍ଟାରେ ରେସ୍କ୍ୟୁ ଟିମର ସଂଘର୍ଷକୁ ଯେଭଁଭଳି ବଖାଣିଛନ୍ତି, ତାହା ଲୋମ ଟାଙ୍କୁରାଇ ଦେଲା ଭଳି ।

ତେଣେ ଛଡ଼ିଶଗଡ଼ ବିଳାସପୁର ମେଡିକାଲ୍ ମେଡିକାଲ ବେଡରୁ ଆଜି ଆସିଛି ରାହୁଲର ହସ ହସ ମୁହଁର ଫଟୋ ଓ ଭିଡିଓ । ତେବେ ଛତିଶଗଡ଼ ଜାଞ୍ଜଗିରି-ଚାମ୍ପା ଜିଲ୍ଲାରେ ୮୦ ଫୁଟ୍ ବୋରୱେଲରୁ ୧୧ବର୍ଷର ବାଳକ ରାହୁଲ ସାହୁକୁ ଉଦ୍ଧାରର ୪ଦିନ ପରେ କଟକ ମୁଣ୍ଡଳୀସ୍ଥିତ ଏନଡିଆରଏଫ୍ ଟିମର ସଫଳତା କଥା ବଖାଣି କମାଣ୍ଡାଣ୍ଟ ବର୍ଦ୍ଧମାନ ମିଶ୍ରା । ସେ କହିଛନ୍ତି ପିଲାଟି ଦିବ୍ୟାଙ୍ଗ ହୋଇଥିବା ଜାଣି ଅଧିକ ଯତ୍ନବାନ ହୋଇଥିଲୁ ।

ଉଦ୍ଧାର ପାଇଁ ଗଢ଼ିଥିଲୁ ୨ଟି ଟିମ୍ । ଗୋଟିଏ ଟିମ୍ କ୍ୟାମେରା ଲଗାଇ ଓ ଅକ୍ସିଜେନ୍ ଦେଇ ଉପରୁ ରାହୁଲର ଗତିବିଧି ଉପରେ ୨୪ଘଣ୍ଟା ନଜର ରଖୁଥିଲା । ଅନ୍ୟ ଟିମ୍ ଖନନରେ ଲାଗିଥିଲା । ଯେହେତୁ ପୂର୍ବ ବୋରୱେଲ ଉଦ୍ଧାର ଅପରେସନ ଗୁଡ଼ିକର ତରିକା ଏଠି କାମ ଦେଇନଥିଲା ତେଣୁ ଅଧିକ ଜୀଜାନ୍ ଲଗାଇବାକୁ ପଡ଼ିଲା । ଗାତ ଭିତରେ ସାପ ଥିବା କଥା ଆରମ୍ଭରୁ ଜାଣିଥିଲୁ ଏମିତିକି କ୍ୟାମେରାରେ ବି ଦେଖୁଥିଲୁ ।

ତେବେ ପରିବାର ଓ ଗାଁ ଲୋକେ ଡରିବେ ବୋଲି କହୁନଥିଲୁ । ରାହୁଲ ଦିବ୍ୟାଙ୍ଗ ଥିବାରୁ ଆମେ ପକାଉଥିବା ରଶି ଧରିବାକୁ ସମର୍ଥ ନଥିଲା । ତେଣୁ ଉଦ୍ଧାରଶୈଳୀର ତରିକା ବଦଳିଥିଲା ଯେଉଁଥିରେ ସାମ୍ନା କରିବାକୁ ପଡ଼ିଥିଲା ବଡ଼ ପ୍ରତିବନ୍ଧକ । ବିଶେଷକରି ଶେଷ ପର୍ଯ୍ୟାୟ ଟନେଲ ଖୋଳା ବଡ଼ କଷ୍ଟ ଦାୟକ ଓ ବିପଦପୂର୍ଣ୍ଣ ଥିଲା । କାନ୍ଧରେ ୫୨ କେଜି ଓଜନର ଡ୍ରିଲିଂ ମେସିନ ଧରି ଯବାନଙ୍କୁ ଗାତ ଖୋଳିବାକୁ ପଡ଼ିଥିଲା ।

କେତେବେଳେ ମେସିନକୁ କାନ୍ଧରେ ଧରି ତ ପୁଣି କେବେ କାଠ ଢିରା ଦେଇ ରଖିବାକୁ ପଡୁଥିଲା । ଟନେଲ ଭିତରେ ଖନନବେଳେ ମାଟିରୁ ଅଜବ ପ୍ରକାର ଦୁର୍ଗନ୍ଧ ବି ଅସ୍ତବ୍ୟସ୍ତ କରି ପକାଇଥିଲା । ଏଥିସହ ପ୍ରବଳ ଗୁଳୁଗୁଳି ଓ ଅକ୍ସିଜେନ୍ ଅଭାବ ବି ଆକ୍ତାମାକ୍ତା କରି ପକାଉଥିଲା । ତାସତ୍ତ୍ୱେ ଡୋଲାମାଇଟ ଭଳି ଟାଣ ପଥରରେ ୨୫ ଫୁଟ ଟନେଲ୍ ବା ସୁଡଙ୍ଗ କରିଥିଲୁ ।

ବର୍ଦ୍ଧମାନ ଆହୁରି ମଧ୍ୟ କହିଛନ୍ତି ଯେ ରାହୁଲ ସହ ଆମର ଭାବଗତ ସଂପର୍କ ଏତେ ବଢ଼ି ଯାଇଥିଲା ଯେ ଅପରେସନର ଶେଷ ୭୨ ଘଣ୍ଟା ପ୍ରାୟ ଆମେ ବି ଖାଦ୍ୟ ଛାଡ଼ି ଦେଇଥିଲୁ ଆଦୌ ଶୋଉନଥିଲୁ । ତେବେ ଏହି ସବୁ ଭିତରେ  ଭିତରେ ଆଜି ଆସିଛି ମେଡିକାଲ ବେଡରୁ ରାହୁଲର ନୂଆ ଫଟୋ ଯେଉଁଥିଲେ ହସୁଛି ମୃତ୍ୟୁଞ୍ଜୟ ରାହୁଲ ତେବେ ତାକୁ ଡାକ୍ତର ମାନେ ଖାଦ୍ୟ ଖୋଇ ଦେଉଛନ୍ତି ଏବଂ ତା ସହ ବହୁତ ମଜାଳିଆ କଥା ମଧ୍ୟ କହିଛନ୍ତି ଏବଂ ରାହୁଲ ମଧ୍ୟ ତାଙ୍କ କଥା ଶୁଣି ହସୁଛି ।

ତେବେ ଏହି ଭିଡିଓ ୟି ବର୍ତ୍ତମାନ ଭାଇରାଲ ହେଉଛି । ତେବେ ତାକୁ ଉଦ୍ଧାର ପାଇଁ ଅପରେସନ ଜିନ୍ଦେଗୀ ରେସ୍କ୍ୟୁ ଟିମରେ ଜୀଜାନ୍ ଲଗାଇ ଫେରିଥିବା ଜଣେ ମେମ୍ବର ଥିଲେ ଏନଡିଆରଏଫ୍ ଯବାନ ସୁରେଶ ସୋରେନ୍ । ସୁରେଶ କହିଥିଲେ ୧୦୪ ଘଣ୍ଟାର ଅପରେସନ ଭିତରେ ଆମର ଲକ୍ଷ୍ୟ କେବଳ ଗୋଟିଏ ଥିଲା ରାହୁଲକୁ ଜୀବିତ ଓ ସୁରକ୍ଷିତ ଉଦ୍ଧାର ।ପ୍ରବଳ ବାଧାବିଘ୍ନ ସତ୍ତ୍ୱେ ସଫଳତା ଶ୍ରେୟ କେବଳ ଭଗବାନଙ୍କ ଆଶିର୍ବାଦରୁ ସମ୍ଭବ ହୋଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *