ଦୁଇ ସାପଙ୍କ କଳିର ଭୟଙ୍କର ଦୃଶ୍ୟ, ଦେଖିଲେ ଭୟରେ ଆପଣ ଥରିବାକୁ ଲାଗିବେ, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ସାପ ଏକ ସରୀସୃପ ଜାତୀୟ ଜୀବ । ସାପ ବିଷଧର ଓ ବିଷହୀନ ମଧ୍ୟ ହୋଇ ପାରନ୍ତି । ବିଶ୍ୱର ସବୁ ସ୍ଥାନରେ ସାପ ଦେଖିବାକୁ ମିଳନ୍ତି ନାହିଁ । କେବଳ କ୍ରାନ୍ତୀୟ ଜଳବାୟୁରେ ବିଶେଷ ପରିମାଣରେ ସାପ ଦେଖିବାକୁ ମିଳିଥାଆନ୍ତି । ସେହିପରି କ୍ରାନ୍ତୀୟ ଅଞ୍ଚଳର ଉଷ୍ମତା ରକ୍ଷା କରୁଥିବା ସ୍ଥାନ ମାନଙ୍କରେ ବିଶେଷ ପରିମାଣରେ ସର୍ପ ଦେଖିବାକୁ ମିଳିଥା’ନ୍ତି । ଅତ୍ୟନ୍ତ ଥଣ୍ଡା ସ୍ଥାନ ମାନଙ୍କରେ ବିଶ୍ୱରେ ସାପ ଦେଖିବାକୁ ମିଳନ୍ତି ନାହିଁ ।


ପୃଥିବୀର ସୁମେରୁ ଅଞ୍ଚଳ ଅର୍ଥାତ୍‍ ଉତ୍ତର ମେରୁ ଅଞ୍ଚଳ, ନ୍ୟୁଜିଲାଣ୍ଡ ଓ ଏୟାରଲ୍ୟାଣ୍ଡ ପ୍ରଭୃତି ଅଞ୍ଚଳରେ ସାପ ଦେଖିବାକୁ ମିଳନ୍ତି ନାହିଁ । ସାପ ଏକ ଶୀତଳ ରକ୍ତବିଶିଷ୍ଟ ପ୍ରାଣୀ ବା ଥଣ୍ଡାକୁ ଭୟ କରୁଥିବା ପ୍ରାଣୀ । ବିଶ୍ୱରେ ଛୋଟରୁ ବଡ଼ ପର୍ଯ୍ୟନ୍ତ ୨୫୦୦ ପ୍ରକାରର ସର୍ପ ଦେଖିବାକୁ ମିଳିଥା’ନ୍ତି । ବିଶେଷକରି ଗ୍ରୀଷ୍ମମଣ୍ଡଳୀୟ ଆର୍ଦ୍ରତାପୂର୍ଣ୍ଣ ଅଞ୍ଚଳରେ ସବୁ ଶ୍ରେଣୀର ଓ ପ୍ରକାରର ସାପ ଦେଖିବାକୁ ମିଳିଥା’ନ୍ତି ।

ତେବେ ଆପଣ ଜାଣିଥିବେ କି ଶୀତ ଦିନରେ ସାପ ମାନେ ଘରେ ପଶି ଯାଇଥାନ୍ତି । ତେବେ ତାକୁ କାଢ଼ିବା ପାଇଁ ସାପ ଧରାଳି କୁ ଡାକିବାକୁ ପଡ଼ିଥାଏ । ତେବେ ବର୍ତ୍ତମାନ ସାପ କୁ ନେଇ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ । ତେବେ ସାଧାରଣତଃ ଅଜଗର ସାପ ସମସ୍ତଙ୍କୁ ଗିଳିବା ଆପଣ ଜାଣିଥିବେ । କିନ୍ତୁ କେବେ ଦେଖିଛନ୍ତି କି ନାଗ ସାପ ଅନ୍ୟ କେଉଁ ସାପ ଗିଳିବା ?

ଏକଥା ହୁଏତ ଆପଣ ବିଶ୍ୱାସ କରୁନଥିବେ, କିନ୍ତୁ ଏହି ଭିଡ଼ିଓଟି ଦେଖିଲେ ହିଁ ଆପଣ ଏହାକୁ ସତ ବୋଲି ଭାବିବେ । ଭିଡ଼ିଓଟିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଏକ ବୋଡା ସାପକୁ ନାଗ ସାପ ଗିଳୁଛି । କଥା ଟା ବିଶ୍ୱାସ ହେଉନଥିଲେ ବି ସତ । ଆନ୍ଧ୍ରପ୍ରଦେଶ ରାଜ୍ୟ ବିଶାଖାପାଟଣା ସହର ମଲକାପୁରମ ପାଦଦେଶରେ ଥିବା ପାହାଡ ପାଦଦେଶରେ ଦେଖିବାକୁ ମିଳିଛି ଏହିପରି ଦୃଶ୍ୟ।


ତେବେ ଭାରତୀୟ ନୌସେନା କର୍ମଚାରୀ କାମ ସାରି ଘରକୁ ଫେରିବା ସମୟରେ ଦୁଇ ସାପ ଲଢେଇ କରୁଥିବା ଦେଖିବାକୁ ପାଇଥିଲେ । ଯେଉଁଥିରେ ସେ ଦେଖିଥିଲେ ଯେ ୫ ରୁ ୭ ଫୁଟ ଲମ୍ବର ନାଗସାପଟି ବୋଡା ସାପକୁ ଗିଳୁଛି । ଫଳରେ ବୋଡା ସାପଟିର ମୃତ୍ୟୁ ହୋଇଥିବା ବେଳେ ସ୍ନେକ୍ ହେଲପ ଲାଇନ ନାଗ ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଛନ୍ତି ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *