ନମସ୍କାର ବନ୍ଧୁଗଣ ତେବେ ବୋରୱେଲ ଭିତରୁ ଉଦ୍ଧାର ହୋଇଥିବା ରାହୁଲକୁ ଭେଟିବାକୁ ଆସିଛନ୍ତି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ରାହୁଲ ଏବେ ବିଲାସପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାର ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିବାକୁ ହସ୍ପିଟାଲକୁ ଆସିଛନ୍ତି ଭୂପେଶ ବଘେଲ । ସେପଟେ ଡାକ୍ତର କହିଛନ୍ତି, ରାହୁଲର ଶରୀରରେ ସୋଡିୟମ ସ୍ତର ସାମାନ୍ୟ ହ୍ରାସ ପାଇଛି ଡ୍ରିପ ଦିଆ ଯାଉଥିବାରୁ ଅଳ୍ପ ସମୟ ଭିତରେ ତାହା ନର୍ମାଲ ଅବସ୍ଥା କୁ ଆସିଯିବ ।
ଆଶ୍ୱସ୍ତିର ବିଷୟ ବୋଲି କହିଛନ୍ତି । ଆଜି ରାହୁଲକୁ ମେଡିକାଲରେ ଭେଟିଲି, ସେ ଡରିନଥିବା କହିଲା । ତା ମନରେ କୌଣସି ଭୟ ନଥିବାରୁ ସେ ୧୦୪ ଘଣ୍ଟା ରହିପାରିଲା । ଆଉ ଯେମିତି ଭବିଷ୍ୟତରେ ରାହୁଲ ଘଟଣା ନଘଟିବ, ଯତ୍ନବାନ ହେବା । ପାଣି ଯଦି ନବାହାରୁଛି ତେବେ ଗାତ ପୋତିଦିଅନ୍ତୁ, କିଛି ଖୋଲା ଛାଡ଼ନ୍ତୁନି । ରାହୁଲର ସମସ୍ତ ଚିକିତ୍ସା ଓ ପାଠ ପଢ଼ା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସେ କହିଛନ୍ତି ।
ବୋରେଓ୍ୱଲ ଭିତରୁ ଉଦ୍ଧାର ହୋଇଥିବା ରାହୁଲର ସ୍ବାସ୍ଥ୍ୟାବସ୍ଥା ଭଲ ଅଛି । ତାର ସ୍କିନ ଆନାଲିସିସ ଶେଷ ହୋଇଛି । ଦୀର୍ଘ ସମୟ ଧରି ପାଣିରେ ରହିଥିଲେ ବି ରାହୁଲର ଚର୍ମ ସ୍ଥିତି ଭଲ ରହିଛି । ଚର୍ମ ରୋଗ ଭଳି କୌଣସି ଆଶଙ୍କା ନଥିବା କହିଛନ୍ତି ଛତିଶଗଡ଼ ବିଳାସପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରମୋଦ ମହାଜନ । ତେବେ ରାହୁଲର ଶରୀରରେ ସୋଡିୟମ ସ୍ତର ସାମାନ୍ୟ ହ୍ରାସ ପାଇଛି ।
ଏବେ ଡ୍ରିପ ଦିଆଯାଉଥିବାରୁ ଅଳ୍ପ ସମୟ ଭିତରେ ତାହା ନର୍ମାଲ କଣ୍ଡିସନକୁ ଆସିଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ତେବେ ରାହୁଲକୁ ଜ୍ୱର ହୋଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହାକୁ ମୁଖ୍ୟ ଚିକିତ୍ସାଧିକାରୀ ଖଣ୍ଡନ କରିଛନ୍ତି । ରାହୁଲର ସ୍ବାସ୍ଥ୍ୟାବସ୍ଥା ଏକଦମ୍ ଠିକ୍ ଅଛି ବୋଲି ସେ କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଭାବବିହ୍ୱଳ ହୋଇପଡିଥିଲେ ରାହୁଲଙ୍କ ମାଆ । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।
ଏହାସହ ଛତିଶଗଡ ମୁଖ୍ୟମନ୍ତ୍ରୀ ରାହୁଲଙ୍କ ସହ କଥା ହେବା ସହ ତାଙ୍କ ପାଠପଢା ଖର୍ଚ୍ଚ ସରକାର ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହା ସହ ରାହୁଲଙ୍କୁ ଉଦ୍ଧାର ବେଳେ ମୋବାଇଲରେ ଏହି ଦୃଶ୍ୟକୁ ଦେଖିଥିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ଅପରେସନ ରାହୁଲ ଆରମ୍ଭ ହେବା ଦିନଠୁ ଅର୍ଥାତ୍ ଶୁକ୍ରବାର ଠାରୁ ଉଦ୍ଧାର କାର୍ଯ୍ୟର ମନିଟରିଂ କରୁଥିଲେ ଖୋଦ ମୁଖ୍ୟମନ୍ତ୍ରୀ ।
ଜିଲ୍ଲାପାଳ ଓ ରେସକ୍ୟୁ ଟିମ ସହ ଲଗାତାର ଯୋଗାଯୋଗରେ ରହିଥିଲେ । ସେପଟେ ହସ୍ପିଟାଲରେ ଡିଭିଜିନାଲ କମିଶନର ସଂଜୟ ଅଲଙ୍ଗ ଓ ଆଇଜି ରତନ ଲାଲ ଡାଙ୍ଗି ପହଂଚି ରାହୁଲଙ୍କୁ ଭେଟିଛନ୍ତି । ରାହୁଲଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ରାହୁଲଙ୍କୁ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ହାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।