ମୁକ ଓ ବଧିର ହୋଇଥିବାରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ବୋରୱେଲ ଭିତରେ ବଞ୍ଚି ରହି ପାରିଥିଲା Rahul ! ଜାଣନ୍ତୁ ଏହା ପଛରେ ଥିବା ଅସଲ ରହସ୍ୟ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଦୀର୍ଘ ୫ ଦିନର ସଂଘର୍ଷ ପରେ ରାହୁଲ ଉଦ୍ଧାର ହୋଇଛି । ଉଦ୍ଧାର ପରେ ତାକୁ ତୁରନ୍ତ ବିଳାସପୁର ସ୍ଥିତ ଆପୋଲା ହସ୍ପିଟାଲକୁ ନେଇ ସେଠାରେ ଚିକିତ୍ସା କରାଯାଉଛି । ଶେଷ ଖବର ସୁଦ୍ଧା ରାହୁଲ ସୁସ୍ଥ ଥିବା ଖବର ମିଳିଛି । ସେ ସ୍ୱାଭାବିକ ଭାବେ ନିଶ୍ୱାସ ପ୍ରଶ୍ୱାସ ନେଉଛି, ବ୍ଲଡ ପ୍ରେସର, ସୁଗାର, ନର୍ମାଲ ଥିବା ବେଳେ ହୃଦସ୍ପନ୍ଦନ ମଧ୍ୟ ସ୍ୱାଭାବିକ ଥିବା ସୂଚନା ମିଳିଛି ।

ରାହୁଲ ଶୀଘ୍ର ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେବ ବୋଲି ଆଶାପ୍ରକାଶ କରିଛନ୍ତି ଚିକିତ୍ସା କରୁଥିବା ବିଶେଷଜ୍ଞ ଡାକ୍ତର । ତେବେ ଛତିଶଗଡର ଜାଂଞ୍ଜଗିର-ଚାମ୍ପା ପିହରିଦ ଗାଁରେ ବୋରୱେଲ ଭିତରେ ଫସି ଥିବା ରାହୁଲଙ୍କୁ ୧୦୫ ଘଂଟାର ଉଦ୍ଧାର ଅପରେସନ ସଫଳ ହୋଇଛି । ୮୦ ଫୁଟ୍ ଗଭୀର ବୋରୱେଲ ଗାତରୁ ରାହୁଲ ସୁରକ୍ଷିତ ଉଦ୍ଧାର ହୋଇଛି  । ଛତିଶଗଡ ପ୍ରଶାସନ, ଏସଡିଆରଏଫ, ଏନଡିଆରଏଏଫ, ସେନା ଯବାନ ଅକ୍ଲାନ୍ତ ପରିଶ୍ରମ ଶେଷରେ ସଫଳ ହୋଇଛି ।

ବୋରୱେଲ ଗାତରୁ ସୁଡଙ୍ଗ ଦେଇ ବାହାର କରିବା ପରେ ସୁଡଙ୍ଗ ମୁହଁରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ତୁରନ୍ତ ତାକୁ ଅକ୍ସିଜେନ ଦେଇ ଷ୍ଟ୍ରେଚରରେ ଆମ୍ବୁଲାନ୍ସ ନିକଟକୁ ଅଣା ଯାଇଥିଲା । ଏହାପରେ ଗ୍ରୀନକରିଡର ଦେଇ ଅତ୍ୟାଧୁନିକ ଚିକିତ୍ସା ସୁବିଧାଯୁକ୍ତ ଆମ୍ବୁଲାନ୍ସରେ ୧୧୨ କିଲୋମିଟର ଦୂର ବିଳାସପୁର ସ୍ଥିତ ଆପୋଲୋ ହସ୍ପିଟାଲକୁ ନିଆଯାଇଛି । ତେବେ ଆମ୍ବୁଲାନ୍ସରେ ଆସିୟୁ ବେଡ, ଅକ୍ସିଜେନ, ଭେଂଟିଲେଟର ସୁବିଧା ରହିଛି ।

ଘଟଣାସ୍ଥଳରୁ ବିଳାସପୁର ହସ୍ପିଟାଲ ଯାଏଁ ଗ୍ରୀନ କରିଡର ପୂର୍ବରୁ ପ୍ରସ୍ତୁତ ରଖାଯାଇଥିଲା, ଯେପରି ଉଦ୍ଧାର ପରେ କୌଣସି ଡେରି ନକରି ଚିକିତ୍ସା ସୁବିଧା ଯୋଗାଯାଇ ପାରିବ । ଆମ୍ବୁଲାନ୍ସରେ ରାହୁଲ ସହ ବିଶେଷଜ୍ଞ ଡାକ୍ତରୀ ଟିମ୍ ଓ ତା ମାଆ ହସ୍ପିଟାଲକୁ ଯାଇଛନ୍ତି । ପୂର୍ବରୁ ବିଳାସପୁର ଆପୋଲେ ହସ୍ପିଟାଲରେ ପ୍ରଶାସନ ପକ୍ଷରୁ ରାହୁଲ ପାଇଁ ଆଇସିୟୁ ରୁମ ବୁକ କରାଯାଇଥିଲା । ରାହୁଲଙ୍କୁ ନେଇ ହସ୍ପିଟାଲ ପହଂଚିବା ପରେ ଆଇସିୟୁ ରୁମକୁ ନେଇ ଚିକିତ୍ସା ଆରମ୍ଭ କରାଯାଇଛି ।

ତେବେ କିଛି ଲୋକ କହୁଛନ୍ତି ସେ ମୁକ ଓ ବଧିର ଥିବାରୁ ବଂଚିଗଲା । ତେବେ ଏହାର ଅର୍ଥ କି ଯଦି ଆପଣ ମୁକ କିମ୍ବା ବଧିର ଥାଆନ୍ତି ସେମାନେ ଅତ୍ୟଧିକ ବିଚଳତ ନ ହୁଅନ୍ତି ତେଣୁ ରାହୁଲ ଅତ୍ୟଧିକ ଡରି ନଯାଇ ବିଚଳିତ ହୁଅନ୍ତି ନାହିଁ ତେଣୁ ରାହୁଲ ବଞ୍ଚିବାର ସେମଧ୍ୟ ଗୋଟିଏ କାରଣ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *