୧୦୦ ଘଣ୍ଟାର ଅପରେସନ ପ୍ରାୟ ୧ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ…ଲୋକ କହିଲେ ଏମିତି….

ବନ୍ଧୁଗଣ ଅପରେସନ ରାହୁଲରେ ୧ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇଛି । କେବଳ ଏତିକି ନୁହେଁ ରାହୁଲ ଜୀବନ ବଞ୍ଚାଇବା ପାଇଁ ଯାହା ବି କିଛି କରିବାକୁ ପଡିବ ତାହା କରିବାକୁ ପ୍ରସ୍ତୁତ ଥିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ଭୋଗେଲ । ଏହି ୧୦୦ ଘଣ୍ଟାର ଅପରେସନ ପାଇଁ ୧ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇଥିବାର ଏବେ ଚର୍ଚ୍ଚା ହେଉଛି । ବର୍ତ୍ତମାନର ମେଡିକାଲ ଖର୍ଚ୍ଚ ଠାରୁ ଆରମ୍ଭ କରି ଉଦ୍ଧାର ପରେ ଗ୍ରୀନ କରିଡର କରି ଆମ୍ବୁଲାନ୍ସରେ ହସ୍ପିଟାଲକୁ ନେବା,

ଏମିତି କି ଉଦ୍ଧାର କାର୍ଯ୍ୟରେ ବିଭିନ୍ନ ଉନ୍ନତ ମାନର ଜନ୍ତ୍ର ସହ ଭିଏଲସି କ୍ୟାମେରା ଆଉ ଏହା ସହ ସବୁଠାରୁ ବଡ କଥା ହେଉଛି ରାହୁଲକୁ ୫ ଦିନ ଧରି ସୁସ୍ଥ ରଖିବା ପାଇଁ ଯେଉଁ ପାୱାର ଫୁଲ ଓ ଦାମୀକା ଔଷଧ ସବୁ ଦିଆଯାଉଥିଲା ଏସବୁ କୁ ମିଶାଇଲେ ପ୍ରାୟ ୧ କୋଟିରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଚର୍ଚ୍ଚା ହେଉଛି ।

ଏହା ସହ ଉଦ୍ଧାରକାରୀ ଦଳରେ ସାମିଲ ଥିବା ଏନଡିଆରଏଫ, ଏସଡିଆରଏଫ, ସ୍ଥାନୀୟ ପ୍ରଶାସନ ଓ ରୋବୋଟିକ ଟିମର ୩୦୦ରୁ ଅଧିକ କର୍ମଚାରୀ ୫ ଦିନ ଧରି ପରିଶ୍ରମ କରିଥିଲେ । ଆଉ ଯେଉଁ ମାନଙ୍କର ପାରିଶ୍ରମିକକୁ ମିଶାଇଲେ 1 କୋଟିରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ହେଲେ ସବୁଠାରୁ ବଡ କଥା ହେଉଛି ଯେତେ ଟଙ୍କା ଖର୍ଚ୍ଚ ହେଲା ହେଲା ହେଲେ ରାହୁଲକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଗଲା ।

ଆଉ ଏହା ସମସ୍ତେ ଚାହୁଁ ଥିଲେ । ଏମିତି କି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ମଧ୍ୟ ଚାହୁଁ ଥିଲେ ରାହୁଲର ଜୀବନ ବଞ୍ଚେଇବା ପାଇଁ । ଯାହା ବି କିଛି କରିବାକୁ ପଡିବ ତାହା କରିବା ପାଇଁ ନିଜେ ପ୍ରସ୍ତୁତ ଥିଲେ ମୁଖ୍ୟମନ୍ତ୍ରୀ । ବନ୍ଧୁଗଣ ଏଠି ଆମେ କହି ରଖୁଛୁ ଯେ, 105 ଘଣ୍ଟା ବୋରୱେଲ ଭିତରେ ରହି ମଧ୍ୟ ରାହୁଲ ଧର୍ଯ୍ୟ ହରା ହୋଇ ନଥିଲା । ରାହୁଲ କିଛି ନ ଖାଇ ନ ପିଇ ଏତେ ସମୟ ପର୍ଯ୍ୟନ୍ତ କେମିତି ବୋରୱେଲ ଭିତରେ ରହିଲା ତାହା ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟର ବିଷୟ ।

ହେଲେ ବର୍ତ୍ତମାନ ରାହୁଲକୁ ଉଦ୍ଧାର କରାଯାଇ ତାକୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାହୁଲର ସ୍ୱାସ୍ଥ୍ୟ ଅବସ୍ଥାକୁ ଭଲ ଭାବରେ ପରୋଖିବା ପରେ ତାର ଚିକିତ୍ସା କରାଯିବ । ହେଲେ ସୂଚନା ମୁତାବକ ରାହୁଲର ସ୍ୱାସ୍ଥ୍ୟ ଅବସ୍ଥା ଏବେ ଠିକ ଅଛି । ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *