Rahul ଙ୍କୁ ନେଇ ଆସିଲା ଏକ ବଡ ଖବର, Rescue ପରେ ହସ୍ପିଟଲରେ ରାହୁଲ କେମିତି ଅଛନ୍ତି, ଦେଖନ୍ତୁ Video

ବନ୍ଧୁଗଣ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି । ରାହୁଲର ରେସକ୍ୟୁ ଅପରେସନ ସଫଳ ହୋଇଛି 105 ଘଣ୍ଟାର ପରିଶ୍ରମ ପରେ ଏ ସଫଳତା ମିଳି ଥିଲା ରାହୁଲକୁ । ବନ୍ଧୁଗଣ 80 ମାଟି ଖୋଳିବା ପରେ ରାହୁଲକୁ ଉଦ୍ଧାର କରାଯାଇ ପାରିଥିଲା । ସେ ସମୟର ଅନୁଭୃତି କେହି ଭୁଲି ପାରିବେ ନାହିଁ । ରାହୁଲ ସବୁ କିଛି ଦେଖି ପାରୁ ଥିଲା ରେସ୍ପୋଣ୍ଡ ମଧ୍ୟ ଭଲ କରୁଥିଲା । ରାହୁଲର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବାରୁ ସେ ଏସବୁ କରି ପାରୁ ଥିଲା ।

ଗତ ଶୁକ୍ରବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଫସିରହିଥିଲା ରାହୁଲ । ରାହୁଲକୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ ଓ ଏସଡିଆରଏଫ ଟିମକୁ ନିଯୁକ୍ତ କରଯାଇଥିଲା । ଏହା ପରେ ଏହି ଉଦ୍ଧାର କାର୍ଯ୍ୟରେ ରୋବୋଟିକ ଟିମ ଓ ଭାରତୀୟ ସେନା ମାନେ ବି ଯୋଗ ଦେଇଥିଲେ । 4 ଦିନ ଯାଏଁ ଛତିଶଗଡ ଯାଞ୍ଜଗିର ଚମ୍ପା ଜିଲ୍ଲା ଫିରିଡ ଗାଁରେ ଶୋକାକାଳ ପରିବେଶ ସୃଷ୍ଟି ହୋଇଥିଲା ।

ଅନ୍ୟ ପଟରେ ରାହୁଲର ବାପା-ମା ଦୁଃଖରେ ଭାଙ୍ଗି ପଡିଥିଲେ । ହେଲେ ବନ୍ଧୁଗଣ ହାର ମାନି ନଥିଲା ରାହୁଲ ଓ ପ୍ରଶାସନ । ଦିନ ଯେମିତି ଗଡି ଗଡି ଗଲା ସେହି ଅନୁସାରେ ନଡିଆରଏଫ, ଏସଡିଆରଏଫ, ରୋବୋଟିକ ଟିମ ଓ ଜିଲ୍ଲା ପ୍ରଶାସନ ଏହି ରେସକ୍ୟୁ ଅପରେସନକୁ ଆହୁରି ଜୋରଦାର କରିଥିଲେ । ହେଲେ ବନ୍ଧୁଗଣ ରାହୁଲଙ୍କ ଉଦ୍ଧାର କାର୍ଯ୍ୟରେ ଏକ ବଡ ପଥର ବାଧକ ସାଜି ଥିଲା ।

କେବଳ ସେହି ପଥରକୁ କାଟିବା ପାଇଁ କେତେକ ଅତ୍ୟାଧୁନିକ ମେସିନର ବ୍ୟବହାର କରଯାଇଥିଲା । ଏନଡିଆରଏଫ ଓ ଏସଡିଆରଏଫ ଟିମ ସେହି ପଥର ଖଣ୍ଡକୁ କାଟିବା ପାଇଁ ଦିନ ରାତି ଏକ କରି ଦେଇଥିଲେ । ଏହି ଘଟଣା ଉପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ମଧ୍ୟ କଡା ନଜର ରଖିଥିଲେ । ଆମେ ଆପଣ ମାନଙ୍କୁ କହି ରଖୁ ଯେ, ରାହୁଲ ହେଉଛି ଏକ ଦିବ୍ୟାଙ୍ଗ ବାଳକ ସେ କଥା କହି ପାରେନି କି କିଛି ଶୁଣି ପାରେନି ।

ହେଲେ ବର୍ତ୍ତମାନ ରାହୁଲକୁ ଉଦ୍ଧାର କରାଯାଇ ତାକୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାହୁଲର ସ୍ୱାସ୍ଥ୍ୟ ଅବସ୍ଥାକୁ ଭଲ ଭାବରେ ପରୋଖିବା ପରେ ତାର ଚିକିତ୍ସା କରାଯିବ । ହେଲେ ସୂଚନା ମୁତାବକ ରାହୁଲର ସ୍ୱାସ୍ଥ୍ୟ ଅବସ୍ଥା ଏବେ ଠିକ ଅଛି । ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *