ଖୁସିରେ ରାହୁଲଙ୍କ ଜୀବନଦାତା NDRF ଯବାନଙ୍କୁ କାନ୍ଧରେ ବସେଇ ବୁଲେଇଲେ ଲୋକେ, କହିଲେ କିଛି ଏମିତି…ଦେଖନ୍ତୁ ସେହି ସମୟର Video

ବନ୍ଧୁଗଣ ବର୍ତ୍ତମାନର ସବୁଠାରୁ ବଡ ଖବର ହେଉଛି ଜିତିଲେ ରାହୁଲ ଜିତିଲା ଜୀବନ । ରାହୁଲଙ୍କ ଜୀବନ ବଞ୍ଚିଗଲା ଏବଂ ଏନଡିଆରଏଫ ଟିମ ରାହୁଲକୁ ଉଦ୍ଧାର କରି ସାରିଛନ୍ତି । ରାହୁଲ ସଂପୂର୍ଣ୍ଣ ଭାବେ ଠିକ ଥିବା ବି କୁହାଯାଉଛି କିନ୍ତୁ କୌଣସି ସଙ୍କୋଜ ରହିଥିବା କାରଣରୁ ତାଙ୍କୁ ଏବେ ଆମ୍ବୁଲାନ୍ସ ଜଗି ରହିଛି । ଆମ୍ବୁଲାନ୍ସରେ ତାଙ୍କୁ ମେଡିକାଲ ନିଆଯିବ । ସେପଟେ ବାପା-ମା ବି ତାଙ୍କୁ ଜଗି ରହିଥିଲେ ।

ତେବେ ବନ୍ଧୁଗଣ ପ୍ରତୀକ୍ଷାର ଅନ୍ତ ଘଟିଛି ଆଉ ରାହୁଲ ସଫଳତାର ସହ ଉଦ୍ଧାର ହୋଇଛନ୍ତି । ଆପଣ ମାନେ ଜାଣିଥିବେ ପାଞ୍ଚ ଦିନ କାଳ କିଭଳି ଅପରେସନ ରାହୁଲ ଜାରି ରହିଥିଲା । ରାହୁଲ କିଭଳି ଭାବରେ ଫସିରହିଥିଲେ 80 ଫୁଟ ଗଭୀର ବୋରୱେଲ ଭିତରେ । ଯାହାକି ଅତି ଜଟିଳ ସ୍ଥିତି ଥିଲା ଦେଶର ନଜର ରହିଥିଲା ରାହୁଲଙ୍କ ଉପରେ । ରାହୁଲଙ୍କ ସମସ୍ତ ହଲଚଲ ଉପରେ ନଜର ରଖୁଥିଲେ ସମସ୍ତେ ।

କେତେବେଳେ ରାହୁଲ ହାତ ଗୋଡ ହଲାଉ ଥିଲେ ତ କେତେବେଳେ ରାହୁଲ ନିସ୍ତେଜ ହୋଇ ପଡୁଥିଲେ । ହେଲେ ଏବେ ସବୁଠାରୁ ବଡ ଖବର ଯେ, ରାହୁଲ ଉଦ୍ଧାର ହୋଇ ସାରିଛନ୍ତି । ସବୁ ଠାରୁ ଖୁସିର ଖବର ଯେ, ସେ ଜୀବିତ ଅଛନ୍ତି ଆଉ ଠିକ ଥିବା କଥା ବି କୁହାଯାଉଛି । ବର୍ତ୍ତମାନ ରାହୁଲକୁ ହସ୍ପିଟାଲ ନିଆଯିବ ସେଠାରେ ତାଙ୍କ ସ୍ଥିତି ପରଖିବା ପରେ ତାଙ୍କର ଚିକିତ୍ସା କରାଯିବ ।

ବନ୍ଧୁଗଣ ରାହୁଲଙ୍କୁ ଉଦ୍ଧାର କରିବା ପାଇଁ ସବୁଠାରୁ ଅଧିକ କଷ୍ଟ ଏନଡିଆରଏଫ ଟିମ କରିଛି । ସମସ୍ତ ଲୋକ ପ୍ରାର୍ଥନା କରୁଥିଲେ ଯେ, ରାହୁଲଙ୍କ ଜୀବନ ବଞ୍ଚି ଯାଉ । ଏନଡିଆରଏଫ ଟିମ ଦିନ ରାତି ଏକ କରି ରାହୁଲକୁ ବଞ୍ଚେଇ ଛନ୍ତି ।  ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓଟି ଦେଖିଲେ ଆପଣ ମାନେ ବି ବେସ ଖୁସି ହୋଇଯିବେ ।

ଏହି ଭିଡିଓରେ ଏନଡିଆରଏଫ ଟିମର ଯବାନଙ୍କୁ ସେଠାରେ ଥିବା ଲୋକ ମାନେ କାନ୍ଧରେ ବସାଇ ବୁଲେଇ ଛନ୍ତି । ରାହୁଲଙ୍କ ଜୀବନଦାତା ହେଉଛନ୍ତି ଏନଡିଆରଏଫ ଟିମ । ରାହୁଲଙ୍କୁ ବଞ୍ଚେଇବା ପରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳି ଥିଲା । ଆଉ ଏହି ଭିଡିଓକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *