ସୁସ୍ଥ ହେବା ପରେ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସିବ Rahul, ଦେଖନ୍ତୁ ଏ ନେଇ କଣ କହୁଛନ୍ତି ରାହୁଲଙ୍କ ବାପା, ଦେଖନ୍ତୁ Video

ବନ୍ଧୁଗଣ ଏବେ ସମସ୍ତ ସ୍ଥାନରେ କେବଳ ଗୋଟିଏ ଘଟଣାର ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାଟି ହେଉଛି ବୋରୱେଲ ଭିତରେ ଫସିଥିବା ରାହୁଲର । ତେବେ ବନ୍ଧୁଗଣ ଗତ ଶୁକ୍ରବାର ଠାରୁ ଗତ ମଙ୍ଗଳବାର ପର୍ଯ୍ୟନ୍ତ ବୋରୱେଲରେ ଫସିଥିବା ରାହୁଲ ମୃତ୍ୟୁକୁ ବାଦ ଦେଇ ଦୀର୍ଘ ୧୦୫ ଘଣ୍ଟା କାଳ ସଂଘର୍ଷ କରି ବିଜୟ ହୋଇଛି । ପଥର ଚଟାଣର ଛାତି ଚିରି ବାହାରକୁ ବାହାରିଛି ଦିବ୍ୟାଙ୍ଗ ନାବାଳକ ରାହୁଲ ସାହୁ ।

ବନ୍ଧୁଗଣ ରାହୁଲ ହେଉଛି ଏକ ଦିବ୍ୟାଙ୍ଗ ନାବାଳକ । ସେ କଥା କହି ପାରେନି କି ଶୁଣିପାରେନି । ହେଲେ ବନ୍ଧୁଗଣ ତାର ଧର୍ଯ୍ୟ ଆଉ ସାହାସ ଆଗରେ ହାର ମାନିଲା ମୃତ୍ୟୁ । ପଥରର ଛାତି ଚିରି ସେ ଆଜି ପଦାକୁ ଆସିଛି । ରାହୁଲକୁ ଉଦ୍ଧାର କରିବା ପରେ ସିଧା ବିଳାସପୁର ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଉ ସେଠାରେ ରାହୁଲର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଉଛି ।

ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଆସିଛି ଏକ ବଡ ଖବର । ତେବେ ବନ୍ଧୁଗଣ ପୁଅକୁ ପାଇବା ପରେ ରାହୁଲଙ୍କ ବାପା ଏବେ ଗଣମାଧ୍ୟମ ସାମ୍ନାରେ ଏକ ବଡ ବୟାନ ଦେଇଛନ୍ତି । ରାହୁଲଙ୍କ ବାପା କହିଛନ୍ତି-‘ଲକଡାଉନ ପୂର୍ବରୁ ଆମେ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିବାକୁ ଯାଇଥିଲୁ । ସେଠାରେ ମେଳା ଚାଲିଥିଲା । ଆମେ ସମୁଦ୍ର କୁଳରେ ଗାଧାଉ ଥିଲୁ ଆଉ ପୁଅକୁ ଡ୍ରେସ ଯେଉଁଠି ଥୋଇ ଥିଲୁ ସେଇଠି ବସିବାକୁ କହିଥିଲୁ ।

ହେଲେ ଗାଧେଇକି ଆସିବା ପରେ ପୁଅ ସେଇଠି ନଥିଲା ଆମେ ତାକୁ ବହୁତ ଖୋଜିଲୁ ହେଲେ ପାଇଲୁ ନାହିଁ । ଏହା ପରେ ଆମେ ଆମ ରୁମକୁ ଯାଇ ବହୁତ କାନ୍ଦିଲୁ ସେଠାରେ ପୁରୀର କିଛି ଲୋକ ଥିଲେ ସେ ଆମକୁ ସମସ୍ୟା ବିଷୟରେ କହିଲେ ଆଉ ଆମେ ତାଙ୍କୁ ସବୁ କଥା କହିଲୁ । ଏହା ପରେ ସେ ଆମ ପୁଅର ଫଟୋ ମାଗିଲେ । ସେଠାକାର ଲୋକାଲ ଲୋକ ପୁଅକୁ ବହୁତ ଖୋଜିଲେ ଶେଷରେ ପୁଅକୁ ଜଗନ୍ନାଥ ମନ୍ଦିର ଭିତରେ ପାଇଲେ ।

ଆମେ ତ ଆମ ପ୍ରଭୁ ଜଗନ୍ନାଥଙ୍କୁ ବିନିତି କରୁଥିଲୁ ଆଉ ଆମ ପୁଅ ଆମକୁ ମିଳିଗଲା । ଏହା ପରେ ଆମେ ତୁରନ୍ତ ଭଗବାନଙ୍କ ଦର୍ଶନ କରିବାକୁ ଗଲୁ । ଆଉ ଏବେ ମୋ ପୁଅ ଏତେ ବଡ ଲଢେଇ ଜିତିକି ଆସିଲା ଏହା କେବଳ ମହାପ୍ରଭୁଙ୍କ ପାଇଁ ହୋଇ ପାରିଛି । ମହାପ୍ରଭୁଙ୍କ କୃପା ପାଇଁ ଆମେ ଆମ ପୁଅକୁ ପାଇଛୁ । ଆମ ପୁଅ ସୁସ୍ଥ ହେଇ ଆସିବା ପରେ ଆମେ ଜଗନ୍ନାଥ ମନ୍ଦିର ଦର୍ଶନ କରିବାକୁ ଯିବା’ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *