ତେଲୁଗୁ ଅଭିନେତ୍ରୀ Pooja Hegde ଙ୍କ ସହ Indigo କର୍ମଚାରୀଙ୍କ ଦୁର୍ବ୍ୟବହାର, ଟ୍ବିଟ କରି ଲେଖିଲେ କିଛି ଏମିତି…

ବନ୍ଧୁଗଣ, ସୂଚନା ଅନୁଯାୟୀ ଇଣ୍ଡିଗୋ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଅଭିନେତ୍ରୀ ।  ପୂଜା ହେଗଡେ ଙ୍କ ସହିତ ଦୁର୍ବ୍ୟବହାର କରିଛନ୍ତି ଇଣ୍ଡିଗୋ କର୍ମଚାରୀ । ତେବେ ବିମାନ କମ୍ପାନୀ ଇଣ୍ଡିଗୋ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବଲିଉଡ ଅଭିନେତ୍ରୀ ପୂଜା ହିଗଡେ । ଇଣ୍ଡିଗୋ କର୍ମଚାରୀ ମାନେ ତାଙ୍କ ସହିତ ଦୁର୍ବ୍ୟବହାର କରିଥିବା ସେ କହିଛନ୍ତି । ପୂଜା ଟ୍ଵିଟ କରି ଲେଖିଛନ୍ତି ଯେ ଇଣ୍ଡିଗୋ କର୍ମଚାରୀ ଙ୍କ ଦୁର୍ବ୍ୟବହାର ମତେ ମର୍ମହାତ କରିଛି ।

ମୁଁ ଆଜି ମୁମ୍ବାଇ ରୁ ଫ୍ଲାଇଟ ରୁ ବାହାରିବା ପରେ ବିପୁଲ ନକସେ ନାମକ ଜଣେ କର୍ମଚାରୀ ତାଙ୍କୁ ଦୁର୍ବ୍ୟବହାର କରିଥିବା ପୂଜା କହିଛନ୍ତି । ପୂଜା ଏହା ମଧ୍ୟ କହିଛନ୍ତି ଯେ ସାଧାରଣତ ଏଭଳି ଘଟଣା କୁ ନେଇ ମୁଁ କେବେ ଟ୍ଵିଟ କରେ ନାହିଁ । ମାତ୍ର ଏହି ଘଟଣା ବାସ୍ତବରେ ଚିନ୍ତା ଜନକ ବୋଲି ସେ ଲେଖିଛନ୍ତି । ତେବେ ସେହି ବ୍ୟକ୍ତି ଜଣକ ବିନା କାରଣରେ ଧମକ ଦେବା ସହିତ ଅହଙ୍କାରୀ ସ୍ଵଭାବର ବୋଲି ଅଭିନେତ୍ରୀ ପୂଜା ଟ୍ଵିଟ କରିଛନ୍ତି ।

ଏହା ବ୍ୟତୀତ ସେ କହିଛନ୍ତି ଯେ କୌଣସି ସମସ୍ୟା ସୃଷ୍ଟି କରିବାକୁ ସେ ଏହି ଟ୍ଵିଟ କରି ନାହାଁନ୍ତି । ବରଂ ସମସ୍ୟା କୁ ଲୋକ ଲୋଚନକୁ ଆଣିବାକୁ ସେ ଟ୍ଵିଟ କରିଛନ୍ତି । ଏହି ଘଟଣା ପରେ ଇଣ୍ଡିଗୋ ପୂଜା ଙ୍କ ଟ୍ଵିଟ ର ଜବାବ ରଖିଛି । ଇଣ୍ଡିଗୋ ପକ୍ଷରୁ ଦୁଃଖ ପ୍ରକାଶ କରିବା ସହିତ ଘଟିଥିବା ଏହି ଘଟଣାର ଯାଞ୍ଚ କରାଯିବ ବୋଲି କୁହାଯାଇଅଛି ।

ପୂର୍ବ ରୁ ଜଣେ ଦିବ୍ୟାଙ୍ଗ ପିଲାକୁ ବିମାନ ଯାତ୍ରା ନିମନ୍ତେ ବାରଣ କରି ଚର୍ଚା ରେ ଥିଲା ଇଣ୍ଡିଗୋ । ତେବେ ଏହିଭଳି ଗୋଟେ ପରେ ଗୋଟେ ନିଚା ଦେଖାଇବା ଭଳି ଘଟଣା ଘଟାଇବା କେତେ ଦୂରେ ସଠିକ ? ଏହିଭଳି ଟଲିଉଡ ର ଅଭିନେତ୍ରୀ ଙ୍କ ସହିତ ବ୍ୟବହାର ଖରାପ କରିବା ତଥା କଥାବାର୍ତ୍ତା ସଠିକ ଭାବରେ ନ କରିବା କେତେଦୂରେ ଠିକ ? ଏଭଳି ଆଚରଣ କରିବା ଦ୍ଵାରା ସଂପୂର୍ଣ୍ଣ କମ୍ପାନୀ ର ନାମ ଖରାପ ହେଉଛି । ଯାହା ଭରଷା ରେ ଯାତ୍ରୀ ମାନେ ଗୋଟେ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାତ୍ରା କରୁଛନ୍ତି ।

ସେହି ଯାତ୍ରୀ ମାନଙ୍କ ସହିତ ଏଭଳି ଦୁର୍ବ୍ୟବହାର କରିବା କେତେଦୂରେ ସଠିକ ? ତେବେ ବନ୍ଧୁଗଣ ଆଗକୁ କମ୍ପାନୀ କି ପଦକ୍ଷପ ଗ୍ରହଣ କରୁଛି ତାହା ଦେଖିବା ଅପେକ୍ଷାର ବିଷୟ ପାଲଟିଛି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *