ପିଲା ହେଉନି କି ? ଜାଣନ୍ତୁ କଣ କରିବେ ? Dr Sini S Venugopal on infertility

ବନ୍ଧୁଗଣ ଗୋଟେ ଦମ୍ପତ୍ତି ଏକ ବର୍ଷ ପର୍ଯ୍ୟନ୍ତ ଛୁଆ ଜନ୍ମ କରିବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ଯଦି ମହିଳା ଏକ ବର୍ଷ ଭିତରେ ପ୍ରେଗନେଣ୍ଟ ହୋଇପାରୁ ନାହାନ୍ତି ତା ହେଲେ ତାକୁ ବନ୍ଧ୍ୟାଦୋଷ କୁହାଯାଏ । ମହିଳାଙ୍କ ବନ୍ଧ୍ୟାଦୋଷରେ ଅନେକ କାରଣ ରହିଛି ହେଲେ ସାଧାରଣ କାରଣ ଯାହା ଭାରତରେ ଅଧିକାଂଶ ଦେଖିବାକୁ ମିଳୁଛି ତାହା ହେଉଛି PCOD । PCOD ହେଉଛି ଏକ ହରମୋନାଲ ଇନବାଲାନ୍ସ ।

ଏହା କାରଣରୁ ଝିଅ ପିଲା ମାନଙ୍କର ଠିକ ସମୟରେ ଡିମ୍ବ ତିଆରି ହୋଇ ନଥାଏ । ଏହା ଯୋଗୁଁ ପିରିୟଡ୍ସ ଏଲଇଟି ହୋଇଥାଏ ଆଉ ସେ ପ୍ରେଗନେଣ୍ଟ ହୋଇ ନଥାଏ । PCOD ହେଉଛି ମୁଖ୍ୟ କାରଣ ମହିଳା ମାନଙ୍କ ବନ୍ଧ୍ୟାଦୋଷ ପାଇଁ । ଆଉ ଗୋଟେ କାରଣ ହେଉଛି ଯେଉଁ ଜାଗାରେ ଡିମ୍ବ ତିଆରି ହେଉଛି ସେହି ଜାଗାରେ ବିଭିନ୍ନ ଶିଷ୍ଟ ତିଆରି ହୋଇଯାଏ ଆଉ ଏଥିପାଇଁ ତାଙ୍କର ବନ୍ଧ୍ୟାଦୋଷ ହୋଇଥାଏ ।

ଏହା ସହିତ ଇନଫେକସନ ପାଇଁ ମଧ୍ୟ ଛୁଆ ହୋଇ ନଥାଏ । ଯୁଟ୍ରେସରେ ଯଦି ଇନଫେକସନ ହୁଏ ବା ଯେଉଁ ଜାଗାରେ ବେବି ଗ୍ରୋ ହୋଇଥାଏ ସେହି ଜାଗାରେ ଯଦି ଇନଫେକସନ ହୁଏ ତା ହେଲେ ସେ ଜାଗା ଡ୍ୟାମେଜ ହେଇଯିବ । ଗୋଟେ ମୁଖ୍ୟ କାରଣ ହେଉଛି ଟିବି ଇନଫେକସନ ପାଇଁ ଏହି ସମସ୍ଯା ଦେଖା ଦେଇଥାଏ । ଏହା ବ୍ୟତୀତ ଯୁଟ୍ରେସ ବା ଗର୍ଭାଶୟରେ ଯଦି ଟ୍ୟୁମର ଥିବ ବା କିସି ମାଂସ ଭଳି ବଢି ଥିବ ତା ହେଲେ ବନ୍ଧ୍ୟାଦୋଷ ହେବ ।

କିଛି ହରମୋନାଲ ସମସ୍ୟା ଥିଲେ ବି ବନ୍ଧ୍ୟାଦୋଷ ହେବାର ସମ୍ଭାବନା ଥାଏ । ପୁରୁଷ ମାନଙ୍କ ବନ୍ଧ୍ୟାଦୋଷ ବି ସ୍ତ୍ରୀ ଲୋକଙ୍କ ଭଳି ଅନେକ କାରଣ ପାଇଁ ହୋଇଥାଏ । ସାଧାରଣତଃ ପୁରୁଷ ମାନଙ୍କ ଧାତୁରେ ଶୂକ୍ରାଣୁର ମାତ୍ରା କମିଗଲେ, ଶୂକ୍ରାଣୁ ମୁଭମେଣ୍ଟ କମି ଗଲେ ଓ ଶୂକ୍ରାଣୁର ଆକାର ଭିନ୍ନ ଥିଲେ ବନ୍ଧ୍ୟାଦୋଷ ଦେଖାଯାଏ । ଏହି ସବୁ ଜିନିଷ ହେବାର କିଛି କାରଣ ଥାଏ ।

ଶୂକ୍ରାଣୁ ତିଆରି ହେବା କମିଗଲେ ବା ଶୂକ୍ରାଣୁ ତିଆରି ହେଉଛି ହେଲେ ଠିକ ଜାଗାକୁ ପହଞ୍ଚି ପାରୁ ନଥିଲେ ବନ୍ଧ୍ୟାଦୋଷ ହୋଇଥାଏ । ଅନେକ ଲୋକଙ୍କ ଜେନେଟିକ ସମସ୍ୟା ପାଇଁ ତାଙ୍କ ଶୂକ୍ରାଣୁ ତିଆରି ହୁଏ ନାହିଁ । ଅନ୍ୟ ପକ୍ଷରେ ଶୂକ୍ରାଣୁ ଯେଉଁ ବାଟରେ ଆସିବା ଉଚିତ ସେହି ବାଟ ଯଦି ବ୍ଲକ ଥିବ ତା ହେଲେ ମଧ୍ୟ ଏହି ସମସ୍ୟା ଦେଖାଦେବ । ଏହା ବ୍ୟତୀତ ଯଦି ମମ୍ସ ଇନଫେକସନ ଥିବ ତା ହେଲେ ମଧ୍ୟ ଏହି ସମସ୍ୟା ଦେଖା ଦେବ ।

ଯଦି ଆପଣଙ୍କର ପିଲା ହେଉନି ତା ହେଲେ ଆପଣ ଡାକ୍ତରଙ୍କ ପରାମର୍ଶ କ୍ରମେ କିଛି ବିଶେଷ ପରୀକ୍ଷା କରେଇ ପାରିବେ । ବନ୍ଧୁଗଣ ଚିକିତ୍ସା ଦ୍ଵାରା ଏହି ସମସ୍ୟାକୁ ଦୂର କରିହେବ ଓ ଆପଣ ବାପା-ମା ହେଇ ପାରିବେ । ତେଣୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *