ମାର୍କେଟ ରେ ଅସଲି ସହ ମିଳୁଛି ନକଲି ଅଣ୍ଡା, କେମିତି ହେବେ ସତର୍କ ! ଦେଖନ୍ତୁ ଭିଡିଓ…

ବନ୍ଧୁଗଣ ଆଜିକାଲି ସମସ୍ତେ ପ୍ରାୟ ନିଜ ଶରୀର ପ୍ରତି ସଜାକ ରହୁଛନ୍ତି । ସମସ୍ତ ଲୋକ ବାୟାମ କରୁଛନ୍ତି ଆଉ ଉତ୍ତମ ଖାଦ୍ୟ ଉପରେ ଗୁରୁତ୍ଵ ଦେଉଛନ୍ତି । ହେଲେ ସେହି ଉତ୍ତମ ଖାଦ୍ୟକୁ ନେଇ ଅନେକ ଦ୍ଵନ୍ଦ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ବନ୍ଧୁଗଣ ସମସ୍ତ ଲୋକ ଅଣ୍ଡା ଖାଇଥାନ୍ତି ଆଉ ସମସ୍ତେ ଜାଣି ଥାନ୍ତି ଅଣ୍ଡା ଦେହ ପାଇଁ କେତେ ହିତକର । କାରଣ ଆପଣ ନିଜ ପିଲାଙ୍କୁ ବି ଅଣ୍ଡା ଖାଇବା ଶିଖାଇ ଥାନ୍ତି ।

ତେବେ ଏହି ଅଣ୍ଡାକୁ ନେଇ ଏବେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଆପଣ କେବେ ଚିନ୍ତା କରିଛନ୍ତି ଏହି ଅଣ୍ଡା ସତରେ କେତେ ଘାତକ ହୋଇପାରେ ଶରୀର ପାଇଁ । ଆପଣ ଶୁଣିଥିବେ ବେସୀ ଅଣ୍ଡା ଖାଇଲେ ଶରୀର ଗରମ ହୋଇଯିବ ଆଉ ପେଟ ଖରାପ ହୋଇଯିବ । ତେବେ ଜିମ ଯାଉଥିବା ବ୍ୟକ୍ତି ଦିନକୁ 10-12ଟି ଅଣ୍ଡା ଖାଇଥାନ୍ତି । ଅଣ୍ଡା ସବୁ ଋତୁରେ ମିଳିଯାଏ ଆଉ ଡାକ୍ତର ବି କୁହନ୍ତି ଅଣ୍ଡା ଖାଇବା ପାଇଁ ।

ହେଲେ ଆପଣ କେମିତି ଜାଣିବେ ଯେଉଁ ଅଣ୍ଡା ଆପଣ ଖାଉଛନ୍ତି ତାହା ଅସଲି ନା ନକଲି । ଆପଣ ଅନେକ ଥର ନ୍ୟୁଜରେ ଶୁଣିଥିବେ ନକଲି ଅଣ୍ଡା ବିଷୟରେ । ଅଣ୍ଡା ବହୁତ ବ୍ୟବସାୟ ଦିଏ ବ୍ୟବସାୟୀ ମାନଙ୍କୁ ତେଣୁ ନକଲି ଅଣ୍ଡାର ବ୍ୟବସାୟ ବଢି ବଢି ଚାଲିଛି । କେବଳ ଭାରତ ବର୍ଷ ନୁହେଁ ଆମ ରାଜ୍ୟ ଓଡିଶାରେ ବି ନକଲି ଅଣ୍ଡାର ବ୍ୟବସାୟ ଜୋର ଧରିଲାଣି ।

ବନ୍ଧୁଗଣ ଅଣ୍ଡାର ଧଳା ଅଂଶ ବନେଇବା ପାଇଁ ଉଷୁମ ପାଣିରେ ସୋଡିୟମ, ଆଲିଗ ନେଟ, କ୍ୟାଲସିୟମ ମିଶାଜାଏ । ତା ପରେ ଏଥିରେ ଡିଲେଟିନ, ବେଞ୍ଜରକ ଏସିଡ, ଆଲମ୍ ଏବଂ ଅନ୍ୟ ରାସାଯନିକ ପଦାର୍ଥ ମିଶାଇ ଅଣ୍ଡାର ଧଳା ଅଂଶ ତିଆରି ହୁଏ । ପରେ କେଶର ବି ତିଆରି କରାଯାଏ, ଯେଉଁ ମିଶ୍ରଣ ଥାଏ ସେଥିରେ କବଳ ହଳଦିଆ ରଙ୍ଗ ମିଶାଇ ଦିଆଯାଏ ।

ଏହାପରେ ଧଳା ଏବଂ ହଳଦିଆ ମିଶ୍ରଣକୁ କ୍ୟାଲସିୟମ କ୍ଳୋରାଇଡ ଜିପସମ୍ ପାଉଡର, କ୍ୟାଲସିତମ କାର୍ବୋନେଟ ସହ ମିଶାଇ ଅଣ୍ଡା ଆକାର ଦିଆଯାଏ । ବନ୍ଧୁଗଣ ନକଲି ଅଣ୍ଡାର ଧଳା ଚୋପା ଶୀଘ୍ର ନିଆଁରେ ଜଳି ଥାଏ । ଅସଲି ଅଣ୍ଡାର ଚୋପା ଯଦି ଆପଣ ନିଆଁରେ ପକେଇବେ ତାର ରଙ୍ଗ କଳା ପଡିବ ଆଉ ବହୁତ ସମୟ ଲାଗିବ ଜଳିବା ପାଇଁ । ତେଣୁ ଯେତେବେଳେ ବି ଆପଣ ଘରକୁ ଅଣ୍ଡା ଆନୁଛନ୍ତି ଖାଇବା ପୂର୍ବରୁ ଅଣ୍ଡା ଚୋପାକୁ ଜଳାଇ ପରୀକ୍ଷା କରିଦିଅନ୍ତୁ ।

ମାରକେଟରେ ମିଳୁ ଥିବା ଅଣ୍ଡା ସଫା ଏବଂ ଚିକ୍କଣ ଧଳା ହୋଇଥାଏ । ଯଦି ଆପଣଙ୍କୁ ଦୂରରୁ ଅଣ୍ଡା ଅଧିକ ଚିକ୍କଣ ଦେଖା ଯାଉଛି ତା ହେଲେ ଟିକେ ଚିନ୍ତା କରନ୍ତୁ ଆଉ ତା ପରେ କିଣନ୍ତୁ । ନକଲି ଅଣ୍ଡାକୁ ଧରି ଟିକେ ହଲେଇଲେ କିଛି ପଦାର୍ଥର ଶବ୍ଦ ଶୁଭା ଯିବ । ଅସଲି ଅଣ୍ଡାରୁ ଆପଣଙ୍କୁ କୌଣସି ଶବ୍ଦ ଶୁଭିବ ନାହିଁ । ତା ହେଲେ ବନ୍ଧୁଗଣ ଏହି ସବୁ କଥା ଗୁଡିକ ମନେ ରଖନ୍ତୁ ଆଉ ନିଜ ସ୍ୱାସ୍ଥ୍ୟ ବଞ୍ଚାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *