ପେଟରେ ରହିଛି ବିଷାକ୍ତ ସାପ ଅଲ୍ଟ୍ରା ସାଉଣ୍ଡରେ କିଛି ଏପରି ଦୃଶ୍ୟ ଦେଖିବା ପରେ ଏବେ ଚକିତ ହୋଇ ପଡିଛନ୍ତି ସାରା ଅଞ୍ଚଳ ବାସୀ । ବୈଶାଳୀର ଚାନ୍ଦିପୁର ଓପି ଅଞ୍ଚଳରୁ ଏପରି ଏକ ଅଜବ ଘଟଣା ସାମ୍ନାକୁ ଆସୁଛି । ଏହି ଅଞ୍ଚଳରେ ରହୁଥିବା 8 ବର୍ଷୀୟ କରିନା ନାମକ ଜଣେ ବାଳିକାଙ୍କ ପେଟରେ ସାପ ଥିବାର ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କୁହା ଯାଉଛି ଅଗଷ୍ଟ ମାସରୁ ତାଙ୍କ ପେଟରେ ସାପ ରହିଛି ଯେଉଁଥି ପାଇଁ କରିନାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି ।
କରିନାଙ୍କ ପରିବାର ଲୋକ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଅନେକ ଜାଗାକୁ ଯାଇଛନ୍ତି । ହାଜିପୁର, ମହାନାର, ସମସ୍ତିପୁର ଓ ପାଟନା ଯାଏଁ ଡାକ୍ତରଙ୍କୁ ଦେଖେଇ ସାରିଛନ୍ତି । ପ୍ରତି ଥର ଏକ୍ସ୍ରେରେ ତାଙ୍କ ପେଟରେ ସାପ ଭଳି କିଛି ଦୃଶ୍ୟ ଦେଖିବାକୁ ମିଳୁଛି । ହେଲେ ପ୍ରକୃତ କଥା କେହି ଜାଣି ପାରୁ ନାହାନ୍ତି । ସେପଟେ କରିନାଙ୍କ ପିତା ରାଜକୁମାର ପାସାଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ ନିଜ ଝିଅ କରିନାଙ୍କ ଚିକିତ୍ସା କରି ପାରୁ ନାହାନ୍ତି ।
ଏହି କାରଣରୁ କରିନାଙ୍କ ଶରୀର ଫୁଲିବାରେ ଲାଗିଛି ଏବଂ ତାଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ଆଡକୁ ଗତି କରୁଛି । ଅନ୍ୟ ପଟେ ଏମିତି ମଧ୍ୟ କୁହା ଯାଉଛି ଗତ କିଛି ଦିନ ପୂର୍ବରୁ କରିନା ମାଟି ଖାଇବା ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା । ଏହା ପରେ ତାଙ୍କ ପେଟରେ ସାପ ଭଳି କିଛି ନଜର ଆସିଥିଲା ।
କରିନାଙ୍କ ପେଟରେ ସାପ ଥିବା କଥା ଏବେ ପ୍ରଚାର ହେବାରୁ ଦୂର ଦୁରନ୍ତାରୁ ଏବେ ଲୋକ ମାନେ ତାଙ୍କୁ ଦେଖିବାକୁ ଆସୁଛନ୍ତି । ହେଲେ କେହି ବି ତାଙ୍କ ଚିକିତ୍ସା କରିବା କଥା କହୁ ନାହାନ୍ତି । କରିନାଙ୍କ ପରିବାର ଖୁବ ଚିନ୍ତାରେ ଏବେ ଦିନ କାଟୁ ଛନ୍ତି । ଏହି ସ୍ଥିତିରେ ତାଙ୍କୁ ସରକାର ବା କୌଣସି ସଂସ୍ଥା ଯଦି ଆଗକୁ ଆସି ତାଙ୍କୁ ଚିକିତ୍ସା କରେଇ ସାହାର୍ଯ୍ୟ କରି ପାରିବେ ତ କରିନା ଏବଂ ତାଙ୍କ ପରିବାର ଏହି ଦୁଃଖତ ସ୍ଥିତିରୁ ମୁକ୍ତି ପାଇ ପାରନ୍ତେ ।
ଏହା ସହ ତାଙ୍କୁ ଜଣା ପଡି ଯାନ୍ତା କି ସତରେ କଣ ତାଙ୍କ ପେଟରେ ସାପ ଅଛି । ନା ସାପ ଭଳି ଦେଖା ଯାଉଥିବା କୌଣସି ଜିନିଷ ରହି ଯାଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।