ତୁ କାହିଁକି ଅପରେସନ ହେଲୁ ତୁ ମାରା ହେଇଗଲୁ ପୂର୍ବ ପୁରୁଷଙ୍କ ପିଣ୍ଡରେ ଟିକେ ପାଣି ଦେଇପାରିବାନି ତେଣୁ ତତେ ଆଉ ମୋ ଘରେ ସ୍ଥାନ ନାହିଁ । ଏଭଳି କିଛି କଥା କହି ସ୍ଵାମୀ ନିଜ ସ୍ତ୍ରୀକୁ ଘରୁ ବାହାର କରିଦେଲା । ଆଉ ଏବେ ନିଜର 11ଟି ଛୁଆକୁ ଧରି ଗଛ ମୂଳରେ ଆଶ୍ରୟ ନେଇଛି ସ୍ତ୍ରୀ । ଏପରି ଏକ ଘଟଣାକୁ ନେଇ କେନ୍ଦୁଝର ତେଲକୋଇରେ ଚର୍ଚ୍ଚା ହେବାକୁ ଲାଗୁଛି । ଫାମିଲି ପ୍ଲାନିଂରେ ଅସ୍ତ୍ର ପ୍ରଚାର ହେଲା କାଳ ସ୍ତ୍ରୀକୁ ଘରେ ପୁରାଇଲାନି ସ୍ଵାମୀ ।
ବର୍ଷକୁ ଗୋଟିଏ ଲେଖାଏଁ କରି 11 ବର୍ଷରେ 11ଟି ଛୁଆକୁ ଜନ୍ମ ଦେଲା ପରେ ଦୁର୍ବଳ ହୋଇଯାଇଥିଲେ ତେଲକୋଇ ବ୍ଲକ ସଲେଇକେତା ପଞ୍ଚାୟତ ଡିମିରିଆ ଗାଁର ରବି ଦେହୁରିଙ୍କ ସ୍ତ୍ରୀ ଜାନକୀ ଦେହୁରି । ଜାନକୀ ଦେହୁରିଙ୍କର 11ଟି ସନ୍ତାନ ଥିବା ବେଳେ ଜଣଙ୍କ ମୃତ୍ୟୁ ପରେ ଏବେ 10 ଜଣ ସନ୍ତାନ ଅଛନ୍ତି ।
ଆଉ ଏବେ ଜାନକୀଙ୍କ କୋଳରେ ଏକ ମାସର କଅଁଳା ଶିଶୁ ମଧ୍ୟ ରହିଛି । ଗତ 14 ତାରିଖରେ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିବାର ନିୟୋଜନ ଅସ୍ତ୍ର ପ୍ରଚାର ଶିବିର ଅନୁଷ୍ଠିତ ହୋଇଥିଲା । ଆଉ ଜାନକୀ ପ୍ରତ୍ୟକ ବର୍ଷ ଗୋଟାଏ ଲେଖାଏଁ ସନ୍ତାନ ଜନ୍ମ କରି ଅତି ଦୁର୍ବଳ ହୋଇ କଷ୍ଟ ପାଉଥିବା ବେଳେ ସେ ମଧ୍ୟ ଅସ୍ତ୍ର ପ୍ରଚାର ଶିବିରକୁ ଯାଇ ଅସ୍ତ୍ର ପ୍ରଚାର କରିଥିଲେ ।
ତେବେ ମେଡିକାଲରୁ ଫେରିବା ପରେ ସ୍ଵାମୀ ରବି ଦେହୁରି ତାଙ୍କୁ ଆଉ ଘରକୁ ପୁରାଇ ନଥିଲେ । ତୁ ମାରା ହେଇଗଲୁ ତେଣୁ ଘରେ ପଶିଲେ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ ରବି । ତେବେ ଉପାୟ ନ ପାଇ ସ୍ତ୍ରୀ ଜାନକୀ ଛୁଆଙ୍କୁ ଧରି ଘର ପାଖେ ଥିବା ଏକ ଆମ୍ବ ଗଛ ମୂଳେ ଆଶ୍ରୟ ନେଇଛନ୍ତି । ସାହି ଭାଇ ଯେତେ ବୁଝାଇଲେ ବି ରବି ବୁଝୁ ନାହାନ୍ତି ।
ମତେ ନ ପଚାରି ମୋ ସ୍ତ୍ରୀର ଅସ୍ତ୍ର ପ୍ରଚାର କରା ଗଲା ଏବେ ଆମ ସମାଜର ନିୟମ ଅନୁଯାଇ ସେ ଘରେ ପୂଜା କରାଯାଇ ପାରିବ ନାହିଁ । ମୋ ପୂର୍ବ ପୁରୁଷଙ୍କୁ ପିଣ୍ଡ ଦେଇ ପାରିବନି ତେଣୁ ସେ ଘରେ ପଶି ପାରିବନି ବୋଲି ରବି ଜିଦ ଧରିଛି । ତେବେ ଏହି ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।